ସୈଫଙ୍କ ଉପରେ ଆକ୍ରମଣର ୩ ଘଣ୍ଟା ପୂର୍ବରୁ କ’ଣ କରୁଥିଲେ କରୀନା ? ପୋଷ୍ଟ କରି ଦେଇଥିଲେ ଅପଡେଟ୍

ବଲିଉଡ୍ ଅଭିନେତ୍ରୀ କରୀନା କପୁର ବହୁତ ଫନ୍ ଲଭିଙ୍ଗ୍ । ସେ ନିଜ ଗାର୍ଲସ୍ ଗ୍ୟାଙ୍ଗ୍ ସହ ପାର୍ଟି କରିବାକୁ ବହୁତ ଭଲ ପାଆନ୍ତି । ତାଙ୍କ ଭଉଣୀ କରିସ୍ମା ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଅନେକ କକଟେଲ୍ ଗ୍ଲାସ୍ ଟେବୁଲ ଉପରେ ରଖାହୋଇଥିବା ଦେଖିବାକୁ ମିଳିଛି । ଫଟୋ ଉପରେ କରିସ୍ମା ରିୟା କପୁର, ସୋନମ୍ କପୁର ଓ କରୀନା କପୁରଙ୍କ ନାମକୁ ଟ୍ୟାଗ୍ କରି ଲେଖିଛନ୍ତି, ‘ଗାର୍ଲସ୍ ନାଇଟ୍ ଇନ୍’ ।
ଏହି ଫଟୋକୁ କରୀନା ବି ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । କୁହାଯାଉଛି ଯେ ତିନି ଜଣ ସୋନମଙ୍କ ଘରେ ପାର୍ଟି କରିଥିଲେ । ଫଟୋକୁ କରୀନା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣର ୩ ଘଣ୍ଟା ପୂର୍ବରୁ ସେୟାର କରିଥିଲେ । ସେତେବେଳେ ରାତି ୧୧ଟା ହୋଇଥିଲା ।
ରାତି ପ୍ରାୟ ୨ଟା ବେଳେ ସୈଫଙ୍କ ଘରେ ଜଣେ ଅଜଣା ଦୁର୍ବୃତ୍ତ ପଶି ତାଙ୍କୁ ଛୁରାମାଡ଼ କରିଥିଲେ । ସୈଫଙ୍କ ଉପରେ ପାଖାପାଖି ୬ ଥର ଆକ୍ରମଣ କରାଯାଇଛି । ଘଟଣା ପରେ କରୀନାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନିଜ ଘର ବାହାରେ ବିଚଳିତ ନଜର ଆସୁଛନ୍ତି ।
Saif Ali Khan पर हमले के बाद ये Insta Post क्यों वायरल है.
CCTV में Kareena Kapoor बिल्डिंग स्टाफ के साथ दिख रही हैं.#SaifAliKhanAttacked #SaifAliKhan pic.twitter.com/y04U1yi5GU
— बलिया वाले 2.0 (@balliawalebaba) January 16, 2025
ବର୍ତ୍ତମାନ ସୈଫଙ୍କ ଅବସ୍ଥା ଠିକ୍ ଥିବା ହସ୍ପିଟାଲ ସୂତ୍ରରୁ କୁହାଯାଇଛି । ଘଟଣା ପରେ ତାଙ୍କୁ ତୁରନ୍ତ ଲୀଳାବତୀ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ସର୍ଜରୀ କରାଯାଇଛି । ସୈଫଙ୍କ ମେରୁଦଣ୍ଡ ନିକଟରେ ଗଭୀର ଆଘାତ ଲାଗିଛି । ନ୍ୟୁରୋ ସର୍ଜରୀ କରାଯାଇ ଶରୀରରୁ ୨/୩ ଇଞ୍ଚର ଧାରୁଆ ଅସ୍ତ୍ର ବାହାର କରାଯାଇଛି । ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି ।
ଘଟଣାରେ ସୈଫଙ୍କ ଘରୋଇ ସହାୟିକା ମଧ୍ୟ ଆହତ ହୋଇଛନ୍ତି । ଘଟଣାର ଯାଞ୍ଚ ପାଇଁ ପୋଲିସ ସିସିଟିଭି ଫୁଟେଜ ଖୋଜୁଛି । ପୋଲିସ ଏବେ ସୈଫଙ୍କ ୩ ଜଣ ଷ୍ଟାଫଙ୍କୁ ପଚରାଉଚରା କରୁଛି । ତଦନ୍ତ ପାଇଁ ମୁମ୍ବାଇ ପୋଲିସ ୭ଟି ଟିମ୍ ଗଠନ କରିଛି ।
ଆହୁରି ପଢ଼ନ୍ତୁ: ଅଢେଇ ଘଣ୍ଟା ହେଲା ସୈଫଙ୍କ ସର୍ଜରୀ, ବାହାରିଲା ୩ ଇଞ୍ଚର ଧାରୁଆ ଅସ୍ତ୍ର, ମେରୁଦଣ୍ଡ ନିକଟରେ ଗଭୀର ଆଘାତ