ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା କାର୍ତ୍ତିକ ଆର୍ଯ୍ୟନଙ୍କ ସୁପର ହିଟ ଫିଲ୍ମ ‘ଭୁଲ ଭୁଲେୟା ୨’, ଜାଣନ୍ତୁ କେଉଁଠି ଦେଖିବେ ଏହି ଫିଲ୍ମ

କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଫିଲ୍ମ ‘ଭୁଲ ଭୁଲେୟା ୨’ ମଇ ୨୦ ରେ ଫିଲ୍ମ ହଲରେ ରିଲିଜ ହୋଇଯାଇଛି । ସେବେ ଠାରୁ ଆଜି ଯାଏ ଫିଲ୍ମ ଟି ବହୁତ ନାଁ କମାଇଛି । ସବୁ ଫିଲ୍ମକୁ ପଛରେ ପକାଇ ଫିଲ୍ମଟି ଭଲ ରୋଜଗାର ମଧ୍ୟ କରିଛି । ଆଜି ଯାଏ ମଧ୍ୟ ଫିଲ୍ମଟି ହଲରେ ବହୁତ ଭିଡ ଜାରି ରଖିଛି ।

ଏବେ ଯାଏ ‘ଭୁଲ ଭୁଲେୟା ୨’ ୨୦୦ କୋଟି ଟଙ୍କା ଆୟ କରିସାରିଲାଣି । ଦର୍ଶକ ଫିଲ୍ମରେ କିଆରା ଆଡଭାନୀ ଓ କାର୍ତ୍ତିକଙ୍କ କେମେଷ୍ଟ୍ରିକୁ ବହୁତ ପସନ୍ଦ କରିଛନ୍ତି । ଯଦି ଆପଣ କୌଣସି କାରଣରୁ ଫିଲ୍ମଟିକୁ ଦେଖିବାକୁ ହଲ ଯାଇ ପାରିନାହାଁନ୍ତି । ତେବେ ନିରାଶ ହୁଅନ୍ତୁ ନାହିଁ ।

ଘରେ ବସି ଦେଖିପାରିବେ ଫିଲ୍ମ ‘ଭୁଲ ଭୁଲେୟା ୨’

ଆଜି ଅର୍ଥାତ ୧୯ ଜୁନରେ ଫିଲ୍ମଟିକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିଦିଆଯାଇଛି । ନେଟଫ୍ଲିକ୍ସ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛି । ନେଟଫ୍ଲିକ୍ସ ସୋସିଆଲ ମିଡିଆରେ ଏହାର ପୋଷ୍ଟ ସେୟାର କରିବା ସହ ଏହାର ରିଲିଜ ସମ୍ପର୍କରେ ସୂଚନା ଦେଇଛି । କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ‘ଭୁଲ ଭୁଲେୟା ୨’ ୨୦୦୭ ରେ ଆସିଥିବା ‘ଭୁଲ ଭୁଲେୟା’ର ସାଦୃଶ୍ୟ ଅଟେ । ଯେଉଁଥିରେ ଅକ୍ଷୟ କୁମାର, ବିଦ୍ୟା ବାଲାନ୍‌, ସାଇନି ଆହୁଜା ଓ ଅମିଶା ପଟେଲଙ୍କ ଭଳି କଳାକାର କାମ କରିଛନ୍ତି ।

 

View this post on Instagram

 

A post shared by Netflix India (@netflix_in)

ଏହି ଫିଳ୍ମରେ କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡଭାନୀ କାମ କରିଛନ୍ତି । ‘ଭୁଲ ଭୁଲେୟା ୨’ ଏଯାଏ ବକ୍ସ ଅଫିସରେ ୧୭୯.୩୧ କୋଟି ଆୟ କରିସାରିଲାଣି । ଗୋଟିଏ ମାସ ପରେ ଏହାକୁ ଓଟିଟି ପ୍ଳାଟଫର୍ମରେ ରିଲିଜ କରିଦିଆଯାଇଛି । ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଅନୀସ ବଜମୀ । ଏଥିରେ କାର୍ତ୍ତିକ ଆର୍ଯ୍ୟନ୍‌, କିଆରା ଆଡଭାନୀ,ତବ୍ଦୁଙ୍କ ସହ ରାଜପାଳ ଯାଦବ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.