ବଢ଼ିଲା କଙ୍ଗନା ରାଣାଓ୍ଵତ୍‌ଙ୍କ ଚିନ୍ତା, ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ମାମଲା ରୁଜୁ କଲା କର୍ଣ୍ଣାଟକ ପୋଲିସ

ବଢ଼ିଲା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ସମସ୍ୟା। କଙ୍ଗନାଙ୍କ ବିରୋଧରେ କର୍ଣ୍ଣାଟକ ପୋଲିସ ଏକ ମାମଲା ରୁଜୁ କରିଛି। କଙ୍ଗନା ଟ୍ଵିଟ୍‌ କରି କୃଷକ ବିରୋଧୀ ପ୍ରଦର୍ଶନକୁ ଟାର୍ଗେଟ୍‌ କରିଥିଲେ। କେନ୍ଦ୍ର ତିଆରି କରିଥିବା କୃଷି ନିୟମକୁ ବିରୋଧ କରି କୃଷକମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ କଙ୍ଗନା ସେମାନଙ୍କୁ ବିରୋଧ କରିଥିଲେ, ଯାହା ଏବେ ତାଙ୍କୁ ମହଙ୍ଗା ପଡ଼ିଛି।

କର୍ଣ୍ଣାଟକର ତୁମକୁର ଜିଲ୍ଲା ଅଦାଲତଙ୍କ ନିର୍ଦ୍ଦେଶ ପରେ ପୋଲିସ ସୋମବାର କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି କଙ୍ଗନାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ଧାରା ୧୦୮, ୧୫୩ଏ, ୫୯୪ ଧାରାରେ ମାମଲା ରୁଜୁ କରାଯାଇଛି। ତୁମକୁର ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଫାଷ୍ଟ କ୍ଲାସ ଅକ୍ଟୋବର ୯ରେ ପୋଲିସ ଏଫ୍‌ଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କଙ୍ଗନା ରାଣାଓ୍ଵତ୍‌ ସେପ୍ଟେମ୍ବର ୨୧ ତାରିଖରେ ଟ୍ଵିଟ୍‌ କରି ଲେଖିଥିଲେ ‘ଯେଉଁ ଲୋକମାନେ ସିଏଏ ବିଷୟରେ ଭୁଲ ସୂଚନା ଦେଇଥିଲେ ଓ ଗୁଜବ ଖେଳାଇଥିଲେ, ଯେଉଁମାନଙ୍କ ଯୋଗୁ ହିଂସା ହୋଇଥିଲା, ଏବେ ସେମାନେ କୃଷକ ବିଲ୍‌ ଉପରେ ଭୁଲ ସୂଚନା ଦେଉଛନ୍ତି, ଯାହା ଫଳରେ ଦେଶରେ ଭୟର ବାତାବରଣ ଦେଖାଦେଇଛି। ସେମାନେ ଆତଙ୍କୀ। ମୁଁ କ’ଣ କହୁଛି କିନ୍ତୁ ଏମାନେ ଭୁଲ ସୂଚନା ଦେଉଛନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.