ଆରମ୍ଭ ହେଉଛି କୌନ ବନେଗା କରୋଡପତି, ହଟ୍ ସିଟରେ ବସିବାକୁ ଫଲୋ କରନ୍ତୁ ଏହି ୪ଟି ଷ୍ଟେପ୍

କରୋନା ସଙ୍କଟ ମଧ୍ୟରେ ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ ହୋଇଛି ରିଆଲିଟି ଶୋ’ କୌନ ବନେଗା କରୋଡପତି। କେବିସିର ଏହି ୧୩ ତମ ସିଜନକୁ ଅମିତାଭ ବଚ୍ଚନ ହିଁ ହୋଷ୍ଟ କରିବେ। ଏହାର ପ୍ରୋମୋ ମଧ୍ୟ ଜାରି ହୋଇଛି। ଏଥିସହ ଶୋ’ପାଇଁ ମେ’ ୧୦ରୁ ରେଜିଷ୍ଟ୍ରେସନ ମଧ୍ୟ ଆରମ୍ଭ ହୋଇଯିବ। ଯଦି ଆପଣ ବି ଶୋ’ର ହଟ୍ ସିଟରେ ବସିବାକୁ ଚାହୁଁଛନ୍ତି ତେବେ ୪ଟି ଷ୍ଟେପ ଫଲୋ କରି ଅଂଶଗ୍ରହଣ କରିପାରିବେ।
View this post on Instagram
ଷ୍ଟେପ-୧: ରେଜିଷ୍ଟ୍ରେସନ
ମେ ୧୦ରୁ ପଞ୍ଜିକରଣ ଆରମ୍ଭ ହେବ। ଶୋ’ର ହୋଷ୍ଟ ଅମିତାଭ ବଚ୍ଚନ ପ୍ରତିଦିନ ରାତି ୯ଟାରେ ନୂଆ ନୂଆ ପ୍ରଶ୍ନ ପଚାରିବେ। ଏହାର ଉତ୍ତର ଆପଣ SMS କିମ୍ବା Sony ଲିଭ ମାଧ୍ୟମରେ ଦେଇପାରିବେ।
ଷ୍ଟେପ-୨: ସ୍କ୍ରିନିଂ
ଯେଉଁ ପ୍ରତିଯୋଗୀ ରେଜିଷ୍ଟ୍ରେସନ ପ୍ରଶ୍ନର ସଠିକ ଉତ୍ତର ଦେବେ ତାଙ୍କୁ ସର୍ଟ ଲିଷ୍ଟ କରାଯିବ।
ଷ୍ଟେପ-୩: ଅନଲାଇନ ଅଡିସନ
ଏହି ଅଡିସନରେ ସାମାନ୍ୟ ଜ୍ଞାନ ପରୀକ୍ଷା ଓ ଭିଡିଓ ସବମିଶନ ହେବ। ଏହା Sony LVV ମାଧ୍ୟମରେ ଆୟୋଜିତ ହେବ।
ଷ୍ଟେପ-୪: ଇଣ୍ଟରଭ୍ୟୁ
ଶେଷ ତଥା ଫାଇନାଲ୍ ରାଉଣ୍ଡ ହେଉଛି ଇଣ୍ଟରଭ୍ୟୁ। ଯେଉଁମାନେ ସର୍ଟ ଲିଷ୍ଟେଡ଼ ହୋଇଥିବେ ସେମାନଙ୍କର ଇଣ୍ଟରଭ୍ୟୁ ନିଆଯିବ।