ଇନଷ୍ଟାଗ୍ରାମରେ ଟି-ଶାର୍ଟ ଖୋଲୁଥିବାର ନଜର ଆସିଲେ କାର୍ତ୍ତିକ ଆଯ୍ୟର୍ନ୍‌, ନିଜକୁ କହିଲେ ଏମିତି

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆଯ୍ୟର୍ନ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଥାଆନ୍ତି ଏବଂ ପ୍ରଶଂସକଙ୍କ ପାଇଁ ନିଜର କିଛି ନା କିଛି ଫଟୋ ସେୟାର୍‌ କରିବାରେ ଲାଗିଥାଆନ୍ତି। ନିକଟରେ ସେ ଟି-ଶାର୍ଟ ଖୋଲୁଥିବାର ଏକ ଫଟୋ ସେୟାର କରିଛନ୍ତି। ଏହାସହିତ ଏକ ମଜାଦାର କ୍ୟାପସନ ମଧ୍ୟ ଦେଇଛନ୍ତି।
ଫଟୋରେ କାର୍ତ୍ତିକ ଏକ ଧଳା ରଙ୍ଗର ଟି-ଶାର୍ଟ ଖୋଲୁଥିବାର ନଜର ଆସିଛନ୍ତି। ଏଥିରେ ତାଙ୍କ ଏବ୍ସ ପୂରା ସିଧା ସିଧା ନଜର ଆସୁଛି। ଫଟୋ କ୍ୟାପସନ ମଧ୍ୟ ସେ ଅଲଗା ତରିକା ଏବଂ ଆକର୍ଷଣୀୟ ଭାବେ ଦେଇଛନ୍ତି। ଏହି ଫଟୋକୁ ପୋଷ୍ଟ କରି କାର୍ତ୍ତିକ ଲେଖିଛନ୍ତି କି, ‘ନିରାମିଷ ଯୁବକ’। ଏହାସହିତ ସେ ଏକ ଇମୋଜି ମଧ୍ୟ ବ୍ୟବହାର କରିଛନ୍ତି। କାର୍ତ୍ତିକ ପୋଷ୍ଟ କରିବା ପରେ ପରେ ପ୍ରଶଂସନକମାନେ ରିଆକ୍ଟ କରିବା ଆରମ୍ଭ କରିଦେଇଛନ୍ତି।

ଏହାସହ ପଢ଼ନ୍ତୁ: ବିରାଟ କୋହଲି ୩ବର୍ଷ ଧରି କରି ଆସୁଛନ୍ତି ଗୋଟିଏ ଏକ୍ସରସାଇଜ, ଦେଖନ୍ତୁ ଭିଡିଓ

kartt

କହି ରଖୁଛୁ ଯେ କାର୍ତ୍ତିକଙ୍କ ନାମ ବର୍ତ୍ତମାନ ସାରା ଅଲ୍ଲୀ ଖାନଙ୍କ ସହିତ ଯୋଡ଼ା ଯାଉଛି। କିଛି ଦିନ ତଳେ ଦୁଇଜଣ ଇମତିୟାଜ୍‌ ଅଲ୍ଲୀଙ୍କ ଫିଲ୍ମ ‘ଆଜ କଲ୍‌’ର ସୁଟିଙ୍ଗ୍‌ ଶେଷ କରିଛନ୍ତି। ଫିଲ୍ମ ସେଟରୁ ମଧ୍ୟ ସେମାନଙ୍କ ଫଟୋ ସାମ୍ନାକୁ ଆସୁଛି। ଏବେ ଦୁଇଜଣଙ୍କର ନୂଆ ଭିଡିଓ ସୋସିଆଲ ମିଡିଆରେ ଛାଇ ଯାଇଛି। ଅଗଷ୍ଟ ୫ରେ କାର୍ତ୍ତିକ ଓ ସାରାଙ୍କୁ ଏକ ସାଥିରେ ଲକ୍ଷୌ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଏହି ସମୟରେ ଉଭୟ ଉଭୟଙ୍କୁ ‘ଗୁଡ୍‌ ବାଏ’ କହି ଆଲିଙ୍ଗନ କରୁଥିଲେ। ଆଖପାଖରେ ଛିଡ଼ା ହୋଇଥିବା ଫ୍ୟାନମାନେ ମଧ୍ୟ ଏହା ଦେଖୁଥିଲେ। ତେବେ କାର୍ତ୍ତିକ ଓ ସାରା କେବେ ନିଜ ରିଲେଶନକୁ ନେଇ ନିଶ୍ଚିତ କରିନାହାନ୍ତି।