ମାଧୁରୀଙ୍କୁ ମନେ ପକାଇଲେ ନାନା ପଟେକର, ରିଏଲିଟି ସୋରେ କଲେ ପ୍ରସଂଶା
![film](https://knewsodisha.com/wp-content/uploads/2024/12/film-2.jpg)
ଅମିତାଭ୍ ବଚ୍ଚନଙ୍କ ଦ୍ୱାରା ଆୟୋଜିତ ରିଅଲିଟି ଟେଲିଭିଜନ୍ ସୋ ‘କୋନ୍ ବନେଗା କରୋଡପତି 16’ ରେ ନିଜର ଆସିଲେ ନାନା ପାଟେକର । ଏହି ଏପିସୋଡରେ ଅଭିନେତା ମାଧୁରି ଦୀକ୍ଷିତଙ୍କୁ ପ୍ରଶଂସା କରିବା ସହ ତାଙ୍କ ସହ କାମ କରିବାର ଅନୁଭବକୁ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ ।
ଏହି ଏପିସୋଡରେ ଜଣେ ଦର୍ଶକ ନାନା ପାଟେକରଙ୍କୁ ‘ବଜୁଦ୍’ ରେ ମାଧୁରି ଦୀକ୍ଷିତଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ ପଚାରିଥିଲେ । ଏହି ପ୍ରଶ୍ନରେ ଉତ୍ତର ଦେଇ ନାନା ପାଟେକର କହିଛନ୍ତି ଯେ ‘ଏହା ଏକ ଚମତ୍କାର ଅନୁଭୂତି ଥିଲା’ । ସେ ଜଣେ ସୁନ୍ଦରୀ ଅଭିନେତ୍ରୀ ଏବଂ ବିଶେଷ ଡ୍ୟାନସର ଥିଲେ । ଏହା ସହ, ସେ ଜଣେ ଭଲ ମଣିଷ ଏବଂ ମୁଁ ତାଙ୍କୁ ବହୁତ ପ୍ରଶଂସା କରୁଛି ।
ଏହା ବ୍ୟତୀତ ଦର୍ଶକମାନେ ‘‘ କେସେ ବତାଉଁ ମେ ତୁମହେଁ’’ ଗୀତ ବିଷୟରେ ପଚାରିଥିଲେ, ଯାହା କି ନାନା ପାଟେକର ଏହି ଫିଲ୍ମରେ ମାଧୁରୀଙ୍କ ପାଇଁ ଗାଇଥିଲେ ।
ଅଭିନେତା କହିଛନ୍ତି, ‘‘ ସେହି ଗୀତଟି ଜାଭେଦ ଅଖତୋର୍ ସାହବଙ୍କ ଦ୍ୱାରା ଲିଖିତ । ଏହା ସହ ସେହି ଫିଲ୍ମରେ ୩୦-୩୫ ବର୍ଷ ପରେ ମଧ୍ୟ ମାଧୁରୀ ମୋ ଭାବନାରେ ରହିଆସିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ମୁଁ ତାଙ୍କ ସାମ୍ନାରେ ଏହି ଗୀତ ଶୁଣାଇଥିଲି, ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ମୁଁ ମନେ ରଖିଛି ।
ତାଙ୍କର ଆସୁଥିବା ଫିଲ୍ମ ‘ବନବାସ’ ନିର୍ଦ୍ଦେଶନ ‘ଗଦର ୨’ ନିର୍ଦ୍ଦେଶକ ଅନିଲ ଶର୍ମା ଏହା କରିଛନ୍ତି । ଫିଲ୍ମର ଟିମ୍ ନିକଟରେ ବ୍ୟବସାୟୀ ବିଜୟପତ ସିଙ୍ଗାନିଆଙ୍କ ପାଇଁ ଏକ ବିଶେଷ ସ୍କ୍ରିନିଂ ଆୟୋଜିତ କରିଥିଲେ । ‘‘ କୋନ୍ ବନେଗା କରୋଡପତି 16’ ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ରାତି ୯ଟାରେ ପ୍ରସାରିତ ହୁଏ ।