KBC ୧୦ : ଅଭିଷେକଙ୍କ ସ୍ବରକୁ ଚିହ୍ନି ପାରିଲେନି ଅମିତାଭ

କେବିସି ୧୦ ଦର୍ଶକ ମାନଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହେଉଛି। ଏହା ଦର୍ଶକ ମାନଙ୍କ ମଧ୍ୟରେ ଲୋକପ୍ରିୟ ହେବା ସହିତ ଟିଆରପି ଚାର୍ଟରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି। ଏହି ଶୋରେ ଭାଗ ନେଉଥିବା ପ୍ରତିଯୋଗୀ ମାନେ ନିଜର ବ୍ୟକ୍ତିଗତ ଜୀବନରେ କିଛି ମଜାଦାର କଥା ମଧ୍ୟ ସେୟାର କରିଥାନ୍ତି। କେବଳ ପ୍ରତିଯୋଗୀ ନୁହଁନ୍ତି ଶୋ’କୁ ହୋଷ୍ଟ କରୁଥିବା ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ଜୀବନର କିଛି ଖାସ ମୁହୁର୍ତ୍ତ ବିଷୟରେ କହିଥାନ୍ତି। ଅମିତାଭ ବଚ୍ଚନ ପୁଅ ଅଭିଷେକ ବଚ୍ଚନ ସହିତ ବହୁତ ଅନ୍ତରଙ୍ଗ। ଦୁହିଁଙ୍କ ମଧ୍ୟରେ ବାପା- ପୁଅ ସମ୍ପର୍କ ଠାରୁ ବନ୍ଧୁତ୍ବର ସମ୍ପର୍କ ଅଧିକ।

ab-1

କିନ୍ତୁ ଗତ ଗୁରୁବାର ଏପିସୋଡରେ ଦର୍ଶକ ମାନେ ଆଶ୍ଚର‌୍ୟ୍ୟ ହୋଇଗଲେ ଯେତେବେଳେ ବିଗ ବି ପୁଅ ଅଭିଷେକ ବଚ୍ଚନଙ୍କ ସ୍ବରକୁ ଜାଣି ପାରି ନଥିଲେ। ଏହି ଏପିସୋଡରେ ଅମିତାଭ ବଚ୍ଚନଙ୍କ ସାମନାରେ ହର୍ଟ ସିଟରେ ରଶ୍ମି ରାୱତ ବସିଥିଲେ। ରଶ୍ମି ରାୱତଙ୍କୁ ଏକ ଅଡିଓ କ୍ଲିପ ଶୁଣାଯାଇ ପ୍ରଶ୍ନ କରାଗଲା ଯେ ଏହି ଟେପରେ କେଉଁ ଅଭିନେତା ନିଜର ପ୍ରଥମ ଫିଲ୍ମର ଲାଇନ କହୁଛନ୍ତି। ପ୍ରଶ୍ନରେ ବିକଳ୍ପ ଥିଲା ଯେ ଶାହିଦ କପୁର, ଅଭିଷେକ ବଚ୍ଚନ, ଅଜୟ ଦେବଗନ ଏବଂ ହ୍ରିତିକ ରୋଷନ।

ଏହା ସହ ପଢ଼ନ୍ତୁ : ଅମିତାଭଙ୍କଠୁ ପ୍ରତିଶୋଧ ନେଲେ ଅଭିଷେକ , ସୋସିଆଲ୍ ମିଡିଆରେ…

ରଶ୍ମି ପ୍ରଶ୍ନର ଠିକ୍ ଉତ୍ତର ଦେଇ ୪୦ ହଜାର ଟଙ୍କା ନିଜ ନାମରେ କରାଇନେଲେ। କିନ୍ତୁ ଏହି ସ୍ବର ଅଭିଷେକ ବଚ୍ଚନଙ୍କର ଥିଲା ବୋଲି ଅମିତାଭ ବଚ୍ଚନ ଅନୁମାନ କରିପାରି ନଥିଲେ। ପରେ ବିଗ ବି କହିଲେ ଯେ ଏହି ସ୍ବର ଅଭିଷେକଙ୍କର ଥିଲା ? ଆପଣଙ୍କୁ ଜଣାଇବାକୁ ଚାହିଁବୁ ଅଡିଓ ଟେପରେ ଅଭିଷେକଙ୍କ ପ୍ରଥମ ଫିଲ୍ମ ’ରିଫ୍ୟୁଜି’ର ଏକ ଲାଇନ ଥିଲା।

You might also like