ଆଜି ବାଜିବ ସେହନାଇ। ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାଟ୍ରିନା କୈଫ୍ ଓ ଭିକ୍କି କୌଶଲ। ଡିସେମ୍ବର ୯ ଅର୍ଥାତ୍ ଆଜି ଏହି ଦୁଇ ଜଣ ବିବାହ କରୁଛନ୍ତି। ବେଶ୍ ହାଇପ୍ରୋଫାଇଲ୍ର ଏହି ବିବାହ ଉପରେ ଫ୍ୟାନ୍ମାନେ ଲଗାତାର ନଜର ରଖିଛନ୍ତି। ବିବାହରେ ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ଷ୍ଟାରଙ୍କ ଠାରୁ ଆରମ୍ଭ କରି କିଛି ପ୍ରଯୋଜକ ଓ ନିର୍ଦ୍ଦେଶକ ମଧ୍ୟ ସାମିଲ ହୋଇଛନ୍ତି।
ରାଜସ୍ଥାନ ସଓ୍ଵାଇ ମାଧୋପୁର ଜିଲ୍ଲା ସ୍ଥିତ ସିକ୍ସ ସେନ୍ସ ବରଓ୍ଵାଡ଼ା ଫୋର୍ଟରେ କ୍ୟାଟ୍ ଓ ଭିକ୍କିଙ୍କ ବିବାହ ଆୟୋଜିତ ହେବ। ବିବାହରେ ବଛା ବଛା ୧୨୦ ଜଣ ଅତିଥି ଯୋଗ ଦେବେ ବୋଲି କୁହାଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ବିବାହ ପରେ ଉଭୟେ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ୍ ଦେବେ ବୋଲି ସୂଚନା ମିଳିଛି।
ମିଡିଆ ରିପୋର୍ଟ ମୁତାବକ, ଭିକ୍କି ଓ କ୍ୟାଟ୍ରିନାଙ୍କ ବିବାହରେ ସୁରକ୍ଷା ବ୍ୟବସ୍ଥା ବେଶ୍ କଡ଼ାକଡ଼ି ରହିଛି। ବିବାହରେ ଯୋଗ ଦେବାକୁ ଯାଉଥିବା ଅତିଥିଙ୍କୁ ଏକ ଖାସ୍ କୋଡ୍ ଦିଆଯାଇଛି। କୁହାଯାଉଛି ଯେ ଏହି କୋଡ୍ ଦେଖାଇ ଅତିଥିମାନେ ବିବାହରେ ଏଣ୍ଟ୍ରି କରିବେ।
ସୂଚନା ଅନୁସାରେ, ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ଙ୍କର ଆଜି ଅପରାହ୍ନ ଠିକ୍ ୩.୩୦ରୁ ୩.୪୫ ମଧ୍ୟରେ ହାତ ଗଣ୍ଠି ପଡ଼ିବ। ସୂଚନାଯୋଗ୍ୟ ଯେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ଙ୍କ ବିବାହରେ ଅତିଥିଙ୍କୁ ମୋବାଇଲ ଫୋନ୍ ନେବାକୁ ବାରଣ କରାଯାଇଛି। କାରଣ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ ବିବାହର ଫଟୋ ଓ ଭିଡିଓ ବିକ୍ରି କରିବେ। ଏଣୁ ସେମାନେ ସମସ୍ତଙ୍କୁ ବାହାଘର ବେଳର ଫଟୋ ଭାଇରାଲ କରିବାକୁ ମନା କରିଛନ୍ତି।
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…
ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍ ଏହା ଉପରେ ମୋହର ମାରିଛି । କଂଗ୍ରେସର…
ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା । ବାଚ୍ନିକ ଭୋଟରେ ନିର୍ବାଚିତ ହେଲେ ଓମ୍ ବିର୍ଲା…
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…