ସୋସିଆଲ ମିଡିଆରେ ନିଜ ଷ୍ଟାଇଲରେ ଫ୍ୟାନ୍ସଙ୍କୁ ସଚେତନ କରାଇଲେ କାର୍ତ୍ତିକ ଆର୍ୟାନ, ଥରେ ନିଶ୍ଚୟ ଦେଖନ୍ତୁ ଏହି ଭିଡିଓ

ସାରା ଦୁନିଆ କରୋନା ଭାଇରସକୁ ନେଇ ଆତଙ୍କିତ ହୋଇ ରହିଛି । ତେବେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଘରୁ ନବାହାରିବାକୁ ଅପିଲ କରିଛନ୍ତି । ଏହି ସମୟରେ ବଲିଉଡ ଅଭିନେତା କାର୍ତ୍ତିକ ଆରୟନ ନିଜ ଷ୍ଟାଇଲରେ ସମସ୍ତଙ୍କୁ ଏକ ଷ୍ଟ୍ରଙ୍ଗ ମେସେଜ ଦେଇଛନ୍ତି ।

 

View this post on Instagram

 

My Appeal in my Style Social Distancing is the only solution, yet 🙏🏽

A post shared by KARTIK AARYAN (@kartikaaryan) on


ନିକଟରେ କାର୍ତ୍ତିକ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜର ନୂତନ ଫିଲ୍ମ ‘ପ୍ୟାର କି ପଞ୍ଚନାମା’ର ଗାର୍ଲଫ୍ରେଣ୍ଡର ଡାଇଲଗ ଭଳି ଦଶରେ ଥିବା ସେହି ଲୋକମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେଉଁମାନେ ଏବେ ବି ଘରୁ ବାହାରୁଛନ୍ତି । କାର୍ତ୍ତିକଙ୍କ କହିବା ଅନୁଯାୟୀ ଆମକୁ ନିଜର ଧ୍ୟାନ ରଖିବାକୁ ପଡିବ । କାରଣ ଆମେ ଇଟାଲୀ ଭଳି ଭୁଲ କରିବା ନାହିଁ । ବିପଦ ସମସ୍ତଙ୍କ ପାଇଁ ତେଣୁ ଏହାକୁ ସମସ୍ତେ ମିଶି ମୁକାବିଲା କରିବା ଆବଶ୍ୟକ । ଏହି ଭିଡିଓରେ କାର୍ତ୍ତିକ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ମଧ୍ୟ କହିଛନ୍ତି ।

କାର୍ତ୍ତିକଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତାଙ୍କର ଏହି ମେସେଜ ଦେବାର ଷ୍ଟାଇଲ ଫ୍ୟାନମାନଙ୍କୁ ବହୁତ ପସନ୍ଦ ଆସିଛି । ତେବେ ଏହି ଭିଡିଓକୁ ସମସ୍ତେ ବୁଝିବାକୁ ଚେଷ୍ଟା କରନ୍ତୁ ବୋଲି ଆମେ ଆଶା କରୁଛୁ । ତାଙ୍କର ଏହି ଭିଡିଓକୁ ବଲିଉଡର ଅନେକ ସେଲିବ୍ରିଟି ମଧ୍ୟ ତାରିଫ କରୁଛନ୍ତି ।

Leave A Reply

Your email address will not be published.