ଘୋଷଣା ହେଲା ‘ଭୁଲ୍ ଭୁଲେୟା ୨’ ରିଲିଜ୍ ଡେଟ୍, ତବୁଙ୍କ ସହ ପୋଷ୍ଟ ସେୟାର କଲେ କାର୍ତ୍ତିକ ଆର୍ଯ୍ୟାନ୍
କୋଭିଡ଼ ପରିସ୍ଥିତି ଅତି ଖରାପ ଥିବା ହେତୁ କାର୍ତ୍ତିକ ଆର୍ଯ୍ୟାନ୍ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ଭୁଲ୍ ଭୁଲେୟା ୨’ ହଲରେ ରିଲିଜ୍ ହୋଇପାରିନଥିଲା। ପ୍ରଥମରୁ ଏହା ୨୦୨୦ ମସିହା ଜୁଲାଇ ମାସରେ ସିନେମା ଘରେ ରିଲିଜ୍ ହେବାର ଥିଲା କିନ୍ତୁ ମହାମାରୀ ପାଇଁ ପ୍ରଡକ୍ସନ ହାଉସ ତରଫରୁ ଏହାକୁ ରୋକା ଯାଇଥିଲା। ତେବେ ବର୍ତ୍ତମାନ ସିନେମା ଘରେ ରିଲିଜ୍ ହେବ ଏହି ଫିଲ୍ମ । ଆସନ୍ତା ମାସ ମେ ୨୦ ତାରିଖରେ ଫିଲ୍ମ ହଲରେ ଭୁଲ୍ ଭୁଲେୟା ୨ ରିଲିଜ୍ ହେବ।
View this post on Instagram
ଏହାକୁ ନେଇ କାର୍ତ୍ତିକ ଓ କିୟାରା ଖୁବ୍ ଉତ୍ସାହିତ ଅଛନ୍ତି। ତେବେ ଏହି ଫିଲ୍ମରେ ତବୁଙ୍କୁ ମଧ୍ୟ ଏକ ଖାସ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ହେଉଛି ୨୦୦୭ ମସିହା ଚଳଚ୍ଚିତ୍ରର ଏକ ସିକ୍ୱେଲ। ଫିଲ୍ମର କାହାଣୀ ଖୁବ୍ ସୁନ୍ଦର ରହିଥିବା ବେଳେ କମେଡି ମଧ୍ୟ ରହିଛି। କାର୍ତ୍ତିକ ଆର୍ଯ୍ୟାନ୍ ଭୁଲ୍ ଭୁଲେୟା ୨ ର ଏକ ଫଟୋ ନିଜ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି। ତେବେ ସେ ଅକ୍ଷୟ କୁମାରଙ୍କ ପରି ଦର୍ଶକଙ୍କୁ ମୋନରଞ୍ଜନ ଯୋଗାଇପାରୁଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା।