IIFA ଆୱାର୍ଡରେ କାର୍ତ୍ତିକ-କ୍ୟାଟ୍ରିନାଙ୍କ ଜବରଦସ୍ତ ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ

କାର୍ତ୍ତିକ ଆର୍ଯ୍ୟନ୍ ଓ କ୍ୟାଟ୍ରିନା କେଫ୍ ବଲିଉଡର ବେଶ ଚର୍ଚ୍ଚିତ ଷ୍ଟାର । ଉଭୟ ନିଜ ନିଜର ଷ୍ଟାଇଲ ପାଇଁ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ଭୁଲ ଭୁଲେୟା ୩ରେ ନିଜ ଦମଦାର ଅଭିନୟ ଏବଂ କମେଡି ପାଇଁ ଦର୍ଶକଙ୍କୁ ଖୁବ ପସନ୍ଦ କାର୍ତ୍ତିକ ଆର୍ଯ୍ୟନ୍ । ସେହିପରି କ୍ୟାଟ୍ରିନାଙ୍କ ସୁନ୍ଦରତାର ସମସ୍ତେ ଦିୱାନା । ତେବେ ବର୍ତ୍ତମାନ ଉଭୟଙ୍କର ଏକ ଡ୍ୟାନ୍ସ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । IIFA ଆୱାର୍ଡରେ କାର୍ତ୍ତିକଙ୍କୁ ହୋଷ୍ଟିଂ କରିବା ପାଇଁ ସୁଯୋଗ ମିଳିଥିଲା ।

ହୋଷ୍ଟିଂ ସମୟରେ ଅନ୍ୟ ଷ୍ଟାରଙ୍କ ସହ ଖୁବ ମଜାମସ୍ତି କରିଥିବା ଦୃଶ୍ୟ ଦେଖିବାକୁ ମଧ୍ୟ ମିଳିଥିଲା । କାର୍ତ୍ତିକଙ୍କ ମଜାମସ୍ତି ସମୟର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଚଳିତ ବର୍ଷ ରାଜସ୍ଥାନ ଜୟପୁରରେ ଆୟୋଜିତ ହୋଇଥିବା IIFA ଆଓ୍ବାର୍ଡରେ ତାରକାଙ୍କ ପରଫମାନ୍ସରେ ଝଲସି ଉଠିଥିଲା ପୁରା IIFA ଷ୍ଟେଜ୍ । ଏହି ଆଓ୍ବାର୍ଡ ଷ୍ଟେଜରେ ଅନେକ ଷ୍ଟାରଙ୍କର ସମାଗମ ହୋଇଥିଲା । ୯ ମାର୍ଚ୍ଚ ୨୦୨୫ IIFA ଆଓ୍ବାର୍ଡରେ ଶାହରୁ୍ଖ୍ ଖାନ, କରୀନା କପୁର ଭଳି ଅନେକ ଚର୍ଚ୍ଚିତ ଚେହାରଙ୍କୁ ଦେଖିବାର ମୌକା ମିଳିଥିଲା ।

IIFAର ଅନେକ ଡ୍ୟାନ୍ସ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି । ଆୱାର୍ଡ ସୋ’ରେ ଷ୍ଟାରମାନଙ୍କ ମଜାମସ୍ତି ଭିଡିଓ ସହିତ କାର୍ତ୍ତିକ- କ୍ୟାଟ୍ରିନାଙ୍କ ଡ୍ୟାନ୍ସର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । କାର୍ତ୍ତିକ- କ୍ୟାଟ୍ରିନା ଷ୍ଟେଜରେ “ଟିପ୍ ଟିପ୍ ବର୍ଷା ପାନୀ” ଗୀତରେ ଡ୍ୟାନ୍ସ କରିଥିଲେ । ଏହି ଗୀତରେ ଉଭୟ “ଭୁଲ୍ ଭୁଲେୟାଁ” ଫିଲ୍ମର ଏକ ଷ୍ଟେପ୍ କରିଥିବା ଦେଖିବାକୁ ମିଳିଥିଲା।

ଉଭୟ ଡ୍ୟାନ୍ସ କରିବା ସମୟରେ ବେଶ ଖୁସି ଥିଲେ ଏବଂ ବହୁତ ମଜାମସ୍ତି ମଧ୍ୟ କରିଥିଲେ । ଯାହାକୁ ଦେଖି ଏବେ ଫ୍ୟାନ୍ସମାନେ ଉଭୟଙ୍କର ବହୁତ ପ୍ରଶଂସା କରିଛନ୍ତି । IIFA ପାଇଁ ଗୋଲ୍ଡେନ୍ ଡ୍ରେସ୍ ସହିତ ସୁନ୍ଦର ମେକଅପ୍ ନେଇ ନିଜ ଲୁକ୍ କମ୍ପ୍ଲିଟ୍ କରିଥିଲେ କ୍ୟାଟ୍ରିନା । ଠିକ୍ ସେହିପରି କାର୍ତ୍ତିକ ବ୍ଲାକ୍ କଲର୍ ସୁଟରେ ବେଶ ହ୍ୟାଣ୍ଡସମ୍ ଦେଖାଯାଉଥିଲେ । ଅନ୍ୟପଟେ ଗୋଟିଏ ଷ୍ଟେଜରେ ଏକାକାଳୀନ ଭାବରେ ଏତେ ବଡ଼ ବଡ଼ ସେଲିବ୍ରିଟିଙ୍କୁ ଦେଖିବାର ମୌକା ପାଇ ବେଶ୍ ଖୁସି ଅଛନ୍ତି ଦର୍ଶକ ।

Also Read:ଶ୍ରୀକୃଷ୍ଣଙ୍କ ପ୍ରେମରେ ମଗ୍ନ ହେଲେ ଭାଇରାଲ୍ ଗାର୍ଲ ମୋନାଲିସା, ଏକ୍ସପ୍ରେସନ୍ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