ମଜାକିଆ ଢଙ୍ଗରେ ଆରମ୍ଭ ହେଲା ‘କନ୍ ବନେଗା କରୋଡ ପତି’ ପ୍ରୋମୋ, ଜାଣନ୍ତୁ କେବେ କରିବେ ରେଜିଷ୍ଟ୍ରେସନ

‘କନ୍ ବନେଗା କରୋଡ ପତି’ ଶୋ ଘରେ ଘରେ ଲୋକଙ୍କ ପ୍ରିୟ ହୋଇପାରିଛି । ବିଗ ବି’ ଙ୍କ ଫ୍ୟାନ୍ସ ବହୁ ମାତ୍ରାରେ ଏହି ଶୋକୁ ପସନ୍ଦ କରିଛନ୍ତି ।ଯାହା ୧୬ଟି ସିଜନକୁ ଅତିକ୍ରମ କରିବାରେ ସଫଳ ହୋଇଛି । ପୁଣି ଏହି ଶୋକୁ ଭଲପାଉଥିବା ଦର୍ଶକମାନଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । କାହିଁକି ନା ସିଜନ ୧୭ର ଆରମ୍ଭ ପାଇଁ ଅଫିସିଆଲ ଭାବେ ଘୋଷଣା କରାଯାଇଛି । ଏଥର ମଧ୍ୟ ବିଗ୍ ବି ଏହି ଶୋରେ ହୋଷ୍ଟିଂ କରିବାର ନଜରରେ ଆସିବେ । ଶୋର ପ୍ରୋମୋ ସହିତ ଡେଟ୍ ର ଖୁଲାସା ହୋଇଛି ।
୪ ଏପ୍ରିଲରେ ସୋନି ଟିଭିର ଅଫିସିଆଲ ସୋସିଆଲ ପେଜରେ ପ୍ରୋମୋକୁ ମଜାକିଆ ଢଙ୍ଗରେ ଉପସ୍ଥାପନା କରାଯାଇଛି । ପ୍ରମୋ ସହିତ କ୍ୟାପସନ ମଧ୍ୟ ଦିଆଯାଇଛି । ପ୍ରୋମୋରେ ଦେଖିବାକୁ ମିଳିଛି ଯେ, ଅମିତାଭଙ୍କ ପେଟ ବଥା ହେବାରୁ ଡାକ୍ତର ତାଙ୍କୁ ମଜାରେ କହିଛନ୍ତି ବିଗ ବି କୌଣସି କଥାକୁ ଲୁଚାଉଛନ୍ତି ତେଣୁ ପେଟ ବଥା ତାଙ୍କ ଚିନ୍ତାର କାରଣ ପାଲଟିଛି । ଯାହା ପରେ ଅମିତାଭ କେବିସି୧୭ ସିଜନ ପାଇଁ ୧୪ ଏପ୍ରିଲରୁ ରେଜିଷ୍ଟ୍ରେସନ ହେବାକୁ ଯାଉଛି ବୋଲି କହିଛନ୍ତି । ଏହି ଶୋ ପାଇଁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଦ୍ବଗୁଣିତ ହୋଇଛି ।
ଅନ୍ୟପଟେ ‘କନ୍ ବନେଗା କରୋଡ ପତି’ଶୋ ୧୬ ଅଗଷ୍ଟରୁ ଆରମ୍ଭ ହୋଇ ୧୧ ମାର୍ଚ୍ଚରେ ଶେଷ ହୋଇଥିଲା ।ଗତ ସିଜନର ପ୍ରମୋସନ ପାଇଁ ବଲିଉଡର ଚର୍ଚ୍ଚତ ଷ୍ଟାର ଅମିର ଖାନ, ଜୁନୈଦ ଖାନ, ବିଦ୍ୟା ୱାଲନ, ଫରାହ ଖାନ ଏବଂ ଅଭିଷେକ ବଚ୍ଚନ ହଟ୍ ସିଟରେ ବସିଥିଲେ ।ଯାହାକି ଷ୍ଟାର-ଷ୍ଟେଡ୍ ଶୋ ଥିଲା । ପୂର୍ବ ଅପେକ୍ଷା ଏଥରର କୌତୁହଳପୂର୍ଣ୍ଣ ପ୍ରୋମୋ ପରଠାରୁ ଲୋକଙ୍କ ମନରେ ଥିବା ଅଧିକ କ୍ରେଜନେସକୁ ବଢାଇଦେଇଛି ।
Also Read : ରୋହିତ ସେଟ୍ଟୀଙ୍କ ଶୋ’ରେ ଷ୍ଟଣ୍ଟ ଚ୍ୟାଲେଞ୍ଜ ରହିବ ଦମଦାର, ନଜରରେ ଆସିପାରନ୍ତି ମଲ୍ଲିକା ଶେରାୱତ ଏବଂ ସିଦ୍ଧାର୍ଥ…