‘ଫୋନ୍ ଭୂତ’ର ଟ୍ରେଲର ଲଞ୍ଚ, କ୍ୟାଟ୍ରିନା ଭଳି ଭୂତ ଦେଖି ଦିଓ୍ଵାନା ଦେଲେ ଈଶାନ ଏବଂ ସିଦ୍ଧାନ୍ତ

କ୍ୟାଟ୍ରିନା କୈଫ, ଈଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ହରର କମେଡି ଫିଲ୍ମ ‘ଫୋନ୍ ଭୂତ୍’ର ଟ୍ରେଲର ରିଲିଜ ହୋଇଛି। ଫ୍ୟାନ୍ସ ଏହି ଫିଲ୍ମର ଟ୍ରେଲରକୁ ନେଇ ଅନେକ ଦିନରୁ ଅପେକ୍ଷା କରିଥିଲେ। ପ୍ରଥମ ଥର ପାଇଁ ଏହି ତିନି ଜଣ ଯାକ ଏକାଠି ପରଦାରେ ନଜର ଆସିବେ । ଟ୍ରେଲରରେ ଆପଣଙ୍କୁ ହରର ସହିତ କମେଡିର ତଡକା ଦେଉଥିବାର ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲରଟି ବହୁତ ମଜାଦାର ହୋଇଛି। କ୍ୟାଟ୍ରିନା କୈଫ ଏହି ଫିଲ୍ମରେ ଭୂତ ହୋଇଥିବା ବେଳେ ସିଦ୍ଧାନ୍ତ ଏବଂ ଈଶାନ ଭୂତମାନଙ୍କୁ ଦେଖିବାର ଶକ୍ତି ପାଇଛନ୍ତି।
ଟ୍ରେଲରର ଆରମ୍ଭ ଏକ ଭଏସରୁ ହେଉଛି। ଏଥିରେ ଅନେକ ଖରାପ ଶକ୍ତି ବିଷୟରେ ଆଲୋଚନା କରାଯାଉଛି। ତା’ ପରେ କୁହାଯାଉଛି କି, ଏହାକୁ ଦେଖି ଡରନ୍ତୁ ନାହିଁ କାହିଁକି ନା ଏହାର ସତ୍ୟତା ସହିତ କୌଣସି ସାମଞ୍ଜସ୍ୟ ନାହିଁ। ଏହା ପରେ ଏକ ସିନରେ ଶିବା ଚଢା ଭୂତ ହୋଇ ରାସ୍ତା ଉପରେ ଛିଡା ହୋଇଥିବା ନଜର ଆସିଛନ୍ତି। ଆଉ ଈଶାନ ଏବଂ ସିଦ୍ଧାନ୍ତ ଚର୍ତୁବେଦୀଙ୍କ ଖରାପ ଗାଡିକୁ ଠିକ୍ କରିଦେଉଛନ୍ତି। ତେବେ ଏହି ଫିଲ୍ମରେ କ୍ୟାଟ୍ରିନା ଭୂତ ହୋଇଥିବା ବେଳେ କେବଳ ସିଦ୍ଧାନ୍ତ ଏବଂ ଈଶାନଙ୍କୁ ଭୂତ ଦେଖିବାର ଶକ୍ତି ମିଳିଛି।
View this post on Instagram
ତେବେ ସେମାନେ କ୍ୟାଟ୍ରିନା ଭଳି ଭୂତ ଦେଖିବା ପରେ ସେମାନଙ୍କ ଲାଇଫରେ ଟ୍ଵିଷ୍ଟ ଆସୁଛି। ଦୁହେଁ କ୍ୟାଟ୍ରିନାଙ୍କ ଭଳି ସୁନ୍ଦରୀ ଭୂତ ଦେଖି ପାଗଳ ହେଉ ଯାଉଛନ୍ତି। କିନ୍ତୁ ସେମାନେ କ୍ୟାଟ୍ରିନା ଭୂତ ବୋଲି ଜାଣିପାରୁଛନ୍ତି।
ଇଶାନ୍ ଏବଂ ସିଦ୍ଧାନ୍ତ ଘୁରି ବୁଲୁଥିବା ଆତ୍ମାଙ୍କୁ ମୋକ୍ଷ ଦେବା ପାଇଁ କ୍ୟାଟ୍ରିନାଙ୍କ ସହ ଏହି କାମ କରନ୍ତି। ଏଥିରେ ଜ୍ୟାକି ଶ୍ରଫ୍ ମଧ୍ୟ ନଜର ଆସିଛନ୍ତି। ଜ୍ୟାକି ଏହି ଫିଲ୍ମରେ ଆତ୍ମାରାମ ନାମକ ଏକ ତାନ୍ତ୍ରିକ ଭିଲେନ୍ ହୋଇଛନ୍ତି। ଯିଏ ଆତ୍ମାଙ୍କୁ କଏଦ କରି ରଖିଛନ୍ତି। ଏହା ବ୍ୟତୀତ ଅନେକ ମଜାଦାର କମେଡି ହରର ଝଲକ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଗୁରୁମିତ ସିଂ। ଏହାକୁ ରିତେଶ ସିଦ୍ଧୱାନୀ ଏବଂ ଫରହାନ ଅଖତର ପ୍ରସ୍ତୁତ କରିଛନ୍ତି। ଫିଲ୍ମଟି ଆସନ୍ତା ନଭେମ୍ବର ୪ ତାରିଖରେ ରିଲିଜ ହେବ।
ବିବାହ ପରେ କ୍ୟାଟ୍ରିନାଙ୍କ ପ୍ରଥମ ଫିଲ୍ମ । ସେ ଏହି ଫିଲ୍ମରେ ଭୂତ ଭୂମିକାରେ ନଜର ଆସିବେ। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଫିଲ୍ମ ପାଇଁ ବହୁତ ଉତ୍ସାହିତ ରହିଛନ୍ତି। ତେବେ କ୍ୟାଟ୍ରିନା ବିଜୟ ସେଥୁପଥୀଙ୍କ ଫିଲ୍ମ ସହ ‘ଟାଇଗର -୩’, ‘ଜୀ ଲେ ଜାରା’ ଏବଂ ‘ମେରୀ ଖ୍ରୀଷ୍ଟମାସ’ରେ ଦେଖିବାକୁ ମିଳିବ।
Also Read : ଫ୍ୟାନ୍ସ ନିରାଶ, ‘ପୁଷ୍ପା ୨’ରେ ଖଳନାୟକ ଭାବେ ନଜର ଆସିବେନି ଅର୍ଜୁନ କପୁର