ଛାବାର ଟ୍ରେଲର ଦେଖି ପ୍ରତିକ୍ରିୟା ରଖିଲେ କ୍ୟାଟ୍ରିନା

ଖୁବଶୀଘ୍ର ବିକି  କୌଶଲ ରଶ୍ମିକା ମନ୍ଦାନାଙ୍କ ସହ ବଡ ପରଦାରେ ଆସୁଛି ଛାବା । ଟ୍ରେଲର ରିଲିଜ ହେବା ପୁର୍ବରୁ ସେ ଏକ ନୂଆ ପୋଷ୍ଟର ଏବଂ ଏକଭିଡ଼ିଓ ସେୟାର କରିଛନ୍ତି । ଏହି ଫିଲ୍ମ “ଛାବା” ୧୪ ଫେବୃଆରୀରେ ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଏହି ସମୟରେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା । ଟ୍ରେଲରରେ ବିକି  କୌଶଲ ଏବଂ ରଶ୍ମିକା ମନ୍ଦାନାଙ୍କ ଦମଦାର ଲୁକ ଏଠାରେ ଦେଖିବାକୁ ମିଳିଛି ।

ଏହି ଫିଲ୍ମରେ ଅକ୍ଷୟ ଖନ୍ନାଙ୍କୁ ମଧ୍ୟ ନଜର ଆସିଛନ୍ତି । ଟ୍ରେଲର ଦେଖୁଥିବା ଦର୍ଶକ ଭିକି କୌଶଲଙ୍କ ପ୍ରଶଂସା କରିବାରୁ ନିଜକୁ ରୋକି ପାରୁନାହାଁନ୍ତି । ଏହି ସମୟରେ, ଅନେକ ସେଲିବ୍ରିଟି ମଧ୍ୟ ଛାବାର ଟ୍ରେଲର ଉପରେ ପ୍ରତିକ୍ରିୟା ଦେଇଛନ୍ତି ।  କ୍ୟାଟ୍ରିନା କୈଫ୍ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ବିକି କୌଶଲଙ୍କ ଫିଲ୍ମର ଟ୍ରେଲର ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଏମାନଙ୍କ ମଧ୍ୟରେ କ୍ୟାଟ୍ରିନା କୈଫ ଏବଂ ତାଙ୍କ ଭଉଣୀ ଇସାବେଲ ମଧ୍ୟ ଅଛନ୍ତି ।

ଟ୍ରେଲର ସେୟାର କରିବା ସମୟରେ ସେ କ୍ୟାପସନରେ ଲେଖିଛନ୍ତି – ‘ଏହା ଫାୟାର।’ କ୍ୟାଟ୍ରିନା କୈଫଙ୍କ ଭଉଣୀ ଇସାବେଲ ମଧ୍ୟ ଫିଲ୍ମକୁ ନେଇ ତାଙ୍କର ଉତ୍ସାହ ପ୍ରକାଶ କରିଛନ୍ତି । ଟ୍ରେଲର ସେୟାର କରିବା ସମୟରେ ସେ କ୍ୟାପସନରେ ଲେଖିଛନ୍ତି – ଅଗ୍ନି ବି ୱ,ପାନି ବି ୱ,ତୁଫାନ ବି ୱ,ସେର ଶିବାକା ଛାବା ହେ ୱ କହିଛନ୍ତି ।

ପ୍ରଥମ ପୋଷ୍ଟରେ ଅଭିନେତା ବିକି  ଏକ ଖଣ୍ଡା ଧରିଥିବା ସହିତ ଲମ୍ବା କେଶ ରଖିଥିବାର ଦେଖିବାକୁ ମିଳେ । ଏବେ ଦ୍ବିତୀୟ ଫୋଟରେ ଅଭିନେତାଙ୍କ ମୁହଁରେ କ୍ଷତ ଥିବା ଦେଖା ଯାଉଛି । ଏବଂ ତୃତୀୟ ଫୋଟରେ ମରାଠା ଯୋଦ୍ଧା ଛତ୍ରପତି ସମ୍ଭଜୀ ମହାରାଜଙ୍କ ଭଳି ଧନୁ ତୀର ସହ ଲକ୍ଷ୍ୟ କରିଥିବାର ଦେଖିବାକୁ ମିଳିଛି । ତେବେ କ୍ୟାଟ୍ରିନା ଏହି ଟ୍ରେଲର ଦେଖି ବହୁତ ଖୁସି ହୋଇଛନ୍ତି ଏହାସହ ତାଙ୍କ ସ୍ୱାମୀ ବିକିଙ୍କ ଚମତ୍କାର ଅଭିନୟ ପାଇଁ ପ୍ରଶଂସା କରିଛନ୍ତି ।

Also read:ଛାବାରେ ନଜର ଆସିବେ ରଶ୍ମିକା, କହିଲେ ଏହି ଫିଲ୍ମ କରି ମୁଁ ଗର୍ବିତ