ଏହି କିସ୍ ସିନ୍ ପାଇଁ ବନ୍ଦ ରୁମରେ ୨ଘଂଟା ପ୍ରାକ୍ଟିସ୍ କରିଥିଲେ କ୍ୟାଟ୍ରିନା : କିନ୍ତୁ ଆଜି କରୁଛନ୍ତି ଅନୁତାପ

୩୫ରେ ପାଦ ଦେଲେ ବଲିଉଡର ଟପ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍। କ୍ୟାଟ୍ରିନା କୈଫଙ୍କ ଜନ୍ମ ୧୬ ଜୁଲାଇ ୧୯୮୩ରେ ହଙ୍ଗ୍ କଙ୍ଗରେ ହୋଇଥିଲା । ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ କ୍ୟାଟ୍ରିନା ମଲାୟାଲାମ୍ ସିନେମାରେ କାମ କରିସାରିଛନ୍ତି । ୨୦୦୩ରେ ସିନେମା ’ବୁମ’ରୁ ହିନ୍ଦି ସିନେମା ଜଗତରେ ନିଜ ପାଦ ରଖିଥିଲେ । ଏହି ସିନେମାରେ ବିଗ୍ ବିଙ୍କ ବିପକ୍ଷରେ ନଜର ଆସିଥିଲେ । ଏହା ପରେ ତାଙ୍କୁ ୨୦୦୫ରେ ବଡ଼ ହିଟ୍ ସିନେମା ’ମୈନେ ପ୍ୟାର୍ କ୍ୟୁଁ କିୟା‘ ମିଳିଯାଇଥିଲା ।

କିନ୍ତୁ ସିନେମା ବୁମରେ କରିଥିବା ଗୋଟିଏ ସିନ୍ ପାଇଁ ଆଜି ବି ଅନୁତପ୍ତ କ୍ୟାଟ୍ । ଯଦିଓ ଏହାର କାରଣ ସେ କେବେ ଖୋଲି କି କହିନାହାଁନ୍ତି କିନ୍ତୁ ସେ ବୁମରେ କରିଥିବା କିସିଂ ସିନ୍ କରି ବହୁତ ଅନୁତପ୍ତ ବୋଲି ଶୁଣିବାକୁ ମିଳିଛି । ପ୍ରକୃତରେ ଏହି ସିନରେ ସେ ଗୁଲସନ୍ ଗ୍ରୋଭରଙ୍କୁ କିସ୍ କରିଥିଲେ । ସେ ସେ ସମୟରେ ସେଠାରେ ଅଭିତାଭ୍ ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ । ଯାହାଦ୍ବାରା ଖୁବ୍ ଅସହଜ ଅନୁଭବ କରୁଥିଲେ କ୍ୟାଟ୍ରିନା ।

ସିନକୁ ପରଫେକ୍ଟ କରିବା ପାଇଁ ଦୁଇ ଘଂଟା ପ୍ରାକ୍ଟିସ୍ କରିଥିଲେ କ୍ୟାଟ୍ । ସବୁଠାରୁ ମଜାଦାର କଥା ହେଉଛି ବନ୍ଦ ରୁମ୍ ଭିତରେ ଗୁଲଶନ ଗ୍ରୋଭରଙ୍କ ସହ ହିଁ ଏହି ସିନକୁ ପ୍ରାକ୍ଟିସ୍ କରୁଥିଲେ । ତା ପରେ ହିଁ ସେ ସଟ୍ ଦେଇପାରିଥିଲେ । ଏହି କଥାର ଅନୁତାପ ଆଜି ବି କରନ୍ତି କ୍ୟାଟ୍ରିନା ।

Leave A Reply

Your email address will not be published.