କାର୍ତ୍ତିକ ଆର୍ଯ୍ୟନଙ୍କୁ ମିଳିଲାନି ନିଜ ଫିଲ୍ମ ‘ଭୁଲ ଭୁଲୈୟା ୨’ର ଟିକେଟ, ହାଉସଫୁଲ ବୋର୍ଡ ଧରି ବୁଲିଲେ ହିରୋ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ଭୁଲ ଭୁଲୈୟା ୨’ ଏବେ ବକ୍ସ ଅଫିସରେ ଧମାଲ କରୁଛି। ଏହି ଫିଲ୍ମ ପ୍ରଥମ ସପ୍ତାହରେ ହିଁ ମାତ୍ର ୩ ଦିନରେ ୫୪.୫୦ କୋଟି ଆୟ କରିସାରିଲାଣି। ଏହି ଫିଲ୍ମ ୨୦୨୨ର ବଲିଉଡର ସବୁଠାରୁ ସଫଳ ଫିଲ୍ମ ମଧ୍ୟରେ ସାମିଲ ହୋଇଛି। କାର୍ତ୍ତିକଙ୍କୁ ନିଜ ଫିଲ୍ମ ପାଇଁ ମିଳୁଥିବା ଏପରି ଭଲପାଇବା ଏବଂ ପ୍ରଶଂସା ପାଇଁ ବହୁତ ଉତ୍ସାହିତ ରହିଛନ୍ତି।

୨୦୦୭ରେ ଆସିଥିବା ଫିଲ୍ମ ‘ଭୁଲ ଭୁଲୈୟା’ରେ ଅକ୍ଷୟ କୁମାର, ବିଦ୍ୟା ବାଲାନ, ଅମିଷା ପଟେଲ ଏବଂ ଶାଇନୀ ଆହୁଜା ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏବେ ଏହି ଫିଲ୍ମର ସିକ୍ୱେଲରେ କାର୍ତ୍ତିକଙ୍କ ଅଭିନୟ ଯାଦୁ ଦେଖିବାକୁ ମିଳିଛି। ଫିଲ୍ମ ପାଇଁ ମିଳୁଥିବା ଭଲପାଇବା ଦେଖିବା ପାଇଁ କାର୍ତ୍ତିକ ଆର୍ଯ୍ୟନ ୨୨ ମଇକୁ ମୁମ୍ବାଇର ଗେଟୀ ଗ୍ୟାଲେକ୍ସି ଥିଏଟରକୁ ପହଞ୍ଚିଥିଲେ। ହଲ୍‌ ହାଉସଫୁଲ ହେବା ଯୋଗୁଁ ଅଭିନେତା ଜଣକ ମଧ୍ୟ ନିଜ ଫିଲ୍ମର ଟକେଟ କିଣିପାରିନଥିଲେ।

 

View this post on Instagram

 

A post shared by KARTIK AARYAN (@kartikaaryan)

ଏହାପରେ କାର୍ତ୍ତିକ ହାଉସଫୁଲ ବୋର୍ଡ ଦରି ଫ୍ୟାନ୍ସ ସହିତ ଫଟୋ ଉଠାଇଥିଲେ। ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ ମଧ୍ୟ କରିଥିଲେ। ଟ୍ଵିଟ୍‌ କରି କାର୍ତ୍ତିକ ଲେଖିଛନ୍ତି, ଜଣେ ଅଭିନେତା ଭାବେ ଏହି ଦିନକୁ ଅନେକ ଦିନରୁ ଅପେକ୍ଷା କରିଥିଲି। ହାଉସଫୁଲ ବୋର୍ଡ। ଯେଉଁଠି ମୋତେ ନିଜ ଫିଲ୍ମର ଟିକେଟ ମିଳୁନାହିଁ। ଧନ୍ୟବାଦ ଜନତା।

 

View this post on Instagram

 

A post shared by KARTIK AARYAN (@kartikaaryan)

ଏହି ଫିଲ୍ମରେ କାର୍ତ୍ତିକଙ୍କ ସହିତ ମୁଖ୍ୟ ଭୂମିକାରେ କିଆରା ଆଡଭାନୀ, ରାଜପାଲ ଯାଦବ, ସଞ୍ଜୟ ମିଶ୍ରା ରହିଛନ୍ତି। କାର୍ତ୍ତିକଙ୍କ ଅପକମିଂ ଫିଲ୍ମ ‘କ୍ୟାପଟେନ ଇଣ୍ଡିଆ’, ଫ୍ରେଡି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.