ବାଘ ସଫାରୀରେ ବାହାଘର ଭୋଜି ଦେବେ କ୍ୟାଟ୍ରିନା, ସରିଲାଣି ସବୁ ପ୍ରସ୍ତୁତି

ବଲିଉଡ୍‌ ହିରୋଇନ୍‌ କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲଙ୍କ ବିବାହ ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ଏହି ସେଲିବ୍ରିଟି ଯୋଡ଼ିଙ୍କ ବିବାହକୁ ନେଇ ଏବେ ସାରା ସିନେ ଇଣ୍ଡଷ୍ଟ୍ରୀ ଉତ୍ସବ ମୁଖରିତ ହୋଇପଡ଼ିଛି। ଉଭୟଙ୍କ ବିବାହ ପାଇଁ ସ୍ପେଶାଲ ଅତିଥି ତାଲିକା ମଧ୍ୟ ଇତି ମଧ୍ୟରେ ସାମ୍ନାକୁ ଆସିଛି। କୁହାଯାଉଛି ଯେ କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହରେ ଅତିଥିମାନେ ମୋବାଇଲ ନେଇ ଆସିପାରିବେ ନାହିଁ। ଉଭୟଙ୍କ ବିବାହରେ ଅତିଥିଭାବେ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରମାନେ ଯୋଗ ଦେବେ।

ବିବାହକୁ ଆସିବାକୁ ଥିବା ଅତିଥିଙ୍କୁ ରଣଥମ୍ଭୌର ବାଘ ସଫାରୀ ବ୍ୟତୀତ ଚମ୍ବଲ ଘଡ଼ିଆଳ ସଫାରୀକୁ ମଧ୍ୟ ବୁଲିବାକୁ ନିଆଯିବ। ଏଥିପାଇଁ ହୋଟେଲ ସିକ୍ସ ସେନ୍‌ସେସ୍‌ର ମ୍ୟାନେଜମେଣ୍ଟ ପକ୍ଷରୁ ମାଧେପୁର ଚମ୍ବଳ ଘାଟରେ ପହଞ୍ଚି ସମସ୍ତ ବ୍ୟବସ୍ଥା କରୁଛନ୍ତି।

ଘଡ଼ିଆଳ ସଫାରୀର ଟ୍ରାଭେଲ ଏଜେଣ୍ଟ ସୁମେର ସିଂହ ରାଜାଓ୍ଵତ କହିଛନ୍ତି, ହୋଟେଲ ସିକ୍ସ ସେନ୍‌ସେସ୍‌ର ମ୍ୟାନେଜମେଣ୍ଟ ଚମ୍ବଲ ଘାଟରେ ପହଞ୍ଚି ଘଡ଼ିଆଳ ସଫାରୀରେ ସମସ୍ତ ବ୍ୟବସ୍ଥା ତଦାରଖ କରିଛନ୍ତି। ଏଥିପାଇଁ ମ୍ୟାନେଜମେଣ୍ଟ ଏଠାରେ ଅତିଥିଙ୍କ ପାଇଁ ସକାଳ ଜଳଖିଆ ଓ ଲଞ୍ଚ ପାଇଁ ଟେଣ୍ଟ ଲଗାଇବାକୁ ନିର୍ଦ୍ଦେଶ ଦେଇଛି।

ସୁମେର ସିଂହ କହିଛନ୍ତି, ହେଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ଏବେ ଚମ୍ବଲ ଘଡ଼ିଆଳ ସଫାରୀରେ ସମସ୍ତ ବ୍ୟବସ୍ଥା କରାଯାଉଛି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ଅତିଥିଙ୍କ ତାଲିକା ଉପଲବ୍ଧ କରାଯାଇନାହିଁ।

ପ୍ରକାଶ ଯେ ଚମ୍ବଲ ଘଡ଼ିଆଳ ସେଞ୍ଚୁଆରୀ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ପରିବ୍ୟାପ୍ତ। ଏଠାରେ କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହରେ ଯୋଗ ଦେବାକୁ ଆସୁଥିବା ଅତିଥିମାନେ ଭ୍ରମଣର ମଜା ନେବା ସହ ଭୋଜନ କରିବେ।

ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବିବାହକୁ ନେଇ ଏବେ ବି-ଟାଉନ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ନିକଟରେ ଗଜରାଜ ରାଓ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଷ୍ଟୋରୀ ସେୟାର କରି ଏହି ଦୁଇ ସେଲିବ୍ରିଟିଙ୍କ ବିବାହ କଥା ସ୍ପଷ୍ଟ କରିଥିଲେ।

କିଛି ଦିନ ପୂର୍ବରୁ ଆୟୁଷ୍ମାନ୍‌ ଖୁରାନା ମଧ୍ୟ ଆରଜେ ସିଦ୍ଧାର୍ଥ କନନଙ୍କ ସହ ଏକ ଇଣ୍ଟରଭ୍ୟୁରେ ଭିକ୍କି ଓ କ୍ୟାଟ୍ରିନାଙ୍କ ରିଲେସନ୍‌ସିପ୍‌ କଥା ହିଣ୍ଟସ୍‌ ଦେଇଥିଲେ। ସେ କହିଥିଲେ, ଭିକ୍କି ପଞ୍ଜାବୀ ଓ ବୋଧେ ସେ କ୍ୟାଟ୍ରିନାଙ୍କ ସହ କନେକ୍ଟ ହୋଇପାରନ୍ତି। ତାଙ୍କ ବ୍ୟତୀତ ହର୍ଷ ବର୍ଦ୍ଧନ କପୁର ମଧ୍ୟ ଏହି ପ୍ରେମୀ ଯୁଗଳଙ୍କ ରିଲେସନ୍‌ସିପ୍‌ କଥା ସତ ବୋଲି କହିଥିଲେ।

Leave A Reply

Your email address will not be published.