ମନୋରଂଜନ

ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ ରାଜସ୍ଥାନରେ ନେବେ ସାତ ଫେରା! ହୋଟେଲ ବୁକ୍‌; ୭ରୁ ୧୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ବିବାହ ଉତ୍ସବ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଅଭିନେତା ଭିକି କୌଶଲଙ୍କ ନିର୍ବନ୍ଧ ଖବର ଭିତରେ ଦୁଇଜଣଙ୍କ ବିବାହକୁ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏହି ହଟ୍‌ କପଲ ଆସନ୍ତା ଡିସେମ୍ବରରେ ରାଜସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହେବେ। ସଓ୍ଵାଇ ମାଧୋପୁରର ଚୌଥ ବରଓ୍ଵାଡାସ୍ଥିତ ସିକ୍ସ ସେନ୍ସ ବରଓ୍ଵାଡା ଫୋର୍ଟ ହୋଟେଲରେ ବିବାହର ସମସ୍ତ ଉତ୍ସବ ୭ରୁ ୧୨ ଡିସେମ୍ବର ମଧ୍ୟରେ ଆୟୋଜନ ହେବ। ଏଥିପାଇଁ ହୋଟେଲ ବୁକିଂ ମଧ୍ୟ ସରି ଯାଇଛି। ବାସ୍‌, କେବଳ ଏହାର ଔପଚାରିକ ଘୋଷଣା ବାକି ଅଛି। ହୋଟେଲ କର୍ତ୍ତୃପକ୍ଷ ମଧ୍ୟ ଏହି ଭିଆଇପି ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ହୋଟେଲ ମ୍ୟାନେଜମେଣ୍ଟ ସୂତ୍ରରୁ ମିଳିଥିବା ଖବର ମୁତାବକ, ବିବାହ ପାଇଁ ବୁକିଂ କନଫର୍ମ ହୋଇ ଯାଇଛି। ଯଦିଓ କେଉଁ ଦିନ କେଉଁ ପ୍ରୋଗ୍ରାମ ହେବ, ସେ ନେଇ କୌଣସି ସୂଚନା ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ବିବାହ ସମାରୋହ ଛୋଟ ହେବ। ଏହା ସତ୍ତ୍ୱେ ବଲିଉଡ୍‌ ଅଭିନେତା ସଲମାନ ଖାନ ଓ ଅନ୍ୟ କେତେଜଣ ବଡ଼ ସେଲିବ୍ରିଟି ଫଙ୍କ୍‌ଶନରେ ଯୋଗଦେବା ନେଇ ପୂରା ସମ୍ଭାବନା ରହିଛି। ଏହା ମଧ୍ୟ ସୂଚନା ମିଳିଛି କି, ବିବାହର ମୁଖ୍ୟ କାର୍ଯ୍ୟକ୍ରମ ଜନାନା ମହଲରେ ହେବ। ବିବାହ ସମାରୋହରେ ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ବ୍ୟକ୍ତିଗତ ସୁରକ୍ଷା ଗାର୍ଡ ସମ୍ଭାଳିବେ।

ଚୌଥର ବରଓ୍ଵାଡାସ୍ଥିତ ଏହି ଗଡ଼ ୧୪ ଶତାବ୍ଦରୁ ତିଆରି ହୋଇଛି। ରାଜାରାଜୁଡା ଶୈଳୀରେ ନିର୍ମାଣ ହୋଇଥିବା ଏହି ଗଡ଼ରେ ବର୍ତ୍ତମାନ ବିଳାସପୂର୍ଣ୍ଣ ହୋଟେଲ ତିଆରି କରାଯାଇଛି। ପୁନଃରୁଦ୍ଧାର ପରେ ଏହାର ଉଦ୍‌ଘାଟନ ଅକ୍ଟୋବରରେ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ସାମିଲ ହୋଇଥିଲେ। ଏବେ ରୟାଲ େଓ୍ଵଡିଂ ପାଇଁ କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ ଏହି ହୋଟେଲକୁ ଫାଇନାଲ କରିଛନ୍ତି। ବିଳାସପୂର୍ଣ୍ଣ ରିସୋର୍ଟରେ ଫୋର୍ଟ ସୁଇଟ୍‌ (କକ୍ଷ ବା ରହିବା ଜାଗା) ଏବଂ ଅରାଭଳୀ ସୁଇଟ୍‌ ଅଛି। ଏଠାରେ ୩ ଜଣ ଲୋକଙ୍କ ପାଇଁ ଗୋଟିଏ ଦିନ ଏବଂ ଗୋଟିଏ ରାତି ରହିବାର ଭଡ଼ା ୬୫ ହଜାରରୁ ଆରମ୍ଭ କରି ୧.୨୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଅତିଥିମାନଙ୍କ ପାଇଁ ମାଗଣା ଜଳଖିଆ ଏବଂ ଓ୍ଵାଇଫାଇର ବ୍ୟବସ୍ଥା ମଧ୍ୟ କରାଯାଇଛି।

କହି ରଖୁଛୁ, ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବିବାହକୁ ନେଇ ଲଗାତାର ଅପଡେଟ୍‌ ଆସିବାରେ ଲାଗିଛି। ୨ ଦିନ ତଳେ କୁହାଯାଉଥିଲା କି, ଡାଇରେକ୍ଟର କବୀର ଖାନଙ୍କ ଘରେ ଉଭୟଙ୍କର ନିର୍ବନ୍ଧ ଉତ୍ସବ ସରିଛି। ଏବେ ବିବାହ ପରେ କପଲ୍‌ ଏକାଠି ରହିବା ପାଇଁ ନୂଆ ଘର ଖୋଜୁଥିବାର ଖବର ସାମ୍ନାକୁ ଆସିଛି। ତେବେ ସେମାନେ ବିବାହ ପରେ ରହିବା ପାଇଁ ଘର ମଧ୍ୟ ଖୋଜି ନେଇଛନ୍ତି। ଦୁଇଜଣ ମୁମ୍ବାଇର ଜୁହୁ ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟକୁ ଭଡ଼ା ସୂତ୍ରରେ ନେଇଥିବା ଜଣାପଡ଼ିଛି।

Roshni

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

12 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

58 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago