ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା ଫିଲ୍ମ ‘ଧମାକା’ର କାର୍ତ୍ତିକ ଆର୍ଯ୍ୟନଙ୍କ ଫାଷ୍ଟ ଲୁକ୍‌ , ଦମଦାର୍‌ ଲୁକ୍‌ ରେ ଆସିବେ ନଜର

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଗତକାଲି ନିରଜା ଫିଲ୍ମର ନିର୍ଦ୍ଦେଶକ ରାମ ମାଧବାନୀଙ୍କ ନୂଆ ଫିଲ୍ମ ‘ଧମାକା’ ରେ ତାଙ୍କ ଚରିତ୍ର ‘ଅର୍ଜୁନ ପାଠକ’ଙ୍କ ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି। ଏହି ଫିଲ୍ମ କାର୍ତ୍ତିକ ଆର୍ଯ୍ୟନ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରୁଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଫଟୋ ସେୟାର କରିବା ସହ କାର୍ତ୍ତିକ ଲେଖିଛନ୍ତି, ‘ଅର୍ଜୁନ ପାଠକଙ୍କ ସହ ସାକ୍ଷାତ କରନ୍ତୁ ।’ ଏହି ଫଟୋ କାର୍ତ୍ତିକ ଚଷମା ପିନ୍ଧିଥିବା ବେଳେ ନର୍ମାଲ ସୁଟ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛି। କିନ୍ତୁ ତାଙ୍କ ନୀଳ ରଙ୍ଗର ସାର୍ଟ ଉପରେ ରକ୍ତ ଦାଗ ଦେଖାଯିବା ସହ ଦାଢି-ନିଶ ଏବଂ ଲମ୍ବା କେଶ ରଖିଥବାର ନଜର ଆସିଛନ୍ତି। କାର୍ତ୍ତିକଙ୍କର ଏହି ନିଆରା ଲୁକ୍‌ ବର୍ତ୍ତମାନ ପର୍ଯ୍ୟନ୍ତ କରିଥିବା ଫିଲ୍ମର ଲୁକ୍‌ ଠାରୁ ସମ୍ପୂର୍ଣ୍ଣ ଭିନ୍ନ।

kartik arjyaଫିଲ୍ମ ‘ଧମାାକା’ ଏକ ଟିଭି ଚ୍ୟାନେଲର ଆଭ୍ୟନ୍ତରୀଣ କାର୍ଯ୍ୟ ବିଷୟରେ କହିବ। ଚଳିତବର୍ଷ ନଭେମ୍ବରରେ ନିଜର ବର୍ଥଡେ’ରେ କାର୍ତ୍ତିକ ଏହି ଫିଲ୍ମ ବିଷୟରେ ଘୋଷଣା କରିଥିଲେ। ଏଥିସହ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ। ପୋଷ୍ଟରରେ ଏକାସମାନ ପ୍ରୋଫାଇଲ୍‌ରେ ତାଙ୍କର ଏକ ସାଇଡ୍‌ ପ୍ରୋଫାଇଲ୍‌ ଦେଖାଯାଇଥିଲା। ଏହି ପୋଷ୍ଟରରେ ସେ ଦୂରରେ ଜଳୁଥିବା ପୁଲ୍‌ କୁ ଦେଖୁଥିଲେ। ଏହି ଫଟୋକୁ ସେୟାର କରିବା ସହ କାର୍ତ୍ତିକ ଲେଖିଥିଲେ, ‘ଆଜି ମୋ ଜନ୍ମଦିନ, ଧମାକା ହେବା ଉଚିତ ।’

kartik-aaryanଅଭିନୟ ବିଷୟରେ କାର୍ତ୍ତିକ କହିଛନ୍ତି, ଜଣେ ପତ୍ରକାର ଯିଏ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସିଧାପ୍ରସାରଣ କଭର୍‌ କରୁଥିଲେ। କାର୍ତ୍ତିକ କହିଛନ୍ତି, ଏହା ମୋ ପାଇଁ ଏକ ଚମତ୍କାର ସ୍କ୍ରିପ୍ଟ । ମୁଁ ଜାଣିଥିଲି ଯେ ଏହା ଏକ ସ୍କ୍ରିପ୍ଟ ଯାହା ମୋତେ ଜଣେ ଅଭିନେତା ଭାବରେ ଏକ ଭିନ୍ନ ଦିଗ ଅନୁସନ୍ଧାନ କରିବାର ସୁଯୋଗ ଦେବ | ମୁଁ ନିଜକୁ ରାମ ସର୍ ଦୁନିଆକୁ ନେଇଯିବା ପାଇଁ ଅପେକ୍ଷା କରିପାରିବି ନାହିଁ। ମୁଁ ପ୍ରଥମ ଥର ପାଇଁ ରାନୀ ଏବଂ RSVP ସହିତ କାମ କରିବାକୁ ଯାଉଛି ଏବଂ ମୁଁ ଏହି ଯାତ୍ରା ପାଇଁ ବହୁତ୍‌ ଉତ୍ସୁକ ଥିବା କଥା କାର୍ତ୍ତିକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.