ସଲମାନଙ୍କ ଜନ୍ମ ଦିନରେ କ୍ୟାଟ୍ରିନା ଲେଖିଲେ ସ୍ନେହ ଭରା ନୋଟ, ୫୬ ବର୍ଷରେ ପାଦ ଥାପିଲେ ଭାଇଜାନ୍‌

ଆଜି ହେଉଛି ବଲିଉଡ ର ଭାଇଜାନ ସଲମାନ ଖାନ ଙ୍କର ୫୬ ତମ ଜନ୍ମ ଦିନ । ତେଣୁ ତାଙ୍କ ପାଇଁ ଆଜିର ଦିନ ସବୁଠାରୁ ବଡ ଦିନ ଓ ଭଲ ଦିନ । ସଲମାନଙ୍କ ଜନ୍ମ ଦିନରେ ଆଜି ତାଙ୍କୁ ସୋସିଆଲ ମିଡିଆରେ ଅନେକ ଫ୍ୟାନ୍ସ ଓ ତାଙ୍କୁ ପସନ୍ଦ କରୁଥିବା ଲୋକେ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି । ତା ସହିତ ସଲମାନଙ୍କ ପାଇଁ ଭଲ ପାଇବା, ସ୍ନେହ ଶ୍ରଦ୍ଧା ମଧ୍ୟ ଦେଖାଇଛନ୍ତି ।

ଖାଲି ସେତିକି ନୁହେଁ ଅନେକ ବଲିଉଡ ଓ ଟଲିଉଡ ଷ୍ଟାର ମଧ୍ୟ ତାଙ୍କୁ ସୋସିଆଲ ମିଡିଆରେ ବର୍ଥଡେ ୱିସ୍‌ ଜଣାଇଛନ୍ତି । ତେଣୁ ସବୁଠାରୁ ବଡ କଥା ହେଉଛି କ୍ୟାଟ୍ରିନା କୈଫ ମଧ୍ୟ ନିଜର ସୋସିଆଲ ମେଡିଆ ହ୍ୟାଣ୍ଡେଲ ନିଜ ହାତକୁ ନେଇ ସଲମାନଙ୍କ ପାଇଁ ଏକ ସ୍ୱିଟ ନୋଟ ବା ସ୍ନେହ ଭରା ନୋଟ ଲେଖିଛନ୍ତି । ସଲମାନଙ୍କ ପାଇଁ କ୍ୟାଟ୍ରିନାଙ୍କ ମନରେ ଏବେ ବି ସେମିତି ସମ୍ମାନ ଭରି ରହିଛି ଯେମିତି ପୂର୍ବରୁ ଥିଲା। ତାଙ୍କ ଜୀବନରେ ଖୁସି ସବୁବେଳେ ରହୁ ଓ ସେ ଖୁସିରେ ରୁହନ୍ତୁ ବୋଲି କ୍ୟାଟ୍ରିନା ତାଙ୍କ ଇଷ୍ଟାଗ୍ରାମ ଷ୍ଟୋରି ରେ ପୋଷ୍ଟ କରିଛନ୍ତି ସୁରପ ଷ୍ଟାର ସଲମାନ ଖାନ ଙ୍କ ପାଇଁ ।

Salman khan
Picture Credit – Instagram

ଇଂଷ୍ଟାଗ୍ରାମ ଷ୍ଟୋରୀରେ କ୍ୟାଟ୍ରିନା କୈଫ ସଲମାନ ଖାନ ଙ୍କର ଟାଇଗର ଜିନ୍ଦା ହେ ଫିଲ୍ମ ର ଏକ ଫଟୋ ସେୟାର କରିଛନ୍ତି ଓ ତା ସହିତ ହାପି ବର୍ଥ ଡେ ଷ୍ଟିକର ମଧ୍ୟ ପୋଷ୍ଟ କରିଛନ୍ତି । ତେବେ କ୍ୟାଟ୍ରିନା କୈଫ ଓ ସଲମାନ ଖାନ ପୂର୍ବରୁ ଅନେକ ଫିଲ୍ମ ରେ ଏକା ସାଙ୍ଗରେ ନଜର ଆସିଛନ୍ତି । ପାର୍ଟନର , ମୈନେ ପ୍ୟାର କ୍ୟୁଁ କିୟା , ଭାରତ , ଟାଇଗର ଜିନ୍ଦା ହେ , ଏକ୍‌ ଥା ଟାଇଗର ରେ ଦୁଇ ଜଣଙ୍କୁ ଦେଖିବାକି ମିଳିଥିଲା । ଖାଲି ସେତିକି ନୁହେଁ ଦିନେ ଏମାନେ ରିଲେସନସିପ ରେ ରହିବାର ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ତେବେ ବର୍ତ୍ତମାନ କ୍ୟାଟ୍ରିନା ନିଜ ଜୀବନରେ ଆଗକୁ ବଢି ସାରିଛନ୍ତି । କିଛି ଦିନ ପୂର୍ବରୁ କ୍ୟାଟ୍ରିନା କୈଫ୍‌ ଭିକି କୌଶଲଙ୍କ ହାତ ଧରିଛନ୍ତି । ନିଜ ବୈବାହିକ ଜୀବନରେ ସେ ମଧ୍ୟ ଖୁସିରେ ଅଛନ୍ତି ।

କ୍ୟାଟ୍ରିନା କୈଫ ଓ ସଲମାନ ଏବେ ଦୁହେଁ ଭଲ ବନ୍ଧୁ ବୋଲି କ୍ୟାଟ୍ରିନା କହିଥିଲେ ଓ ଆଗକୁ ସେମାନଙ୍କର ଅପକମିଙ୍ଗ ଫିଲ୍ମ ଟାଇଗର ୩ ମଧ୍ୟ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ଇମରାନ ହାସ୍ମିଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସଲମାନ ଖାନ ସାପ କାମୁଡାର ଶୀକାର ହୋଇଥିଲେ ଦୁଇଦିନ ପୂର୍ବରୁ ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଠିକ ଥିବାର ଜଣା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.