ଚୋରଣୀ କଟ୍ରିନା, କାହାର ଡ୍ରେସ୍ ତ କାହାର ଚଷମା କରିଥାନ୍ତି ଚୋରି

ମୁମ୍ବାଇ : କଫି ଉଇଥ୍ କରଣ ସିଜନ ୬ରେ ଏହିଥର ଏକା ସାଙ୍ଗରେ ନଜର ଆସିଛନ୍ତି କେଟ୍ରିନା କୈଫ୍ ଏବଂ ବରୁଣ ଧୱନ। ଦୁଇ କଳାକାର ଗୋଟିଏ କାଉଚ ବସିବା ସହ ନିଜର ବ୍ଯକ୍ତିଗତ ଜୀବନ ବିଷୟରେ କରିଥିଲେ ଅନେକ କଥାର ଖୁଲାସା। ଏହି ସମୟରେ କଟ୍ରିନାଙ୍କ ବନ୍ଧୁ କହିଛନ୍ତି ତାଙ୍କୁ ଯେଉଁ ଜିନିଷ ପସନ୍ଦ ଆସିଥାଏ ସେ ତାକୁ ଘରକୁ ନେଇଯାଇଥାନ୍ତି। ସେ କହିକି ହେଉବା ଚୋରେଇ କି।

katrina

କରନ ଜେହାରଙ୍କ ରିଆଲିଟି ଶୋ କଫି ଉଇଥ କରନରେ ମଜେଦାର ସମୟ ସେତେବେଳେ ଆସିଥିଲା ଯେତେବେଳେ କଟ୍ରିନା କୈଫଙ୍କ ସାଙ୍ଗ ମିନି ମାଥୁର ଏବଂ ୟାସ୍କିନ୍ କରାଚିୱାଲା ତାଙ୍କ ବିଷୟରେ କହିବା ଆରମ୍ଭ କଲେ।

ସେଠାରେ ସେମାନେ କହିଲେ କଟ୍ରିନା କିଭଳି ତାଙ୍କ ସାଙ୍ଗ ମାନଙ୍କ ଜିନିଷ ଚୋରି କରିଥାନ୍ତି। ଏପରିକି ୟାସ୍କିନଙ୍କ ୱାର୍କଆଉଟ ଡ୍ରେସ କଟ୍ରିନା ନେଇଯାଇଥିବା ବେଳେ ବରୁଣ ଧୱନଙ୍କ ଚଷମା ମଧ୍ୟ ସେ ନେଇଯାଇଥିଲେ। ଏହି କଥାରେ ଅଭିନେତ୍ରୀ କହିଛନ୍ତି , ମତେ ପସନ୍ଦ ଆସିଥିବା ଜିନିଷ ମୁଁ ମୋ ବନ୍ଧୁ ମାନଙ୍କୁ ପଚାରି ତାଙ୍କ ଠାରୁ ନେଇଥାଏ।

Koffee-With-Karan-Katrina-Kaif

ଖାଲି ସେତିକି ନୁହଁ ଶୋରେ ଆଲିଆ ଏବଂ ରଣବୀରଙ୍କ ସଂପର୍କକୁ ନେଇ କଣ ଭାବନ୍ତି କଟ୍ରିନା ମଧ୍ୟ ପଚାରଯାଇଥିଲା। ଯାହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ, ମତେ ଦୁହିଁଙ୍କ ସଂପର୍କକୁ ନେଇ କୌଣସି ଅସୁବିଧା ନାହିଁ । ମୋର କେମେଷ୍ଟ୍ରି ଆଲିଆ, ରଣବୀର ଏବଂ ଦୀପିକାଙ୍କୁ ନେଇ ଭିନ୍ନ ଭିନ୍ନ ରହିଛି।