ଭାଇରଲ ହେଉଛି କରୀନାଙ୍କ କୁନି ପୁଅ ଜେହର ଭିଡିଓ, ଆପଣ ବି ଥରେ ନଜର ପକାନ୍ତୁ

ବଲିଉଡର ରୟାଲ କପଲ ଭାବେ ଜଣା ସୈଫ ଅଲ୍ଲୀ ଖାଁ ଓ କରିନା କପୁରଙ୍କ କୁନି ପୁଅ ଜାହାଙ୍ଗୀରଙ୍କ ଏକ ଲାଟେଷ୍ଟ ଭିଡିଓ ବିଭିନ୍ନ ସୋସିଆଲ ମିଡ଼ିଆରେ ସାମ୍ନାକୁ ଆସିଥିବା ବେଳେ ଭିଡିଓଟି ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ବି ଲାଗିଛି । ଭିଡିଓଟିରେ ଆପଣ ଦେଖିପାରିବେ କୁନି ଜାହାଙ୍ଗୀର କେମିତି ଭାବେ ନିଜ ମିନି କାରରେ କେମିତି ଭରପୁର ମଜା ନେଉଛନ୍ତି । ସାମ୍ନାକୁ ଆସିଥିବା ଭିଡିଓଟିକୁ ଫ୍ୟାନ୍ସମାନେ ରେକର୍ଡ କରିଥିବା ବେଳେ ଭିଡିଓ ଟିରେ ଆପଣ ଦେଖିପାରିବେ ଜାହାଙ୍ଗୀର ନିଜ ମିନି କାରରେ ବସି ଖେଳିବା ପାଇଁ ବାହାରି ପଡିଛନ୍ତି । ସିଙ୍ଗଲ ସିଟର ଏହି କାରରେ ଜାହାଙ୍ଗୀର ଏକୁଟିଆ ଥିବାବେଳେ ଆଉ ଜଣେ କର୍ମଚାରୀଙ୍କ ପାଖରେ ଏହାର କଣ୍ଟ୍ରୋଲ ସିଷ୍ଟମ ଥିଲା । ନୀଳ ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ଷ୍ଟିୟରିଙ୍ଗ ହ୍ୱିଲକୁ ଜୋରସେ ଜାବୁଡି ଧରିଛନ୍ତି । ଆଉ ଏହି ସମୟରେ ଜାହାଙ୍ଗୀରଙ୍କ ଆଇ ତାଙ୍କ ଉପରେ କଡା ନଜର ରଖିଥିବା ଦେଖାଦେଇଛନ୍ତି । ଜାହାଙ୍ଗୀରଙ୍କ ଏହି କ୍ୟୁଟ ଭିଡିଓ ସୋସିଆଲ ମିଡିଆରେ ଖୁବ ଦ୍ରୁତ ବେଗରେ ଭାଇରଲ ହେବାରେ ଲାଗିଛି । ଫ୍ୟାନ୍ସ ମାନେ ବି ଏହି ଭିଡିଓ ଉପରେ ଭଲ ପାଇବା ଅଜାଡି ଦେଇଛନ୍ତି ।

 

 

View this post on Instagram

 

A post shared by ETimes (@etimes)

ଏମିତି ଦେଖିବାକୁ ଗଲେ ଉଭୟ ତୈମୁର ଓ ଜାହାଙ୍ଗୀର ଦୁଇ ଜଣ ସବୁଠୁ ପସନ୍ଦର ଷ୍ଟାର କିଡ଼ସ । ଘରୁ ବାହାରକୁ ପାଦ କାଢ଼ିବା ମାତ୍ରେ ହିଁ ଗଣମାଧ୍ୟମ କର୍ମୀମାନେ ଏହି ଦୁଇ ଷ୍ଟାର କିଡ଼ସଙ୍କ ଫଟୋ କ୍ଲିକ କରିଥାନ୍ତି | ଯାହାକି ସୋସିଆଲ ମିଡିଆରେ ଖୁବ ଦ୍ରୁତ ବେଗରେ ଭାଇରଲ ହୋଇଯାଏ । ଏଇ ନିକଟରେ ପଟୋଉଦି ପରିବାର ଜାହାଙ୍ଗୀରଙ୍କ ପ୍ରଥମ ଜନ୍ମଦିନ ସେଲିବ୍ରେଟ କରିଥିବା ନଜର ଆସିଥିଲେ । କରିନା କପୁର ଓ ସାରା ଅଲ୍ଲୀ ଖାଁ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲରେ ବାର୍ଥ ଡ଼େ ସେଲିବ୍ରେସନ ଫଟୋ ସେୟାର କରିଥିଲେ । ଯେବେ କରିନା ସାରା, ଇବ୍ରାହିମ, ତୈମୁର, ଜାହାଙ୍ଗୀରଙ୍କ ପରଫେକ୍ଟ ଫ୍ୟାମିଲି ଫଟୋ ସେୟାର କରିଥିବା ବେଳେ ସାରା ବର୍ଥ ଡ଼େ ବେଶର ଫଟୋ ସବୁ ସେୟାର କରିଛନ୍ତି ।

ଵର୍କ ଫ୍ରଣ୍ଟ ଦୃଷ୍ଟିରୁ ଦେଖିଲେ ଶେଷ ଥର ପାଇଁ ସୈଫ ଡିଜ୍ନି ପ୍ଲସ ହଟଷ୍ଟାର ଫିଲ୍ମ ଭୁତ ପୋଲିସରେ ଦେଖାଦେଇଥିଲେ । ଯେବେକି କରିନା କପୁର ଖାଁ, ଅମୀର ଖାନ ଲାଲ ସିଂହ ଚଢାର ରିଲିଜ ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି । ଯେବେକି ସାରା ଅଲ୍ଲୀ ଖାଁ ଶେଷ ଥର ପାଇଁ ଆନନ୍ଦ ଏଲ ରାୟଙ୍କ ଫିଲ୍ମ “ଅଂତରଙ୍ଗୀ”ରେ ନଜର ଆସିଥିଲେ । କହି ରଖିବା ଉଚିତ ହେବକି ସେମାନଙ୍କ ଦ୍ଵିତୀୟ ସନ୍ତାନ ଜାହାଙ୍ଗୀରଙ୍କ ସ୍ୱାଗତ ଗତ ବର୍ଷ ଫେବୃଆରୀ ୨୧ରେ କରିଥିଲେ । ଅଭିନେତା କରିନା କପୁର ନିଜ ପ୍ରେଗେନ୍ସି ବାଇବେଲ ନାମକ ପୁସ୍ତକରେ ଦୁଇ ପିଲାଙ୍କ ଜନ୍ମ ବେଳର ଅନୁଭୂତି ସବୁକୁ ସେୟାର କରିଛନ୍ତି । କରିନାଙ୍କ କହିବା ଅନୁଯାୟୀ, ବଡ ପୁଅ ତୁଳନାରେ ସାନ ପୁଅ ହେବା ସମୟର ଅନୁଭୂତି ବେଶ କଷ୍ଟ ଦାୟକ ଥିଲା । ଏହା ଯେମିତି ଏକ ପ୍ରକାର ଜୋରଦାର ଝଟକା ଥିଲା ତାଙ୍କ ପାଇଁ | ତାଙ୍କ ଅନୁଯାୟୀ ଖୁବ ସାହାସିକତାର ସହ ଏହାର ସାମ୍ନା କରିଥିଲେ ।

 

Also read: ଭଗବାନ ଶିବଙ୍କ ଭୂମିକାରେ କେଉଁ କେଉଁ ଅଭିନେତା ନଜର ଆସିଛନ୍ତି, ଜାଣନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.