କାର୍ତ୍ତିକ ଆର୍ଯ୍ୟନଙ୍କୁ ଆସେ ନାହିଁ KISS କରିବା, କିସିଙ୍ଗ୍‌ ସିନ୍‌ ଦେବାରେ କରନ୍ତି ଖୁବ୍‌ ପରିଶ୍ରମ; ଏହି ଫିଲ୍ମରେ ଦେଇଥିଲେ ୩୭ ରି-ଟେକ୍‌!

‘ପ୍ୟାର କା ପଞ୍ଚନାମା’ରେ ନିଜର ୫ ମିନିଟ୍‌ର ମନୋଲଗ୍‌ରୁ ହିଟ୍‌ ହୋଇଥିବା ଆକ୍ଟର କାର୍ତ୍ତିକ ଆର୍ଯ୍ୟନ ଆଜି ଇଣ୍ଡଷ୍ଟ୍ରୀର ଏକ ଜଣାଶୁଣା ନାଁ। ସେ ବଲିଉଡ୍‌ରେ କମେଡି ଠାରୁ ଆରମ୍ଭ କରି ରୋମାଣ୍ଟିକ୍‌ ମୁଭି ପର୍ଯ୍ୟନ୍ତ, ନିଜର ଚକୋଲେଟ୍‌ ହିରୋର ଇମେଜ ବଜାୟ ରଖିଛନ୍ତି। ଫିଲ୍ମଗୁଡ଼ିକରେ ରୋମାଣ୍ଟିକ୍‌ ସିନ୍‌ ଦେବାକୁ ଦ୍ୱିଧାବୋଧ କରୁ ନ ଥିବା କାର୍ତ୍ତିକ ଆର୍ଯ୍ୟନଙ୍କୁ କିନ୍ତୁ ଗୋଟିଏ କିସିଙ୍ଗ୍‌ ସିନ୍‌ ଦେବାରେ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଥାଏ। କଲେଜର ତୃତୀୟ ବର୍ଷରେ ହିଁ କାର୍ତ୍ତିକ ଏକ ଫିଲ୍ମ ସାଇନ୍‌ କରିଥିଲେ। ତାଙ୍କୁ ‘ପ୍ୟାର୍‌ କା ପଞ୍ଚନାମା’ର ଅଫର ମିଳିଥିଲା। ଏହି ଫିଲ୍ମ ପରେ କାର୍ତ୍ତିକଙ୍କୁ ‘ଆକାଶବାଣୀ’ ଏବଂ ‘କାଞ୍ଚି: ଦ ଅନବ୍ରେକେବଲ’ରେ କାମ ମିଳିଥିଲା। କାଞ୍ଚିରେ କାର୍ତ୍ତିକଙ୍କୁ ସପୋର୍ଟିଙ୍ଗ୍‌ ରୋଲ ମିଳିଥିଲା। କାହିଁକିନା, ସୁଭାଷ ଘାଇ ଏହାର ନିର୍ଦ୍ଦେଶକ ଥିଲେ, ତେଣୁ କାର୍ତ୍ତିକ ହଁ ଭରି ଦେଇଥିଲେ।

