ସ୍ୱିମିଂ ପୁଲ୍ରେ ରୋମାଣ୍ଟିକ୍ ହୋଇ ଗାଧୋଇଲେ କ୍ୟାଟ୍ରିନା କୈଫ୍ ଓ ଭିକ୍କି କୌଶଲ…ୟୁଜର ନେଲେ ମଜା
କ୍ୟାଟ୍ରିନା କୈଫ୍ ଓ ଭିକ୍କି କୌଶଲ ବଲିଉଡ୍ର ଫେମସ୍ କପଲ୍। ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ଫ୍ୟାନମାନେ ସବୁବେଳେ ଚାହିଁ ବସିଥାଆନ୍ତି। ଏମିତିରେ ଏବେ କ୍ୟାଟ୍ରିନା ଫ୍ୟାନମାନଙ୍କ ଇଚ୍ଛାକୁ ପୂରା କରିବା ପାଇଁ ଭିକ୍କିଙ୍କ ସହ ନିଜର ଏକ ରୋମାଣ୍ଟିକ୍ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ସେ ସ୍ୱାମୀଙ୍କ ସହିତ ସ୍ୱିମିଂ ପୁଲ୍ରେ ପୋଜ୍ ଦେଇଛନ୍ତି। ଫଟୋରେ କ୍ୟାଟ୍ରିନା ହ୍ଵାଇଟ୍ ରଙ୍ଗର ସ୍ୱିମ୍ସୁଟ ପିନ୍ଧିଥିବା ବେଳେ ଭିକ୍କି ଶାର୍ଟଲେସ୍ ଛିଡ଼ା ହୋଇଛନ୍ତି। ଏହି ସମୟରେ କ୍ୟାଟ୍, ଭିକ୍କିଙ୍କୁ ହଗ୍ କରିଛନ୍ତି। ଦୁହେଁ କ୍ୟାମେରା ଆଡ଼କୁ ମୁହଁ କରି ପୋଜ୍ ଦେଇଛନ୍ତି। କ୍ୟାଟ୍ରିନା ଫଟୋ କ୍ୟାପସନରେ ଲେଖିଛନ୍ତି, ‘ମୁଁ ଆଉ ମୋର…’।
କ୍ୟାଟ୍ରିନାଙ୍କ ଏହି ପୋଷ୍ଟକୁ ଫ୍ୟାନ୍ସ ଏବଂ ସେଲିବ୍ରିଟି ମାନେ ବହୁତ ପସନ୍ଦ କରୁଛନ୍ତି। ଫଟୋରେ ହ୍ରିତିକ ରେଶନ କମେଣ୍ଟ କରିଛନ୍ତି, ‘କେତେ ସୁନ୍ଦର ଲାଗୁଛ’। ସେଠି ଜଣେ ୟୁଜର ଲେଖିଛନ୍ତି, ‘ଆପଣ ଦୁହେଁ ପରସ୍ପର ପାଇଁ ହିଁ ସୃଷ୍ଟି ହୋଇଛନ୍ତି’। ଆଉ ଜଣେ ଲେଖିଛନ୍ତି, ‘ହୃଦୟ ନେଇଗଲା ରେ ଫଟୋ’। ସେପଟେ କ୍ୟାଟ୍ଙ୍କର ଏହି ପୋଷ୍ଟରେ ଅନେକ ୟୁଜର ମଜା ମଧ୍ୟ ଉଠାଇଛନ୍ତି। କେତେଜଣ ସଲମାନ ଖାନଙ୍କୁ ଫଟୋରେ ଟ୍ୟାଗ୍ କରିବା ପାଇଁ କ୍ୟାଟ୍ରିନାଙ୍କୁ କହିଛନ୍ତି। ଏଥି ସହିତ ଖୁବ୍ ମଜା କରୁଛନ୍ତି।
ଏ ନେଇ ଜଣେ ୟୁଜର ଲେଖିଛନ୍ତି, ‘କାହିଁକି ସଲମାନ ଭାଇଙ୍କୁ ଜଳାଉଛ ଦିଦି’। ଅନ୍ୟ ଜଣେ ଲେଖିଛନ୍ତି, ‘ମୁଁ ସଲମାନ ଭାଇଙ୍କ ପାଇଁ ଲାଇକ୍ କରୁଛି’। ସେହିପରି ଜଣେ ୟୁଜର କ୍ୟାଟ୍ରିନାଙ୍କ କ୍ୟାପସନ ଉପରେ ଲେଖିଛନ୍ତି, ‘ହଁ ହଁ ତୁମର ହିଁ। ଆମେ ଆଚାର ପକାଇବୁ ଏଥିରେ’।
ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ ବିବାହ ପର ଠାରୁ ଲଗାତାର ପରସ୍ପର ସହିତ ଫଟୋ ସେୟାର କରୁଛନ୍ତି। କିଛି ଦିନ ତଳେ କପଲ୍ ଛୁଟିରେ ଯାଇଥିଲେ। ଦୁଇଜଣ ସମୁଦ୍ର ଏବଂ ସମୁଦ୍ର ବେଳାଭୂମିରେ ସମୟ ବିତାଇ ସେହି ମୁହୂର୍ତ୍ତର ଫଟୋ ସେୟାର କରିଥିଲେ। ଦୁଇଜଣଙ୍କ ରୋମାନ୍ସ ଫ୍ୟାନମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା। କହି ରଖୁଛୁ, ଭିକ୍କି ଓ କ୍ୟାଟ୍ଙ୍କର ୨୦୨୧ ଡିସେମ୍ବରରେ ବିବାହ ହୋଇଥିଲା। ବିବାହରେ ଉଭୟଙ୍କ ପରିବାର ଏବଂ ଇଣ୍ଡଷ୍ଟ୍ରୀର ଘନିଷ୍ଠ ଲୋକମାନେ ସାମିଲ ହୋଇଥିଲେ। ପ୍ରୋଜେକ୍ଟ କଥା ଦେଖିଲେ, କ୍ୟାଟ୍ରିନା ଖୁବ୍ ଜଲ୍ଦି ଫିଲ୍ମ ଟାଇଗର ୩ରେ ନଜର ଆସିବେ। ଏହା ବ୍ୟତୀତ ତାଙ୍କ ପାଖରେ ଫୋନ୍ ଭୂତ ଏବଂ ମେରୀ କ୍ରିସ୍ମାସ ଟାଇଟଲ୍ର ଦୁଇଟି ଫିଲ୍ମ ରହିଛି। ସେପଟେ ଭିକ୍କି ବର୍ତ୍ତମାନ ବିଜ୍ଞାପନରେ ଛାଇ ରହିଛନ୍ତି।
View this post on Instagram