ଆସନ୍ତା ୯ରେ ହେବ କ୍ର୍ୟାଟ୍ରିନା ଓ ବିକ୍କିଙ୍କ ରୟାଲ ୱେଡିଂ, ୪ ଦିନିଆ ଉତ୍ସବରେ ଭାଗ ନେବେ ୧୨୦ ଅତିଥୀ

ମୁମ୍ବାଇ: ଖୁବଶୀଘ୍ର କନିଆଁ ସାଜିବେ କ୍ର୍ୟାଟ୍ରିନା କୈଫ । ଆଉ ବର ପାଲଟିବେ ବିକ୍କି କୌଶଲ । ଦୁହେଁ ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଆସନ୍ତା ୯ ତାରିଖରେ ଏମାନଙ୍କ ହେବ ରୟାଲ ୱେଡିଂ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗତକାଲି ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲା ପ୍ରଶାସନ ବିକ୍କି-କ୍ୟାଟଙ୍କ ବିବାହ ନେଇ ବୈଠକ କରିଛନ୍ତି ।

ଏଥିରେ ଆଇନ ଶୃଙ୍ଖଳା ବ୍ୟବସ୍ଥା, ସଫେଇ ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିବା ସ୍ଥାନୀୟ ଜିଲ୍ଲାପାଳ ରାଜେନ୍ଦ୍ର କିଶାନ ସୂଚନା ଦେଇଛନ୍ତି । ବିବାହ ଉତ୍ସବ ବେଳେ ପୋଲିସ, ଗ୍ରାମ ପଞ୍ଚାୟତ ଏବଂ ପ୍ରଶାସନ ଯେ କୌଣସି ଅପ୍ରିତିକର ପରିସ୍ଥିିତିକୁ ଏଡାଇବେ । ରୟାଲ େଓ୍ଵଡିଂରେ ୧୨୦ ଅତିଥୀ ଭାଗ ନେବେ । ୪ ଦିନିଆ ଉତ୍ସବ ଆସନ୍ତା ୭ ତାରିଖରୁ ଆରମ୍ଭ ହେବ । କ୍ୟାଟ୍ରିନା ଏବଂ ଭିକି ନିଜ ବିବାହ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କ୍ୟାଟଙ୍କ ବିବାହରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେବେ ।

ସୂଚନା ଥାଉକି, ବଲିଉଡ୍‌ର ଜଣାଶୁଣା ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ ରହିଛି। ପ୍ରତିଦିନ ଦୁଇଜଣଙ୍କ ବିବାହକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏତିକି ନୁହେଁ, ଭିକ୍କି-କ୍ୟାଟ୍‌ଙ୍କ ବିବାହରେ ସାମିଲ ହେବା ଉପରେ ମଧ୍ୟ ଅନେକ ନିୟମ କରାଯାଇଛି। ଏଥିରେ ଅତିଥି ତାଲିକାଠାରୁ ଆରମ୍ଭ କରି ମୋବାଇଲ ଫୋନ୍‌ ବ୍ୟାନ୍‌ ପର୍ଯ୍ୟନ୍ତ, ସବୁକିଛି ରହିଛି। ଏହାରି ଭିତରେ ‘ବଧାଇ ହୋ’ ଫେମ୍‌ ଗଜରାଜ ରାଓଙ୍କର ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କର ଏହି ପୋଷ୍ଟ କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହ ସହ ଜଡ଼ିତ ରହିଛି।

ଆକ୍ଟର ଗଜରାଜ ରାଓ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରୀ ପୋଷ୍ଟ କରିଥିଲେ। ଏହି ଷ୍ଟୋରୀରେ ସେ ନିଜେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ଉତ୍ସବରେ ସାମିଲ ହେଉ ନ ଥିବା କଥା ଲେଖିଥିଲେ। ଯଦିଓ ଏହି କଥା ମଜାଳିଆ ଅନ୍ଦାଜରେ ସେ କହିଥିଲେ। ବାସ୍ତବରେ, ଖବର ଆସିଛି କି, ଭିକ୍କି ଓ କ୍ୟାଟ୍ରିନାଙ୍କ ବିବାହରେ ମୋବାଇଲ ଫୋନ୍‌ ବ୍ୟାନ୍‌ ରହିବ। ଏହାକୁ ନେଇ ଗଜରାଜ ରାଓ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଦୁଇ ଜଣଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ କି, ‘ସେଲ୍ଫି ନେବାକୁ ଦେବ ନାହିଁ ତ ମୁଁ ଯାଉନି ବିବାହରେ’। ଗଜରାଜଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

Leave A Reply

Your email address will not be published.