ମନୋରଂଜନ

ସ୍କୁଲ ପିଲାଙ୍କ ସହିତ ‘ମଲମ ପିତା’ ଗୀତରେ ଡ୍ୟାନ୍ସ କଲେ କ୍ୟାଟ୍ରିନା କୈଫ, ଭିଡିଓ ଭାଇରଲ

ବି ଟାଉନରେ ଦମଦାର ଡ୍ୟାନ୍ସ ମୁଭ୍ସକୁ ନେଇ ବେଶ୍‌ ପରିଚିତ କ୍ୟାଟ୍ରିନା କୈଫ। କ୍ୟାଟ୍ରିନା ‘ଚିକନି ଚମେଲୀ, କାଲା ଚଷମା, ଶୀଲା କି ଜଓ୍ଵାନୀ’ ଭଳି ଗୀତରେ ଜବରଦସ୍ତ ଡ୍ୟାନ୍ସ କରିସାରିଛନ୍ତି। ଏବେ କ୍ୟାଟ୍ରିନାଙ୍କ ନୂଆ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ କ୍ୟାଟ୍ରିନା ସ୍କୁଲ ପିଲାଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

କ୍ୟାଟ୍ରିନା କୈଫ ଲାଟେଷ୍ଟ ଭିଡିଓରେ କୌଣସି ଇଭେଣ୍ଟରେ ସ୍କୁଲ ପିଲାଙ୍କ ମଧ୍ୟରେ ଡ୍ୟାନ୍ସ କରି ଉପଭୋଗ କରୁଥିବା ନଜର ଆସିଛନ୍ତି। ସୂଚନା ମୁତାବକ, କ୍ୟାଟ୍ରିନା ମାଉଣ୍ଟେନ ବ୍ଲୁ ସ୍କୁଲର ପିଲାଙ୍କ ସହିତ ‘ମଲମ ପିତା’ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଭିଡିଓରେ ଛୋଟ ଛୋଟ ପିଲାଙ୍କ ସହିତ କ୍ୟାଟ୍ରିନା ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଡ୍ୟାନ୍ସ ଭିଡିଓରେ କ୍ୟାଟ୍ରିନା ବିଲକୁଲ୍‌ ସାଧାରଣ ଲୁକରେ ନଜର ଆସିଛନ୍ତି।

କ୍ୟାଟ୍ରିନା ସାଉଥ ଇଣ୍ଡଷ୍ଟ୍ରୀର ହିଟ୍‌ ଗୀତ ମଲମ ପିତା ପିତା ଗୀତରେ ପିଲାଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। ଭିଡିଓରେ ପିଲାଙ୍କ ସହିତ କ୍ୱାଲିଟି ଟାଇମ୍‌ ଉପଭୋଗ କରୁଛନ୍ତି କ୍ୟାଟ୍‌। ପିଲାଙ୍କ ସହିତ କୌଣସି ସେଲିବ୍ରିଟି ଲୁକ୍‌ ନୁହେଁ ବରଂ ସିମ୍ପଲ ଲୁକରେ ଡ୍ୟାନ୍ସ କରୁଛନ୍ତି କ୍ୟାଟ୍ରିନା। କ୍ୟାଟ୍ରିନାଙ୍କ ଅନ୍ଦାଜ ବହୁତ ସୁନ୍ଦର ଲାଗୁଛି।

ତାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅକ୍ଷୟ କୁମାରଙ୍କ ସହ ୨୦୨୧ରେ ‘ସୂର୍ଯ୍ୟବଂଶୀରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲେ। ଏହା ପରେ ମନୀଶ ଶର୍ମାଙ୍କ ନିର୍ଦ୍ଦେଶିତ ‘ଟାଇଗର-୩’ରେ ସଲମାନଙ୍କ ବିପକ୍ଷରେ ତାଙ୍କୁ ଦେଖିବାକୁ ମିଳିବ। ଅପକମିଂ ଫିଲ୍ମ ‘ଫୋନ୍ ଭୂଥ’ ଏବଂ ବିଜୟ ସେତୁପତିଙ୍କ ସହ ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ‘ମେରୀ ଖ୍ରୀଷ୍ଟମାସ’ରେ ନଜର ଆସିବେ କ୍ୟାଟ୍ରିନା।

Swagatika

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

16 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

20 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

23 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

28 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

40 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

47 mins ago