ଏଠି କରିସ୍ମା-କରିନା ବିକ୍ରି ହେଉଛନ୍ତି ଦୁଇ ଗୁଣା ମୂଲ୍ୟରେ……

ବଲିଉଡ ଆକ୍ଟ୍ରେସ କରିନା କପୁର ଓ କରିସ୍ମା କପୁରଙ୍କ ଫ୍ୟାନ୍ସ ସଂଖ୍ୟା କିଛି କମ ନୁହେଁ । ଦେଶ ତଥା ଦେଶ ବାହାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଛନ୍ତି ଏମାନଙ୍କ ଫଲୋଅର୍ଶ । କିନ୍ତୁ ଭାରତରେ ତାଙ୍କର ଏମିତି ଜଣେ ଫ୍ୟାନ ଅଛନ୍ତି ଯାହାଙ୍କ ବାବଦରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଝାରଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ଜଣେ ଚାଷୀ ବଲିଉଡର ଏହି ଦୁଇ ଭଉଣୀଙ୍କ ନାଁକୁ ଉପଯୋଗ କରି ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ।

tamato image

ପ୍ରକୃତରେ ଏହି ଚାଷୀ ଜଣଙ୍କ ନିଜ କ୍ଷେତରୁ ଉତ୍ପାଦିତ ଟମାଟୋର ନାଁ କରିସ୍ମା ଓ କରିନା ରଖିଛନ୍ତି । କରିସ୍ମା ପ୍ରଜାତି ଟମାଟୋ ଦେଖିବାକୁ ଈଷତ ହଳଦିଆ ରଙ୍ଗର ହୋଇଥିବା ବେଳେ କରୀନା ପ୍ରଜାତି ଦେଖିବାକୁ ଲାଲ ରଙ୍ଗର । ଏହି ଟମାଟୋ ଜାମସେଦପୁର ବଜାରରେ ପହଂଚିବା ମାତ୍ରେ କିଛି ସମୟରେ ବିକ୍ରି ହୋଇଯାଏ ।

ଏହି ଚାଷୀଙ୍କ ଅନୁଯାୟୀ, ଜାମସେଦପୁର ବ୍ୟତୀତ ବିହାର, ବେଙ୍ଗଲ, ଓଡିଶାରେ ବି ଏହି “କରିସ୍ମା-କରିନା” ପ୍ରଜାତି ଟମାଟୋର ଖୁବ ଚାହିଦା ରହିଛି । ସାଧାରଣ ଟମାଟୋକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଏହି ତରିକା ଆପଣାଇ ଯାଇଥିବା ନେଇ କହିଛନ୍ତି ଏଠିକା ଚାଷୀ । ଖାଲି ସେତିକି ନୁହେଁ “କରିସ୍ମା-କରିନା” ଟମାଟୋ ସେମାନଙ୍କ ଭାଗ୍ୟ ବଦଳାଇ ଦେଇଥିବା ନେଇ ମଧ୍ୟ କହିଛନ୍ତି ।

tamato image

ଯେଉଁ ଟମାଟୋ ସାଧାରଣ ମାର୍କେଟରେ ମାତ୍ର ୧୦ ରୁ ୧୨ ଟଙ୍କାରେ ବିକ୍ରି ହେଉଛି । କରିସ୍ମା-କରିନା ନାଁ ଯୋଡିବା ପରେ ଏହା କିଲୋ ପ୍ରତି ୨୦ ରୁ ୨୫ ଟଙ୍କାରେ ବିକ୍ରି ହୋଇପାରୁଛି । କରୋନା ସମୟରେ ଜମି ବନ୍ଧକ ରଖି ଚାଷ କରାଯାଇଥିବା ବେଳେ ଏହି ନୂଆ ତରିକା ଆପଣେଇ ୫୦ ରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇପାରୁଛି ।

Leave A Reply

Your email address will not be published.