ଜଙ୍ଗଲରେ ଥାର୍ଡ ଆନିଭର୍ସାରୀ ସେଲିବ୍ରେଟ୍ କଲେ କ୍ୟାଟ୍ରିନା ଓ ବିକି କୌଶଳ

ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ସ୍ୱାମୀ ବିକି କୌଶଲଙ୍କ ସହ ତାଙ୍କର ତୃତୀୟ ବିବାହ ବାର୍ଷିକୀ ପାଳନ କରିଛନ୍ତି । ସେ ସେଲିବ୍ରେସନର ଫଟୋ ସେୟାର କରିଛନ୍ତି । କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ୩ ବର୍ଷ ପୂର୍ବେ ବିବାହ ବନ୍ଧନରେ ବନ୍ଧା ହୋଇଥିଲେ । କେବଳ ପରିବାର ଏବଂ କିଛି ଖାସ ବନ୍ଧୁ ସେମାନଙ୍କ ବିବାହରେ ଯୋଗ ଦେଇଥିଲେ ।
କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କ ବିବାହକୁ ତିନି ବର୍ଷ ପୁରି ଯାଇଛି । ଏହି ଦମ୍ପତି ପ୍ରତିବର୍ଷ ଏକ ଭିନ୍ନ ଢଙ୍ଗରେ ସେମାନଙ୍କର ବିବାହ ବାର୍ଷିକୀ ପାଳନ କରନ୍ତି । ଏଥର ବିକି ଏବଂ କ୍ୟାଟ୍ରିନା ଆନିଭର୍ସାରୀ ପାଳନ କରିବାକୁ ଜଙ୍ଗଲକୁ ଯାଇଥିଲେ । ଯେଉଁଠାରେ କ୍ୟାଟ୍ରିନା ଏକ ଝଲକ ଦେଖାଇଛନ୍ତି ।
କ୍ୟାଟ୍ରିନା ତାଙ୍କ ସେଲିବ୍ରେସନ୍ ଏବଂ ଯେଉଁଠାରେ ରହିଥିଲେ ସେଠାକାର ଝଲକ ଦେଖାଇଛନ୍ତି । ସେ ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କିଛି ଫଟୋରେ ପଶୁମାନେ ଥିବା ଦେଖାଯାଇଛି ଏବଂ କିଛି ଲୋକ ସଫାରିରେ ଯାଉଥିବାର ଦେଖାଯାଇଛି । ଏହି ଫଟୋ ସେୟାର କରିବାବେଳେ କ୍ୟାଟ୍ରିନା ଲେଖିଥିଲେ- ୪୮ ଘଣ୍ଟା ଜଙ୍ଗଲରେ ।
କ୍ୟାଟ୍ରିନା ମଧ୍ୟ ତାଙ୍କର କିଛି ସେଲଫି ସେୟାର କରିଛନ୍ତି । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । କ୍ୟାଟ୍ରିନା ସବୁବେଳେ ସିମ୍ପଲ ଲୁକ୍ ରେ ନଜର ଆସନ୍ତି । ସେ ସୂର୍ଯ୍ୟ ଅସ୍ତ ହେବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫ୍ୟାନମାନେ ତାଙ୍କ ଫଟୋରେ ଅନେକ କମେଣ୍ଟ ଦେଇ କ୍ୟାଟ୍ରିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସୋମବାର ବିକିଙ୍କ ସହ ଏକ ଫଟୋ ସେୟାର କରି କ୍ୟାଟ୍ରିନା ଆନିଭର୍ସାରୀ ୱିସ୍ କରିଥିଲେ । ସେ ଲେଖିଥିଲେ- ଦିଲ ତୁ, ଜାନ ତୁ । କ୍ୟାଟ୍ରିନା ଏବଂ ବିକି ସବୁବେଳେ ଲାଇମ ଲାଇଟରେ ରହୁଛନ୍ତି ।