ରିଲିଜ୍ ହେଲା ‘ଦି ବକିଙ୍ଗହମ୍ ମର୍ଡର୍ସ’ର ଟ୍ରେଲର୍, ନଜର ଆସିଲା କରିନା କପୁରଙ୍କ ଦମଦାର ଅଭିନୟ

କରୀନା କପୁରଙ୍କ ଅଭିନୀତ ଫିଲ୍ମ “ବକିଙ୍ଗହମ୍ ମର୍ଡର୍ସ” ବିଷୟରେ ଘୋଷଣା ହେବା ପରଠାରୁ ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ଏହାକୁ ନେଇ ବହୁତ ଆଗ୍ରହୀ ଅଛନ୍ତି । ବର୍ତ୍ତମାନ ଏହି ମର୍ଡର ମିଷ୍ଟ୍ରି ରିଲିଜ ପାଇଁ ଆଉ କିଛି ଦିନ ବାକି ଅଛି, ଏହି ସମୟରେ ନିର୍ମାତାଙ୍କ ଦ୍ୱାରା ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଫ୍ୟାନ୍ସମାନଙ୍କର ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି, କାରଣ ‘ବକିଙ୍ଗହମ୍ ମର୍ଡର୍ସ’ର ଟ୍ରେଲର ରିଲିଜ୍ ହୋଇଛି । କରୀନା କପୁର ଖାନଙ୍କ ଅଭିନୀତ ଫିଲ୍ମକୁ ନେଇ ଫ୍ୟାନ୍ସମାନେ ବହୁତ ଉତ୍ସାହିତ ଅଛନ୍ତି, କାରଣ ଏଥିରେ ଅଭିନେତ୍ରୀ ଏଭଳି ଏକ ଚରିତ୍ର ନିଭାଉଛନ୍ତି ଯାହା ସେ ପୂର୍ବରୁ କେବେ ବି କରିନଥିଲେ ।
ନିକଟରେ “ବକିଙ୍ଗହମ୍ ମର୍ଡର୍ସ” ର ଟିଜର ରିଲିଜ୍ ହୋଇଥିଲା ଯାହା ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇଥିଲା ଏବଂ ବର୍ତ୍ତମାନ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ୍ ହୋଇଛି । ଦି ବକିଙ୍ଗହମ୍ ମର୍ଡର ଟ୍ରେଲର ସସପେନ୍ସ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ । ଟ୍ରେଲରଟି ଏକ ବାଳକ ସହିତ ଆରମ୍ଭ ହୋଇଛି ଯିଏ ହତ୍ୟାକାଣ୍ଡର ନମ୍ବର ୧ ସସପେକ୍ଟ ଅଟେ । ଏହି ବାଳକ ପୋଲିସ ଦ୍ୱାରା ଧରାଯାଇଥିଲା, ଯେଉଁଥିପାଇଁ କରୀନା କପୁର ତାଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ୧୫ ନଭେମ୍ବର ରାତିରେ କେଉଁଠାରେ ଥିଲେ ।
ଏହା ପରେ ସେ ଅନ୍ୟ ସସପେକ୍ଟମାନଙ୍କୁ ମଧ୍ୟ ହତ୍ୟାକାଣ୍ଡର ରାତି ବିଷୟରେ ପ୍ରଶ୍ନ କରିଥିଲେ । ଏହି ଫିଲ୍ମରେ କରୀନା କପୁର ଖାନ ଜଣେ କଠୋର ପୋଲିସ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ । ଇଣ୍ଡଷ୍ଟ୍ରିରେ ୨୫ ବର୍ଷର ଏକ ସଫଳ କ୍ୟାରିଅର୍ ପରେ କରୀନା ଏହି ଫିଲ୍ମ ସହିତ ପ୍ରଡ୍ୟୁସର ଭାବରେ ଏକ ନୂଆ ଯାତ୍ରା ଆରମ୍ଭ କରୁଛନ୍ତି । ‘ଭିରେ ଦି ୱେଡିଂ’ ଏବଂ ‘କ୍ରୁ’ ପରେ ଅଭିନେତ୍ରୀ ପୁଣିଥରେ ଏକତା ଆର କପୁରଙ୍କ ସହ କାମ କରୁଛନ୍ତି, ଯିଏ ନିଜ ହିଟ୍ ଫିଲ୍ମ ପାଇଁ ଜଣାଶୁଣା । ଏଥର ଏକତା ଏକ ସମ୍ପୂର୍ଣ୍ଣ ସସପେନ୍ସ ଥ୍ରୀଲର ଫିଲ୍ମକୁ ସପୋର୍ଟ କରୁଛନ୍ତି ।
ଏହି ଫିଲ୍ମଟି ଅନେକ ପୁରସ୍କାର ବିଜେତା ତଥା ବହୁ ଖ୍ୟାତନାମା ନିର୍ଦ୍ଦେଶକ ହାଂସଲ ମେହେଟ୍ଟାଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯିଏକି “ସହିଦ”, “ସିଟି ଲାଇଟ୍”, “ସ୍କାମ 1992” ଏବଂ “ସ୍କୁପ୍” ଭଳି ଫିଲ୍ମ ତଥା ୱେବ୍ ସୋ’ ପାଇଁ ବେଶ ପ୍ରସିଦ୍ଧ । ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୩, ୨୦୨୪ ରେ ‘ବକିଙ୍ଗହମ୍ ମର୍ଡର’ ସିନେମାହଲରେ ରିଲିଜ ହେବ । ଏହି ଫିଲ୍ମରେ କରୀନା କପୁର ଖାନ, ଐସ ଟଣ୍ଡନ, ରଣଭୀର ବ୍ରାର ଏବଂ କିଥ ଏଲେନଙ୍କ ଭଳି ଅନେକ ଦମଦାର ଷ୍ଟାର ଅଛନ୍ତି । ହାଂସଲ ମେହେଟ୍ଟା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଅସୀମ ଆରୋରା, କାଶ୍ୟପ କପୁର ଏବଂ ରାଘବ ରାଜ କକ୍କର ଏହାକୁ ଲେଖିଛନ୍ତି ।