୧୭ ବର୍ଷ ତଳର ଫିଲ୍ମ ‘ଜବ୍‌ ୱି ମେଟ୍‌ ’କୁ ମନେ ପକାଇଲେ ଫ୍ୟାନ୍ସ, ‘ୟେ ଇଶ୍କ ହାଏ’ରେ ଡ୍ୟାନ୍ସ କରୁଥିବାର ନଜର ଆସିଲେ ବେବୋ

କରୀନା କପୁର ଅନେକ ବ୍ଲକବଷ୍ଟର ଫିଲ୍ମରେ କାମ କରିଛନ୍ତି । ଯେପରି ‘କବି ଖୁସି କଭି ଗମ’ର’ ପୂଜା ‘ଠାରୁ ଆରମ୍ଭ କରି’ ‘ଜବ୍‌ ୱି ମେଟ୍‌ ’ ର ‘ଗୀତ୍‌’ ପର୍ଯ୍ୟନ୍ତ କରୀନା ଅନେକ ବଡ଼ ଭୂମିକା ନଜର ଆସିଛନ୍ତି । ତେବେ ‘ଜବ୍‌ ୱି ମେଟ୍‌ ’ର ସବୁ ଗୀତ ସେହି ସମୟରେ ଏତେ ହିଟ୍‌ ହୋଇଥିଲା ଯେ, ଏବେ ମଧ୍ୟ ଲୋକମାନେ ଏହି ଫିଲ୍ମ ର ସମସ୍ତ ଗୀତକୁ ମନେ ପକାଇଥାନ୍ତି । ଏହି ଫିଲ୍ମ ରିଲିଜ ହେବାର ୧୭ ବର୍ଷ ବିତିଗଲାଣି, କିନ୍ତୁ ଆଜି ବି ଏହାକୁ ବହୁତ ପସନ୍ଦ କରାଯାଇଛି । ଏହି ଫିଲ୍ମରେ କରୀନାଙ୍କ ଅଭିନୟ ଲୋକମାନଙ୍କୁ ଆଜି ବି ବହୁତ ଭଲ ଲାଗିଥାଏ । ତେବେ ଇମତିଆଜ ଅଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରୀନାଙ୍କ ସହ ସହିଦ କପୁର ମୁଖ୍ୟ ଭୂମିକାରେ ଥିଲେ । ନିକଟରେ କରୀନା ଆବୁଧାବିରେ ଏକ ଇମେଣ୍ଟରେ ଯୋଗ ଦେଇଥିଲେ, ଯେଉଁଠାରେ ତାଙ୍କୁ ପିଙ୍କ୍‌ କଲର ଶାଢୀରେ ଦେଖିବାକୁ ମିଳିଥିଲା । ଏହା ସହ ସେହି ଫିଲ୍ମର ଗୀତ’ୟେ ଇଶ୍କ ହାଏ’ରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା ।

ଆବୁଧାବିରେ ଆୟୋଜିତ ଏହି ଇଭେଣ୍ଟରୁ କରୀନା କପୁର ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ କରୀନା ‘ଜବ୍‌ ୱି ମେଟ୍‌ ’ର ହିଟ୍ ଗୀତ ‘ୟେ ଇଶ୍କ ହାଏ’ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡିଓରୁ ଏହା ସ୍ପଷ୍ଟ ହୋଇଛି ଯେ ଫିଲ୍ମ ରିଲିଜ ହେବାର ୧୭ ବର୍ଷ ବିତିଯାଇଥିଲେ ମଧ୍ୟ କରୀନା ୟେ ଇଶ୍କ ହାଏର ସବୁ ଷ୍ଟେପ୍‌କୁ ମନେ ରଖିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯାହା କରୀନାଙ୍କ ଫ୍ୟାନ୍ସମାନେ ବହୁତ ପସନ୍ଦ କରୁଛନ୍ତି । କରୀନାଙ୍କ ଡ୍ୟାନ୍ସ ସହିତ ତାଙ୍କ ଲୁକ୍ ଉପରେ ମଧ୍ୟ ଅନେକ ଚର୍ଚ୍ଚା ହେବାରେ ଲାଗିଛି ।

କରୀନାଙ୍କ ଏହି ଭିଡିଓରେ ଫ୍ୟାନ୍ସମାନଙ୍କ ଠାରୁ ଅନେକ ପ୍ରତିକ୍ରିୟା ପାଇବାରେ ଲାଗିଛି । ତେବେ ୨୦୦୭ରେ ‘ଜବ୍‌ ୱି ମେଟ୍‌ ’ ରିଲିଜ୍ ହୋଇଥିଲା ଯାହା ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହା ସହ ତାଙ୍କର ଭୂମିକା ଗୀତ୍‌ ଏହି ଫିଲ୍ମରେ ହିଟ୍‌ ହୋଇଥିଲା । ଏହି ଫିଲ୍ମରେ କରୀନାଙ୍କ ସହ ସହିଦ କପୁର ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ । ଏହି ଫିଲ୍ମ ପରେ ସହିଦ ଏବଂ କରୀନାଙ୍କ ବ୍ରେକଅପ୍ ହେବାର ଖବର ମଧ୍ୟ ଆସିଥିଲା ।

ଇମତିଆଜ ଅଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ବଜେଟ୍ ମାତ୍ର ୧୫ କୋଟି ଟଙ୍କା ଥିବାବେଳେ ବକ୍ସ ଅଫିସରେ ୫୦ କୋଟି ଟଙ୍କା କଲେକ୍ସନ୍‌ କରିଥିଲା । ଏହା ସହ କରୀନାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଯେ, ସେ ଶେଷ ଥର ପାଇଁ ‘କ୍ରୁ’ରେ ଦେଖିବାକୁ ମିଳିଥିଲେ । କରୀନାଙ୍କ ସହ ତବୁ ଏବଂ କ୍ରିତି ସାନନ୍ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ । ଏବେ କରୀନାଙ୍କୁ ସିଙ୍ଘମ୍‌ ଏଗେନ୍‌’ରେ ଦେଖିବାକୁ ମିଳିବେ । ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଅଜୟ ଦେବଗନ୍, ଅକ୍ଷୟ କୁମାର, ରଣଭୀର ସିଂ, ଦୀପିକା ପାଦୁକୋନ ଏବଂ ଟାଇଗର ଶ୍ରଫଙ୍କ ଭଳି ଷ୍ଟାର ମଧ୍ୟ ରହିବେ ।

You might also like