ପଢ଼ି ନଜାଣି ମଧ୍ୟ ୭୦ ବର୍ଷର ଟ୍ୟାକ୍ସି ଚାଳକ ଜିତିଲେ ୨୫ ଲକ୍ଷ ଟଙ୍କା, ଆମିର ରୁ ଅମିତାଭ ସବୁ ରହିଗଲେ ଆଶ୍ଚର୍ଯ୍ଯ

ମୁମ୍ବାଇ : କୋନ ବନେଗା କୋରଡ଼ପତିର ସିଜିନ୯ ଏବେ ତାହାର ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ବଲିଉଡ଼ର ସେହେନ୍ସା ଅମିତାଭ ବଚ୍ଚନଙ୍କ ଉପସ୍ଥାପନା ସହ ପ୍ରତିଯୋଗୀଙ୍କ ମନରୋଞ୍ଜକ କଥା ଶୋର ଟିଆରପିକୁ ବଢ଼ାଇବାରେ ଲାଗିଛି। ନିକଟରେ କେବିସିର ହଟ ସିଟରେ ଏପରି ଜଣେ ବ୍ୟକ୍ତି ପହଞ୍ଚିଥିଲେ ଯାହାଙ୍କୁ ନା ଇଂଲିଶ ଆସୁଥିଲା ନା ହିନ୍ଦୀ। ଆଜ୍ଞା ହଁ , ସେ ହେଉଛନ୍ତି ୭୦ ବର୍ଷିୟ ଗାଜୀ ଅଲ୍ଲାଉଦ୍ଦିନ୍ ଯିଏ ପେଶାରେ ଜଣେ ଟ୍ୟାକ୍ସି ଚାଳକ।
ଗାଜୀ ବିଗତ ୩୮ବର୍ଷ ହେବ କୋଲକାତାରେ ଟ୍ୟାକ୍ସି ଚଲାଉଛନ୍ତି। ତେବେ ଶୋକୁ ଆସି ଏହି ଚାଳକ ଜଣଙ୍କ ସମସସ୍ତଙ୍କୁ କରିଥିଲେ ହତବାକ୍ । ଦର୍ଶକଙ୍କ ସହ ଉପସ୍ଥାପକ ଅମିତାଭ ମଧ୍ୟ ତାଙ୍କ ମନୋବଳକୁ ଦେଖି ରହିଯାଇଥିଲେ ସ୍ତବ୍ଦ। ତେବେ ଏହି କାର୍ଯ୍ଯକ୍ରମର ପ୍ରସାରଣ ୨ ନଭେମ୍ବରରେ ହେବାକୁ ଯାଉଛି। ତେବେ ୨୫ଲକ୍ଷର ବିଜେତା ଗାଜୀଙ୍କ କହିବା ଅନୁଯାୟୀ, ଜିତିଥିବା ଟଙ୍କାରେ ସେ ଏପରି ଏକ କଲେଜ ଖୋଲିବେ ଯେଉଁଠାରେ କୌଣସି ବିଦ୍ୟାର୍ଥୀଙ୍କୁ ଫିସ୍ ଦେବାକୁ ପଡ଼ିବ ନାହିଁ। ତେବେ ସେ ଏବେ ଟ୍ୟାକ୍ସ ଚଲାଇବା ସହ ପଶ୍ଚିମ ବଙ୍ଗଳାର ସୁନ୍ଦରବନ ଅଞ୍ଚଳରେ ନିଃଶୁକ୍ଳ ଏକ ସ୍କୁଲ ଚଲାଉଛନ୍ତି। ଏହାଛଡ଼ା ସେ ଏକ ଅନାଥଶ୍ରମ ମଧ୍ୟ ଚଲାଉଛନ୍ତି। ସେ ତାଙ୍କର ସମସ୍ତ ସମ୍ପତ୍ତି ସମାଜ ସେବାରେ ଲଗାଇଦିଅନ୍ତି। ସେ ବର୍ତ୍ତମାନ ପର୍ଯ୍ଯନ୍ତ ୫୦୦ରୁ ଉର୍ଦ୍ଦ୍ବ ଲୋକଙ୍କୁ ନିଶୁକ୍ଳ ଟ୍ୟାକ୍ସି ଚଲାଇବା ଶିକ୍ଷ୍ୟ ଦେଇସାରିଲେଣି।
ସୂଚନା ଅନୁଯାୟୀ, ଗାଜୀଙ୍କୁ ଚଳିତ ବର୍ଷ ରମଜାନ ସମୟରେ କେବିସି ତରଫରୁ କଲ ଆସିଥିଲା। ସେ କିନ୍ତୁ ଏହା କହି ମନା କରିଦେଇଥିଲେ କି ସେ ଶିକ୍ଷିତ ନୁହଁନ୍ତି ଏବଂ କୌଣସି ପ୍ରଶ୍ନର ଉତ୍ତର ସେ ଦେଇପାରିବେ ନାହିଁ। କିନ୍ତୁ ଶୋରେ ତାଙ୍କ ସହିତ ଜଣେ ପରିଚିତ କଳାକାର ରହିବା ସହ ତାଙ୍କୁ ଉତ୍ତର ଦେବାରେ ସାହାଯ୍ୟ କରିବେ।
ଏହାପରେ ଗାଜୀ ଅକ୍ଟୋବର ୨୪ ତାରିଖରେ ତାଙ୍କ ପତ୍ନୀ ଏବଂ ସାନ ପୁଅ ସହ ମୁମ୍ବାଇ ଆସିଥିଲେ। ଏହାର ପର ଦିନ କେବିସିର ସୁଟ କରି ୨୫ ଲକ୍ଷର ବିଜେତା ହେବା ପରେ ୨୬ ତାରିଖରେ କୋଲକତା ଫେରିଯାଇଥିଲେ। ଏହି ଏପିସୋଡ଼ଟି ଆସନ୍ତା ନଭେମ୍ବର ୨ରେ ପ୍ରସାରିତ ହେବାକୁ ଯାଉଛି। ତେବେ କେବିସିରେ ଗାଜୀଙ୍କୁ ସାହାୟତା କରିବା ପାଇଁ ଶୋରେ ପହଞ୍ଚଇଥିଲେ ବଲିଉଡ଼ର ପରଫେକ୍ଟସନିଷ୍ଟ ଆମିର ଖାନ। ସେ ଗାଜୀଙ୍କ କାମ ବିଷୟରେ ଜାଣିବା ପରେ ତାଙ୍କର ପ୍ରଶଂସ କରିବା ସହ ତାଙ୍କୁ ଧନ୍ୟାବାଦ ଜଣାଇ ଏହାକୁ ଜାରି ରଖିବାକୁ କହିଥିଲେ।