ଦିନେ ବଲିଉଡର ଟପ୍ ଅଭିନେତ୍ରୀ ମଧ୍ୟରେ ସାମିଲ ଥିଲେ, କିନ୍ତୁ ଏବେ ବିକିବାକୁ ପଡୁଛି ନିଜ ଘର

ବଲିଉଡର ଟପ୍ ଅଭିନେତ୍ରୀ ମଧ୍ୟରେ ସାମିଲ କରିସ୍ମା କପୁର। କିନ୍ତୁ କରିସ୍ମା ଏବେ ତାଙ୍କ ଫ୍ଲାଟ ବିକୁଥିବା ଖରବ ଶୁଣିବାକୁ ମିଳିଛି। ଘର ବିକିବା ପାଇଁ ନିଜର ଫ୍ଲାଟକୁ ଅନଲାଇନ ପ୍ଲାଟଫର୍ମରେ ଲିଷ୍ଟ କରିଛନ୍ତି। ଫ୍ଲାଟ ବିକିବା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ଫ୍ଲାଟର ଦାମ୍ ଜାଣିଲେ ହୁଏତ ଆପଣ ନିଶ୍ଚିତ ଆଶ୍ଚର୍ଯ୍ଯ ହେବେ।

କରିସ୍ମାଙ୍କ ନିଜର ଘର ବିକିବା ପାଇଁ ୱେବସାଇଟରେ ଲିଷ୍ଟିଂ କରିଛନ୍ତି। ୨୪ ଡିସେମ୍ବରରୁ ଏହି ଘରର ବିକ୍ରି ପାଇଁ ସାଇଟରେ ରହିଛି। ଯାହାର ଦାମ ୧୦ କୋଟି ୧୧ ଲକ୍ଷ ଟଙ୍କା। ଏହି ଫ୍ଲାଟ ୧୬୧୧ ବର୍ଗଫୁଟ ଅଞ୍ଚଳରେ ରହିଛି। ଏହି ଘରକୁ ଗତବର୍ଷ ହିଁ କରିସ୍ମା କିଣିଥିଲେ।

Karishma-Kapoor

ସୂଚନାଯୋଗ୍ଯ, କରିସ୍ମା ଏବେ ବଲିଉଡର କୌଣସି ପ୍ରୋଜେକ୍ଟରେ କାମ କରୁନାହାନ୍ତି। କରିସ୍ମା ବିଜନେସମ୍ଯାନ୍ ସଂଜୟ କପୁରଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ୧୩ ବର୍ଷ ପରେ ତାଙ୍କ ବାହାଘର ଭାଙ୍ଗି ଯାଇଥିଲା। ତାଙ୍କର ଦୁଇଟି ପିଲା ମଧ୍ୟ ରହିଛନ୍ତି। ୧୯୯୦ ଦଶକରେ ପ୍ରଥମ ଥର ପାଇଁ କରିସ୍ମା ବଡ ପରଦାରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.