କାର୍ତ୍ତିକ ଆର୍ଯ୍ୟନ ସେୟାର କଲେ “ଭୁଲ ଭୁଲେୟା 2″ର ନୂଆ ପୋଷ୍ଟର, ଥରେ ପକାନ୍ତୁ ନଜର

ଫିଲ୍ମ “ଭୁଲ ଭୁଲେୟା 2″ର ଟିଜର ସାମ୍ନା କୁ ଆସିବା ପରେ ଦର୍ଶକ ମାନେ ଏହି ଫିଲ୍ମର ରିଲିଜକୁ ନେଇ ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏଥିରେ ପ୍ରଥମ ଥର ପାଇଁ କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡ଼ଭାନୀ ଏକାଠି ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ କାର୍ତ୍ତିକ, କିଆରା, ତବୁଙ୍କ ଫାଷ୍ଟ ଲୁକ ବି ସାମ୍ନାକୁ ଆସିସାରିଛି । ଯାହାକୁ ଦର୍ଶକ ମାନେ ବି ଖୁବ ପସନ୍ଦ କରିଛନ୍ତି । ଏବେ ଫିଲ୍ମର ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଥିବା ବେଳେ ଏଥିରେ କାର୍ତ୍ତିକ ଭୁତ କଙ୍କାଳଙ୍କ ମେଳରେ ଥିବା ନଜର ଆସିଛନ୍ତି ।

କାର୍ତ୍ତିକ ଏହି ପୋଷ୍ଟକୁ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଆଉ ସେ ଲେଖିଛନ୍ତିକି ମୋ ବାନ୍ଧବୀ ମାନଙ୍କ ସହିତ ଟିକେ ଭେଟନ୍ତୁ #RoohBaba, ଆସନ୍ତା ମେ ୨୦ ତାରିଖରେ “ଭୁଲ ଭୁଲେୟା” ଦେଖିବାକୁ ଆସନ୍ତୁ । କାର୍ତ୍ତିକଙ୍କ ଏହି ପୋଷ୍ଟରେ ଉଭୟ ସେଲିବ୍ରିଟି ଓ ଫ୍ୟାନ୍ସ ମାନେ ଖୁବ କମେଣ୍ଟ କରୁଛନ୍ତି । ଅଭିନେତ୍ରୀ ମୃଣାଳ ଠାକୁର ଲେଖିଛନ୍ତିକି, ” ହ୍ୟାଲୋ ସହେଲିୟା”, ଯେବେକି ଅରମାନ ମାଲିକ ଲେଖିଛନ୍ତିକି, ” ଏବେ ଆଉ ଅପେକ୍ଷା କରିହେଉନାହିଁ । ଯେବେକି ଜଣେ ଫ୍ୟାନ ଲେଖିଛନ୍ତିକି, ଯାଇ ଏମିତି ହଟ ବାବା ଥିବେ ତ ଭୁତ ମାନେ ବି ପାଖ ମାଡିବେନି ।”

ଗତ କିଛି ଦିନ ହେବ ଅଭିନେତ୍ରୀ କିଆରା ନିଜ ଲୁକକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ସହ ନିଜ ଭୂମିକା ରିତଙ୍କ ସହିତ ଭେଟ କରାଇଛନ୍ତି । ଯେଉଁଥିରେ ରିତ ଖୁବ ଭୟଭୀତ ଥିବା ନଜର ଆସିଛି । ଅନ୍ୟ ପକ୍ଷରେ ତବୁ ବି ନିଜ ଲୁକ ସେୟାର କରି ଲେଖିଛନ୍ତିକି ଏହା ଏକ ସୈତାନ ନା ପରି ? ନା ମଝିରେ କେଉଁଠି ଅଛି । ଏହି ଭିଡିଓଟିରେ ତବୁ ଖୁବ ଭୟଭୀତ ଥିବା ନଜର ଆସିଛନ୍ତି । ଭିଡିଓଟିରେ ତବୁଙ୍କ ଭୟଭୀତ ହୋଇପଡିଥିବା ଭଳି ଚେହେରା ସାମ୍ନାକୁ ଆସିଛି । ଉଭୟ ଟିଜର ଆଉ ସମସ୍ତଙ୍କ ଲୁକ ଦେଖିବା ପରେ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସୁକତା ବଢିଯାଇଛି ।

କହିରଖିବା ଉଚିତ ହେବକି “ଭୁଲ ଭୁଲେୟା 2” ହେଉଛି ଅକ୍ଷୟ କୁମାରଙ୍କ ଅଭିନୀତ ତଥା ୨୦୦୭ ରେ ରିଲିଜ ହୋଇଥିବା “ଭୁଲ ଭୁଲେୟା”ର ରିମିକ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ଅନିଶ ବାଜମି । ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, କିୟରା ଆଡଭାନୀ, ତବୁଙ୍କ ସମେତ ରଜପାଲ ଯାଦବ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି । ୨୦୨୧ରେ ଫିଲ୍ମ ରିଲିଜ ନେଇ ସ୍ଥିର ହୋଇଥିବା ବେଳେ କରୋନା ମହାମାରୀ ଯୋଗୁଁ ଘୁଞ୍ଚାଇ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.