ସାମ୍ନାକୁ ଆସିଲା ଫିଲ୍ମ ‘ଶେହଜାଦା’ର ଫାଷ୍ଟ ଲୁକ୍‌, କାର୍ତ୍ତିକଙ୍କ ଲୁକ୍‌ ଦେଖି ଫ୍ୟାନ୍ସ କରୁଛନ୍ତି ପ୍ରଶଂସା

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିଜ ସୋସିଆଲ ମିଡିଆରେ ଅପକମିଂ ଫିଲ୍ମ ‘ଶେହଜାଦା’ର ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି। ଏହା ସହିତ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଫିଲ୍ମଟି ପୂର୍ବରୁ ଚଳିତବର୍ଷ ନଭେମ୍ବରରେ ରିଲିଜ ହେବାର ଥିଲା। କିନ୍ତୁ କାର୍ତ୍ତିକଙ୍କ ପୋଷ୍ଟ ମୁତାବକ ଏବେ ଏହା ଆସନ୍ତାବର୍ଷ ଜାନୁଆରୀରେ ରିଲିଜ ହେବ। କାର୍ତ୍ତିକ ଆର୍ଯ୍ୟନ ବଲିଉଡରେ ନିଜର ସୁପରହିଟ୍‌ ଫିଲ୍ମ ‘ଭୁଲ ଭୁଲୈୟା ୨’ ଜବରଦସ୍ତ ଆୟ କରିଥିଲା। ଯାହାକୁ ଦର୍ଶକ ଅନେକ ପ୍ରଶଂସା କରିଥିଲେ।

‘ଶେହଜାଦା’ର ଫାଷ୍ଟ ଲୁକ୍‌ ଦେଖି ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । କିଛି ଫ୍ୟାନ୍ସ ଫିଲ୍ମର ରିଲିଜ ଡେଟ୍‌ ପରିବର୍ତ୍ତନ ହେବା ନେଇ ଚିନ୍ତିତ ରହିଛନ୍ତି। ଏହି ଫିଲ୍ମରେ କାର୍ତ୍ତିକଙ୍କ ସହିତ କୃତି ସାନନ ପ୍ରମୁଖ ଭୂମିକାରେ ନଜର ଆସିବେ। କାର୍ତ୍ତିକ ନିଜ ଟ୍ଵିଟକୁ ଅନ୍ୟ ସଦସ୍ୟଙ୍କ ସହିତ ଟ୍ୟାଗ୍‌ କରିଛନ୍ତି। କାର୍ତ୍ତିକଙ୍କ ଲୁକ୍‌ ଦେଇ ଫ୍ୟାନ୍ସ ପ୍ରଶଂସା ମଧ୍ୟକରିଛନ୍ତି। ଯାହାର ନିର୍ଦ୍ଦେଶନା ରୋହିତ ଧଓ୍ଵନ କରିବେ। ଏହାଛଡା କାର୍ତ୍ତିକ ସାଜିଦ ନାଡିୟାଡଓ୍ଵାଲାଙ୍କ ଆଗାମୀ ଫିଲ୍ମ ‘ସତ୍ୟନାରାୟଣ କଥା’ରେ ନଜର ଆସିବେ। ଏଥିରେ ମଧ୍ୟ କାର୍ତ୍ତିକ ଏବଂ କିଆରା ମୁଖ୍ୟ ଭୂମିକାରେ ନଜର ଆସିବେ।

ବକ୍ସ ଅଫିସରେ ହିଟ ହୋଇଥିଲା କାର୍ତ୍ତିକଙ୍କ ଏହି ଫିଲ୍ମ । ଫିଲ୍ମର ସଫଳତା କାରଣରୁ “ଭୁଲ ଭୁଲେୟା 2″ର ପ୍ରଯୋଜକ ଭୂଷଣ କୁମାର କାର୍ତ୍ତିକଙ୍କୁ ଏକ ଗିଫଟ ମଧ୍ୟ ଦେଇଥିଲେ  । ଭୂଷଣ କୁମାର କାର୍ତ୍ତିକଙ୍କୁ McLaren GT ସ୍ପୋର୍ଟ୍ସ କାର ଗିଫ୍ଟ ଆକାରରେ ଦେଇଥିଲେ  ଯାହାର ମୂଲ୍ୟ ପାଖାପାଖି ୩.୭୨କୋଟି ଟଙ୍କା  । ଆଉ ଶୁଣି ଆଶ୍ଚର୍ଯ୍ୟ ହେବେ ଭାରତରେ କାର୍ତ୍ତିକ କେବଳ ଜଣେ McLaren GTର ମାଲିକ ବନିଯାଇଛନ୍ତି । ଗାଡି ସହିତ ତାଙ୍କର ଅନେକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଫଟୋରେ ଭୂଷଣ କୁମାରଙ୍କ ସହିତ ସେ ପୋଜ ଦେଉଥିବାର ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.