କରନଙ୍କ ଶୋ ‘କଫି ଉଇଥ କରନ’ ରେ ନଜର ଆସିବେ କ୍ୟାଟ୍ରିନା, ହେଲେ ସାଙ୍ଗରେ ଆସିବେନି ବିକ୍କି କୌଶଲ

କରନ ଜୋହରଙ୍କ ରିଆଲିଟ ଶୋ ‘ କଫି ଉଇଥ କରନ ୭’ରେ ଆରମ୍ଭ ହେବା ଦିନରୁ ଚର୍ଚ୍ଚାରେ ରହିଛି। ଶୋ’ର ପୂର୍ବ ଏପିସୋଡରେ ଲାଇଗର ଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେ ଆସିଥିଲେ। ଏହି ଏପିସୋଡରେ ବଲିଉଡ ସେଲିବ୍ରିଟିଙ୍କ ରିଲେସନସିପକୁ ନେଇ ଅନେକ ସିକ୍ରେଟ ବିଷୟରେ କହିଥିଲେ। ତେବେ ଏହା ମଧ୍ୟରେ ଖବର ମିଳୁଛି କି, କରନ ଜୋହରଙ୍କ ଶୋ’ରେ କ୍ୟାଟ୍ରିନା କୈଫ ଖୁବଶୀଘ୍ର ନଜର ଆସିବେ। ତେବେ କ୍ୟାଟଙ୍କ ସହିତ ବିକ୍କି କୌଶଲ ନଜର ଆସିବେ ନାହିଁ।

କ୍ୟାଟ୍ରିନା ଶୋକୁ ଆସିବା କଥା ଶୁଣି ଫ୍ୟାନ୍ସ ଭାବୁଛନ୍ତି କି, ବିକ୍କି ଏବଂ କ୍ୟାଟ୍‌ ଏକାଠି ନଜର ଆସିବେ ବୋଲି। କିନ୍ତୁ ଏମିତି ହେବନି। ଶୋରେ କ୍ୟାଟ୍‌ଙ୍କ ସହିତ ବିକ୍କି ନୁହେଁ ବରଂ ଅନ୍ୟ ଦୁଇଜଣ ଷ୍ଟାର ନଜର ଆସିବେ। ରିପୋର୍ଟ ମୁତାବକ, କ୍ୟାଟ୍ରିନା କୈଫ ନିଜ ଅପକମିଂ ଫିଲ୍ମ ‘ଫୋନ ଭୂତ’ର ପ୍ରମୋସନ ପାଇଁ କରନ ଜୋହରଙ୍କ ଶୋରେ ନଜର ଆସିବେ।

 

View this post on Instagram

 

A post shared by Karan Johar (@karanjohar)

କ୍ୟାଟ୍ରିନା କୈଫଙ୍କ ସହିତ କରନଙ୍କ ଶୋକୁ ସିଦ୍ଧାର୍ଥ ଚତୁର୍ବେଦୀ ଏବଂ ଈଶାନ ଖଟ୍ଟର ମଧ୍ୟ ରହିବେ। କ୍ୟାଟ୍ରିନା ଏହି ଶୋ ପାଇଁ ସୁଟିଂ ସାରିଛନ୍ତି। ଯାହା ଖୁବଶୀଘ୍ର ଓଟିଟିରେ ଷ୍ଟ୍ରିଂମି ହେବ।

 

View this post on Instagram

 

A post shared by Karan Johar (@karanjohar)

ସୂଚନାଯୋଗ୍ୟ, କରନ ଜୋହରଙ୍କ ଦୁହେଁ ଅଲଗା ଅଲଗା ଏପିସୋଡରେ ନଜର ଆସିବେ। ଏହି ଶୋରେ କ୍ୟାଟ୍ରିନାଙ୍କୁ କେଉଁ ଅଭିନେତା ସହିତ କାମ କରିବାକୁ ପସନ୍ଦ ବୋଲି ପ୍ରଶ୍ନ ପଚାରିଥିଲେ କରନ। ଯାହାର ଉତ୍ତରରେ କ୍ୟାଟ୍ରିନା ବିକ୍କିଙ୍କ ନାମ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.