ବାହାଘର ପାଇଁ ଭିକ୍କିଙ୍କ ସାମ୍ନାରେ ସର୍ତ୍ତ ରଖିଥିଲେ କ୍ୟାଟ୍ରିନା, ରାଜି ହେବା ପରେ ହୋଇଛି ବିବାହ

ବଲିଉଡ୍ ଅଭିନେତା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ ଡିସେମ୍ବର ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ସେଲିବ୍ରିଟି ଯୋଡ଼ି ରାଜସ୍ଥାନର ସିକ୍ସ ସେନସେସ ଫର୍ଟରେ ଗ୍ରାଣ୍ଡ ୱେଡିଂ କରିଛନ୍ତି। ଏମାନଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। କିନ୍ତୁ ବୋଧେ ଅଳ୍ପ ଲୋକ ହିଁ ଜାଣିଥିବେ ଯେ କ୍ୟାଟ୍ରିନାଙ୍କୁ ମନେଇବାକୁ ଭିକ୍କିଙ୍କୁ ଖୁବ ପରିଶ୍ରମ କରିବାକୁ ପଡ଼ିଛି। କ୍ୟାଟ୍ରିନାଙ୍କୁ ମନାଇବା ଆଦୌ ସହଜ ନ ଥିଲା। ବିବାହ ପୂର୍ବରୁ ଭିକ୍କିଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଥିଲେ କ୍ୟାଟ୍ରିନା।

 

View this post on Instagram

 

A post shared by Katrina Kaif (@katrinakaif)

ରିପୋର୍ଟ ମୁତାବକ, କ୍ୟାଟ୍ରିନାଙ୍କର ଜଣେ ସାଙ୍ଗ ଏକ ଇଣ୍ଟରଭ୍ୟୁରେ ଭିକ୍କି ଓ କ୍ୟାଟ୍ ଙ୍କ ବିବାହ ବିଷୟରେ ଅନେକ ମଜା ମଜା କଥା କହିଥିଲେ। ସେ କହିଥିଲେ, ସବୁ କିଛି ହଠାତ ହୋଇଥିଲା। ସେମାନଙ୍କ କଥା ବାର୍ତ୍ତା, ଦେଖା ସାକ୍ଷାତ, ରୋମାନ୍ସ, ବିବାହ ସବୁ କିଛି ଅଳ୍ପ ସମୟ ଭିତରେ ହୋଇଛି। କ୍ୟାଟ୍ରିନାଙ୍କ ସହ ମିଶିବାର ୨ ମାସ ପରେ ଭିକ୍କି ବୁଝିଯାଇଥିଲେ ଯେ କ୍ୟାଟ୍ରିନା ହିଁ ସେଇ ଝିଅ, ଯାହାକୁ ସେ ଏତେ ଦିନ ହେଲା ଖୋଜୁଥିଲେ। କେବଳ କ୍ୟାଟ୍ରିନାଙ୍କ ସହ ହିଁ ସେ ପୂରା ଜୀବନ କାଟି ପାରିବେ ବୋଲି ବୁଝି ଯାଇଥିଲେ।

 

View this post on Instagram

 

A post shared by Katrina Kaif (@katrinakaif)

କିନ୍ତୁ କ୍ୟାଟ୍ରିନା ବିବାହ ପାଇଁ ପ୍ରସ୍ତୁତ ନ ଥିଲେ। କ୍ୟାଟ୍ରିନା ନିଜ ପୂର୍ବ ବ୍ରେକ୍ ଅପ ଚିନ୍ତାରୁ ବାହାରି ପାରୁନଥିଲେ। ତାଙ୍କୁ ଭିକ୍କି ପସନ୍ଦ ଥିଲେ କିନ୍ତୁ ସେ ଅଧିକ ସମୟ ଚାହୁଁଥିଲେ। କିନ୍ତୁ କ୍ୟାଟ୍ରିନା ମାନିବା ଯାଏଁ ଭିକ୍କି ତାଙ୍କୁ ମନେଇବାରେ ଲାଗିଥିଲେ। ଶେଷରେ ବିବାହ ପାଇଁ ଭିକ୍କିଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ କ୍ୟାଟ୍ରିନା। କ୍ୟାଟ୍ରିନା ଭିକ୍କିଙ୍କୁ କହିଥିଲେ ଯେ ତମ ପୂରା ପରିବାର ମା’, ଭଉଣୀ ଓ ବାକି ସମସ୍ତେ ମତେ ସେତିକି ଭଲ ପାଇବା ଦେବେ ଯେତିକି ତୁମେ ଦେଉଛ। ଭିକ୍କି ଏହାର ଜବାବ ହଁ କହିବା ପରେ ହିଁ କ୍ୟାଟ୍ରିନା ବାହାଘର ପାଇଁ ରାଜି ହୋଇଥିଲେ।

Leave A Reply

Your email address will not be published.