ଜନ୍ମଦିନରେ ଗମ୍ଭୀର ଲୁକରେ ଦେଖାଗଲେ କ୍ୟାଟ୍ !

ମୁମ୍ବାଇ : ଆଗକୁ ଆସୁଥିବା ଚଳିତ ବର୍ଷର ସୁପରଷ୍ଟାର କାଷ୍ଟ ଫିଲ୍ମ ଜିରୋରେ କ୍ୟାଟଙ୍କ ଫାଷ୍ଟ୍ ଲୁକ୍ ରିଲିଜ ହୋଇଛି । କ୍ୟାଟଙ୍କ ଅନ୍ୟ ଫିଲ୍ମ ଅପେକ୍ଷା ଏଥିରେ ତାଙ୍କର ଲୁକ୍ ପୁରା ପୁରି ଅଲଗା ରହିଛି। ତାଙ୍କ ଜନ୍ମ ଦିନରେ ଉପହାର ସ୍ବରୁପ ନିର୍ମାତା ତାଙ୍କର ଫାଷ୍ଟ୍ ଲୁକ୍ ରିଳିଜ୍ କରିଛନ୍ତି। ପୋଷ୍ଟରରେ କ୍ୟାଟ୍ରିନା ବେଶ ଗମ୍ଭୀର ଦେଖାଯାଉଛନ୍ତି। ତେବେ ଫିଲ୍ମରେ ତାଙ୍କ ରୋଲ ନେଗେଟିଭ କି ପଜିଟିଭ୍ ସେନେଇ କୌଣସି ସୂଚନା ମିଳିନାହିଁ।

ପୂର୍ବରୁ ଜିରୋର ଟିଜର ରିଲିଜ୍ ହୋଇସାରିଛି । ଏଥିରେ ଗୋଟିଏ ଫ୍ରେମରେ ବାଦସାହ ଶାହାରୁଖ ଖାନଙ୍କ ସହ ଦବଙ୍ଗ ସଲମାନଙ୍କୁ ଦେଖିବାକୁ ମିଳିଛି। ଜିରୋରେ ସଲମାନଙ୍କର ଗେଷ୍ଟ ଆପିଅରାନ୍ସ ରହିଛି। ଏହି ସିନେମାରେ ମୁଖ୍ୟ ଅଭିନେତ୍ରୀ ଭାବେ ଉଭୟ କ୍ୟାଟ୍ରିନା କୈଫ ଓ ଅନୁଷ୍କା ଶର୍ମା ନଜର ଆସୁଛନ୍ତି । ତେବେ ଜବ ତକ୍ ହୈ ଜାନ ଫିଲ୍ମ ପରେ ଏ ଦୁଇ ଅଭିନେତ୍ରୀଙ୍କୁ ଏକାସଙ୍ଗରେ ଶାହାରୁଖ ସହ ଦେଖିବାକୁ ମିଳୁଛି। ଏବେ ଦେଖିବା ବାକି ରହିଲା ଜବ ତକ୍ ହୈ ଜାନ୍ ଚଳଚ୍ଚିତ୍ର ଭଳି ଏହି ଫିଲ୍ମଟି ସୁପରହିଟ ହେଉଛି କି ନାହିଁ।

Leave A Reply

Your email address will not be published.