କେବିସିର ସିଜିନ-୧୩ : ପ୍ରଥମ କରୋଡପତି ହେଲେ ଦୃଷ୍ଟିହୀନ ହିମାନୀ ବୁନ୍ଦେଲା

ଅଗଷ୍ଟ ୨୩ରୁ ଆରମ୍ଭ ହୋଇଛି କେବିସି ସିଜିନ-୧୩। ଚଳିତ ବର୍ଷ ନୂଆ ଲୁକ୍ ଓ ନୂଆ ନିୟମ ସହ କେବିସିର ସିଜିନ-୧୩ ଆରମ୍ଭ ହୋଇଛି। ଆରମ୍ଭ ହେବା ପରେ ପରେ ଏବେ କେବିସିକୁ ପ୍ରଥମ କରୋଡପତି ମିଳିସାରିଛି। ଚଳିତ ବର୍ଷ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ୧କୋଟି ଟଙ୍କା ଜିତିପାରିଛନ୍ତି ହିମାନୀ ବୁନ୍ଦେଲା।

ପ୍ରୋମୋ ଭିଡିଓରେ କ୍ୟାପ୍‌ସନ ଦିଆଯାଇଛି ‘ଖୁସି ମିଜାଜ୍‌ରେ ଜୀବନ ନିର୍ବାହ କରୁଥିବା ଜଣେ ଦୃଷ୍ଟିହୀନ ପ୍ରତିଯୋଗୀ ହିମାନୀ ବୁନ୍ଦେଲା ‘କେବିସି-୧୩’ର ପ୍ରଥମ କୋଟିପତି ହୋଇଛନ୍ତି । କିନ୍ତୁ ୭ କୋଟି ଟଙ୍କା ପାଇଁ ପ୍ରଶ୍ନର ଉତ୍ତର କ’ଣ ସେ ଦେଇପାରିବେ? ଜାଣିବା ପାଇଁ ଦେଖନ୍ତୁ ‘କୌନ୍‌ ବନେଗା କରୋଡ଼ପତି’ର ଅପ୍‌କମିଙ୍ଗ ଏପିସୋଡ୍‌ ।’

ଏ ନେଇ ଶୋ’ର ନିର୍ମାତା କହିଛନ୍ତି ‘କେବିସି-୧୩’ର କୋଟିପତି ଦୃଷ୍ଟିହୀନ ଜୀବନକୁ ଆନନ୍ଦରେ ଜିଇଁବା ଛାଡ଼ିନାହାନ୍ତି । ତାଙ୍କ ସାହସ ଓ ସକାରାତ୍ମକ ମନୋଭାବ ଶୋ’ର ସଂଚାଳକ ଅମିତାଭ ବଚ୍ଚନଙ୍କୁ ପ୍ରଭାବିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.