ମହଙ୍ଗା ଗାଉନ୍ ପାଇଁ ଚର୍ଚ୍ଚାରେ କ୍ୟାଟ୍ରିନା କେଫ୍, ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

କ୍ୟାଟ୍ରିନା କେଫ୍ ଏବଂ ଭିକି କୌଶଳଙ୍କ ଯୋଡି ବଲିଉଡ ଇଣ୍ଡଷ୍ଟ୍ରିରେ ବେଶ୍ ଚର୍ଚ୍ଚିତ । ଏହି ଦମ୍ପତ୍ତିଙ୍କ ଯୋଡିକୁ ଫ୍ୟାନ୍ସମାନେ ମଧ୍ୟ ଖୁବ ପସନ୍ଦ କରନ୍ତି । ଉଭୟଙ୍କ ଯୋଡିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଏହି ଦମ୍ପତି । ତେବେ ବର୍ତ୍ତମାନ ଦୁହେଁ ସେମାନଙ୍କର ଜଣେ ସାଙ୍ଗର ବିବାହ ଉତ୍ସବରେ ନଜର ଆସିଛନ୍ତି । ଏହି ବିବାହରେ ସମସ୍ତଙ୍କ ନଜର ଚର୍ଚ୍ଚିତ ଦମ୍ପତିଙ୍କ ଉପରେ ରହିଛି । ସାଙ୍ଗର ମେହେନ୍ଦିଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ କ୍ୟାଟ୍ରିନା ଏବଂ ଭିକିଙ୍କ ଗେଟଅପକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
ଏହି ବିବାହରେ ନିଜ ସୁନ୍ଦର ଆଉଟଫିଟରେ ସମସ୍ତଙ୍କୁ ଆକର୍ଷିତ କରିଛନ୍ତି କ୍ୟାଟ୍ରିନା କେଫ୍ । ସାଙ୍ଗର ୱେଡିଂ ସେରିମନିରେ କ୍ୟାଟ୍ରିନା କେଫ୍ ଏକ ପିଙ୍କ୍ କଲର ଗାଉନରେ ବହୁତ ସୁନ୍ଦର ଦେଖାଯାଉଥିବାବେଳେ ଭିକି କୌଶଳ ଏକ ବ୍ଲାକ୍ ସୁଟ ପିନ୍ଧି ବେଶ ହ୍ୟାଣ୍ଡସମ୍ ଲାଗୁଥିଲେ । ଏବେ କ୍ୟାଟ୍ରିନାଙ୍କ ପିଙ୍କ୍ କଲର ଗାଉନକୁ ନେଇ ଖୁବ ଚର୍ଚ୍ଚା ହେଉଛି । କାରଣ କୌଶଳ ପରିବାରର ବୋହୂ କ୍ୟାଟ୍ରିନା ନିଜ ସାଙ୍ଗ ବିବାହରେ ପିନ୍ଧିଥିବା ଏହି ଗାଉନ ଅତି ସୁନ୍ଦର ହେବା ସହ ଖୁବ ଦାମୀ ମଧ୍ୟ ଥିଲା ।
ତେଣୁ ବର୍ତ୍ତମାନ ସୋସିଆଲ ମିଡିଆରେ କ୍ୟାଟ୍ରିନାଙ୍କ ଗାଉନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ୟାଟ୍ରିନାଙ୍କ ଡ୍ରେସ୍ ଡିଜାଇନ ଅଫ୍ ସୋଲଜର ନେକଲାଇନ ସହିତ ଏଥିରେ ଥିବା ବଡ ବଡ ଫୁଲ ଗାଉନର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି । ସୁନ୍ଦର ଡିଜାଇନ ସହିତ ପିଙ୍କ୍ କଲର ଡ୍ରେସ ପିନ୍ଧି କ୍ୟାଟ୍ରିନା ଏକ ସୁନ୍ଦର ଲୁକ୍ କ୍ରିଏଟ କରିଥିଲେ । ଯେଉଁଥିପାଇଁ ଏବେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି । ଏହି ପାଷ୍ଟେଲ୍ ପିଙ୍କ୍ କଲର ଗାଉନର ଦାମ୍ ୪.୦୭ଲକ୍ଷ ଟଙ୍କା । କ୍ୟାଟ୍ରିନାଙ୍କ ନିଜ ଲୁକ୍ କମ୍ପ୍ଲିଟ୍ କରିବା ପାଇଁ ହୀରାର କାନଫୁଲ ଏବଂ ବ୍ରେସଲେଟ ପିନ୍ଧି ହାଲକା ମେକଅପ୍ ନେଇଥିଲେ ।
ପିଙ୍କ୍ ଗାଉନ ପିନ୍ଧି ହାଲକା ମେକଅପରେ ନ୍ୟୁଡ୍ ଶ୍ୟାଡୋ ସହିତ ନ୍ୟୁଡ୍ ଲିପଷ୍ଟିକ୍ ଏବଂ ବିଙ୍ଗ୍ଡ ଆଇଲାଇନର ଲଗାଇ ନିଜର ସିମ୍ପଲ୍ ଗେଟଅପରେ ସାଙ୍ଗ ବାହାଘର ପାଇଁ ପ୍ରସ୍ତୁତ ହୋଇଥିଲେ କ୍ୟାଟ୍ରିନା । ଠିକ୍ ସେହିପରି ଗାଉନ ବ୍ୟତୀତ ତାଙ୍କ ମେହେନ୍ଦୀକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । କାରଣ ତାଙ୍କ ପାପୁଲି ବଦଳରେ ତାଙ୍କ ବାହୁରେ ଭିକି କୌଶଳଙ୍କ ନାଁ ଅର୍ଥାତ୍ VK ଲେଖି ହାର୍ଟସେପ୍ କରି ଚର୍ଚ୍ଚାରେ ରହିଥିଲେ କ୍ୟାଟ୍ରିନା । ତାଙ୍କ ମେହେନ୍ଦି ଡିଜାଇନ ସାଧାରଣ ଥିଲେ ମଧ୍ୟ ପ୍ରଶଂସକ ଏହାକୁ ଖୁବ୍ ପସନ୍ଦ କରିଛନ୍ତି ।
Also Read : ପୁଣି ଚର୍ଚ୍ଚାରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ, ଝିଅ ଦୁଆ ପାଇଁ କିଣିଲେ ୧୦୦ କୋଟି ଟଙ୍କାର ଆପାର୍ଟମେଣ୍ଟ