ଏହି ଫିଲ୍ମରେ କାର୍ତ୍ତିକଙ୍କୁ ଲିଡ୍‌ ଅଭିନେତ୍ରୀ ମିଷ୍ଟିଙ୍କ ସହିତ ଏକ କିସିଙ୍ଗ୍‌ ସିନ୍‌ ଦେବାର ଥିଲା। କିନ୍ତୁ ଏହା ତାଙ୍କ ପାଇଁ ସହଜ ନ ଥିଲା। କାରଣ, ତାଙ୍କୁ କିସ୍‌ କରିବା ହିଁ ଆସୁ ନ ଥିଲା। ଏଥିପାଇଁ ୩୭ ଥର ରି-ଟେକ୍‌ ଦେବାକୁ ପଡ଼ିଥିଲା। ଏକ ଇଣ୍ଟରଭ୍ୟୁରେ କାର୍ତ୍ତିକ ଆର୍ଯ୍ୟନ ଏ ବିଷୟରେ ଖୁଲାସା କରିଥିଲେ। ସେ କହିଥିଲେ କି, ‘କିସିଙ୍ଗ୍‌ ସିନ୍‌ରେ ସୁଭାଷ ଘାଇଙ୍କୁ ଉତ୍ସାହ ଦରକାର ଥିଲା। ଆଉ ମୋତେ କିସ୍‌ କରିବା ଆସୁ ନ ଥିଲା। ସେହି ସମୟରେ ମୁଁ ତ ତାଙ୍କୁ ପଚାରିବାକୁ ଯାଉଥିଲି କି, ସାର୍‌ ପ୍ଲିଜ୍‌ ଏହା କରିକି ଦେଖାନ୍ତୁ କେମିତି କରିବାର ଅଛି। ମୁଁ କେବେ ଭାବି ନ ଥିଲି କିସିଙ୍ଗ୍‌ ସିନ୍‌ ଏତେ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିବ। ଆମେ ସେହି ଦିନ ଲଭର୍ସଙ୍କ ଭଳି ବ୍ୟବହାର କରିଥିଲୁ। ଶେଷରେ ସୁଭାଷ ଘାଇ ଖୁସି ହେଲେ କି, ତାଙ୍କୁ ଯାହା ଦରକାର ଥିଲା, ତାହା ହିଁ ମିଳିଗଲା’।

କାର୍ତ୍ତିକ ନିଜର ପ୍ରଥମ ଫିଲ୍ମ ‘ପ୍ୟାର କା ପଞ୍ଚନାମା’କୁ ନେଇ ଆଉ ଏକ ଖୁଲାସା କରିଥିଲେ। ଏହି ଫିଲ୍ମରେ କାର୍ତ୍ତିକଙ୍କ ୫ ମିନିଟ୍‌ର ମନୋଲଗ୍‌ ବହୁତ ଫେମସ୍‌ ହୋଇ ଯାଇଥିଲା। ଆଜି ବି ତାଙ୍କୁ ତାଙ୍କ ମନୋଲଗ୍‌ ପାଇଁ ସବୁଠାରୁ ଅଧିକ ଜଣା ଯାଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, କାର୍ତ୍ତିକ ନିଜର ଏହି ମନୋଲଗ୍‌କୁ ଫିଲ୍ମରୁ ହଟାଇବାକୁ ଚାହୁଁଥିଲେ? ସେ କହିଥିଲେ, ‘ଯେତେବେଳେ ମୁଁ ମନୋଲଗ୍‌ ପଢ଼ିଥିଲି, ତ ଡାଇରେକ୍ଟର ଲଭ ରଞ୍ଜନଙ୍କୁ ସେହି ସିନ୍‌ ଡିଲିଟ୍‌ କରିବାକୁ କହିଥିଲି। ମୋତେ ଲାଗୁଥିଲା, ଏହି ସିନ୍‌ ମୋ କ୍ୟାରିୟର ଖରାପ କରିଦେବ ଏବଂ ଲୋକେ ମୋତେ ଥଟ୍ଟା କରିବେ। ଆଶ୍ଚର୍ଯ୍ୟର କଥା, ସେହି ସିନ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍‌ ଭାଇରାଲ ହୋଇଥିଲା’। କହି ରଖୁଛୁ, କାର୍ତ୍ତିକଙ୍କ ଫିଲ୍ମ ‘ଧମାକା’ ନିକଟରେ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ସେ ସାମ୍ବାଦିକର ଭୂମିକା ନିଭାଇଛନ୍ତି। ଫିଲ୍ମକୁ କ୍ରିଟିକ୍ସଙ୍କର ପଜିଟିଭ୍‌ ରେସ୍‌ପନ୍ସ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.