ସମୁଦ୍ରକୂଳରେ କଲରଫୁଲ ଆଉଟ୍‌ଫିଟ୍‌ରେ ନଜର ଆସିଲେ କ୍ୟାଟ୍ରିନା କୈଫ୍‌, ଭାଇରାଲ ହେଉଛି ଏହି ଫଟୋ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ନିକଟରେ ନିଜର କେତେକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସମୁଦ୍ରକୂଳରେ ସାତରଙ୍ଗୀ ଡ୍ରେସରେ ନଜର ଆସିଛନ୍ତି। ତାଙ୍କର ଏହି ଅବତାରକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରୁଛନ୍ତି। ତାଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

ରିପୋର୍ଟ ମୁତାବକ କ୍ୟାଟ୍ରିନା କୈଫ୍‌ ଏବେ ମାଲଦ୍ୱୀପରେ ଛୁଟି କାଟୁଛନ୍ତି। ସେ ଫିଲ୍ମର ସୁଟିଂ ପାଇଁ ସେଠାକୁ ଯାଇଛନ୍ତି। ମାତ୍ର ସୁଟିଂରୁ କିଛି ସମୟ କାଢ଼ି ସେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇଛନ୍ତି। ଏହି ଫଟୋରେ କ୍ୟାଟ୍ରିନାଙ୍କ ସାତରଙ୍ଗୀ ଡ୍ରେସ୍‌ ଫ୍ୟାନ୍‌ଙ୍କୁ ଖୁବ୍‌ ପସନ୍ଦ ଆସିଛି। ଫଟୋ ସେୟାର କରି କ୍ୟାଟ୍ରିନା କ୍ୟାପସନ୍‌ରେ ଲେଖିଛନ୍ତି ‘ମାଲଦ୍ୱୀପରେ ସୁଟିଂ କରି ବହୁତ ଭଲ ଲାଗୁଛି’।

 

View this post on Instagram

 

So amzinggg to be in Maldives 🇲🇻 for shoot 💙💛🤍 #lovemyjob #grateful

A post shared by Katrina Kaif (@katrinakaif) on

କାମ ବିଷୟରେ କହିବା ତ କ୍ୟାଟ୍ରିନା କୈଫ୍‌ ଖୁବ୍‌ଶୀଘ୍ର ‘ସୂର୍ଯ୍ୟବଂଶୀ’ରେ ନଜର ଆସିବାକୁ ଯାଉଛନ୍ତି। ଏହା ବ୍ୟତୀତ ସେ କମେଡି ହରର ମୁଭି ‘ଫୋନ୍‌ ଭୁତ’ରେ ମଧ୍ୟ ଦେଖିବାକୁ ମିଳିବେ।

Leave A Reply

Your email address will not be published.