ମାଲଦ୍ୱୀପ ବିଚ୍‌ରେ ମସ୍ତି ମୁଡ୍‌ରେ କ୍ୟାଟ୍ରିନା କୈଫ୍‌, ସେୟାର କଲେ ହଟ୍‌ ସିଜଲିଂ ଫଟୋ

ବିବାହ ପରେ ମାଲଦ୍ୱୀପ ଯାତ୍ରା କରିଛନ୍ତି ବଲିଉଡ୍‌ର ନୂଆ ବୋହୂ କ୍ୟାଟ୍ରିନା କୈଫ୍‌। ମାଲଦ୍ୱୀପରେ ଏନ୍‌ଜୟ କରୁଥିବା ବେଳର ଏକ ଫଟୋକୁ କ୍ୟାଟ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋରେ ସେ କାଜୁଆଲ ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ସେ ବିକିନୀ ଟପ୍‌ ଉପରେ ଏକ ପ୍ରିଣ୍ଟେଡ୍‌ ହ୍ଵାଇଟ୍‌ ସାର୍ଟ ପିନ୍ଧିଛନ୍ତି। କ୍ୟାଟ୍ରିନାଙ୍କ ଏହି ଫଟୋ ଦେଖି ସମସ୍ତେ ପ୍ରଶଂସା କରୁଥିବା ବେଳେ ଆଉ କିଛି ୟୁଜର୍ସ ଭିକ୍କି କୌଶଲଙ୍କ ବିଷୟରେ ପଚାରୁଛନ୍ତି।

କ୍ୟାଟ୍ରିନା ଏହି ଫଟୋ ସହ ଏକ ମନ ଛୁଆଁ କ୍ୟାପସନ୍‌ ବି ଲେଖିଛନ୍ତି। କ୍ୟାପସନ୍‌ରେ ସେ ଲେଖିଛନ୍ତି ‘#myhappyplace’। କ୍ୟାଟ୍ରିନା ଏହି ଫଟୋ ସେୟାର କରୁ କରୁ ଭାଇରାଲ ହେବାରେ ଲାଗିଲାଣି।

 

View this post on Instagram

 

A post shared by Katrina Kaif (@katrinakaif)

ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ ବିବାହ ପରେ ନିଜ ନିଜ କାମକୁ ଫେରିଛନ୍ତି। ଉଭୟେ ନିଜ ନିଜ ସୋସିଆଲ ମିଡିଆ ଜରିଆରେ ଏ ନେଇ ଫ୍ୟାନ୍‌ଙ୍କୁ ଅପ୍‌ଡେଟ୍‌ ଦେଉଛନ୍ତି।

ରିପୋର୍ଟ ମୁତାବକ, କ୍ୟାଟ୍ରିନା ମାଲଦ୍ୱୀପକୁ ଏକ ସୁଟିଂ କରିବା ଲାଗି ଯାଇଛନ୍ତି। ସେ ଦୀର୍ଘ ଦିନ ହେଲାଣି ଏକ ବେଭରେଜ୍‌ ବ୍ରାଣ୍ଡ୍‌ ସହ ଜଡ଼ିତ ଅଛନ୍ତି। ଏହି ବ୍ରାଣ୍ଡ୍‌ର ସୁଟିଂ ପାଇଁ କ୍ୟାଟ୍ରିନା ମାଲଦ୍ୱୀପ ଯାଇଛନ୍ତି। ଏହି ବିଜ୍ଞାପନର ସୁଟିଂ ଖରାଦିନ ପାଇଁ ହେଉଥିବା ଜଣାଯାଇଛି।

 

View this post on Instagram

 

A post shared by Katrina Kaif (@katrinakaif)


ତେବେ ଆଶା କରାଯାଉଛି ଯେ କ୍ୟାଟ୍ରିନା ଖୁବ୍‌ଶୀଘ୍ର ସଲମାନ୍‌ ଖାନ୍‌ଙ୍କ ସହ ଟାଇଗର ୩ର ଶେଷ ସିଡ୍ୟୁଲର ସୁଟିଂ ଆରମ୍ଭ କରିପାରନ୍ତି। ସେହିପରି କ୍ୟାଟ୍ରିନାଙ୍କ ସ୍ୱାମୀ ଭିକ୍କି କୌଶଲ ଏବେ ସାରା ଅଲ୍ଲୀ ଖାନ୍‌ଙ୍କ ସହ ଏକ ଫିଲ୍ମର ସୁଟିଂ କରୁଛନ୍ତି। ଏହି ଫିଲ୍ମର ନାଁ ଏବେ ଯାଏଁ ନିର୍ଦ୍ଧାରିତ ହୋଇ ନାହିଁ।

 

View this post on Instagram

 

A post shared by Vicky Kaushal (@vickykaushal09)

କ୍ୟାଟ୍ରିନା ଶ୍ରୀରାମ ରାଘବନ୍‌ଙ୍କ ସହ ମେରୀ କ୍ରିସ୍‌ମାସ୍‌ ନାମକ ଏକ ନୂଆ ଫିଲ୍ମର ଘୋଷଣା କରିଛନ୍ତି। ସେ ଫୋନ୍‌ ଭୂତ, ଟାଇଗର ୩ ଓ ଜି ଲେ ଜରାରେ ବି ନଜର ଆସିବେ। ସେହିପରି ଭିକ୍କି କୌଶଲଙ୍କ ହାତରେ ଏବେ ସାମ୍‌ ବାହାଦୂର, ଗୋବିନ୍ଦା ନାମ ମେରା ଓ ଲକ୍ଷ୍ମଣ ଉଟେକରଙ୍କ ଆଗାମୀ ଫିଲ୍ମ ରହିଛି, ଯେଉଁଥିରେ ସାରା ଅଲ୍ଲୀ ଖାନ୍‌ ବି ଅଭିନୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.