ଖୁବଶୀଘ୍ର ୧୦୦୦ ଏପିସୋଡ଼ ପୂରା କରିବ KBC, ଇନ୍ଷ୍ଟଗ୍ରାମରେ ପୋଷ୍ଟ ହେଲା ପ୍ରମୋ

ଦୀର୍ଘ ୨୧ ବର୍ଷ ହେବ ବିଗ ବି ଅମିତାଭ ବଚନଙ୍କ ଅଧ୍ୟକ୍ଷତାରେ କେବିସି ଦର୍ଶକ ମାନଙ୍କ ମନୋରଞ୍ଜନ କରିଆସୁଛି । ଆଉ ଏବେ ଏହା ଏକ ସାଧାରଣ ଶୋ’ ହୋଇ ରହିନାହିଁ । ଯେମିତି ପ୍ରତ୍ୟକ ଭାରତୀୟଙ୍କ ଜୀବନର ଏକ ଅଙ୍ଗ ପାଲଟିଯାଇଛି । ଯେଉଁ ଢଙ୍ଗରେ, ଯେଉଁ ଶୈଳୀରେ ଅମିତାଭ ବଚନ ଶୋ’କୁ ହୋଷ୍ଟ କରି ଆସୁଛନ୍ତି ବୋଧହୁଏ ତାହାକୁ ଶବ୍ଦରେ ବର୍ଣନା କରିହେବ ନାହିଁ । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବିଗ ବିଙ୍କ ବିନା କେବିସିର କଳ୍ପନା କରିହେବ ନାହିଁ । ଆଉ ଏଇ ନିକଟରେ ଏହି ଶୋ’ ନିଜର ୧୦୦୦ ଏପିସୋଡ଼ ପୁରା କରିବାକୁ ଯାଉଛି । ଆଉ ଏମିତି ଏକ ବିଶେଷ ମୁହୂର୍ତ୍ତରେ ଅମିତାଭଙ୍କ ଝିଅ ଶ୍ଵେତା ବଚ୍ଚନ ଓ ନାତୁଣୀ ନବ୍ୟ ନବେଲି ବିଶେଷ ଅତିଥି ଭାବରେ ଯୋଗଦେବା ନେଇ ସ୍ଥିର ହୋଇଛି । କେବିସିର ୧୦୦୦ ଏପିସୋଡ଼ ପୂର୍ତ୍ତି ନେଇ ସ୍ପେଶାଲ କାର୍ଯ୍ୟକ୍ରମର ଏକ ଅଂଶ ସୋନି ଟିଭି ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ପୋଷ୍ଟ ହୋଇଛି । ଏହି ପ୍ରମୋରେ ଶ୍ଵେତା ବାପାଙ୍କୁ ପଚାରୁଥିବା ଦେଖାଦେଇଛି, ଯେ ତାଙ୍କ ବାପା ଏମିତି ଏକ ସ୍ପେଶାଲ ଦିନରେ କଣ କହିବାକୁ ଚାହୁଁଛନ୍ତି ? ଏହାର ଜବାବରେ ବିଗ ବି କହିଛନ୍ତି, ପୁରା ବିଶ୍ୱ ବଦଳି ଯାଇଛି । ଅନ୍ୟପକ୍ଷରେ କେବିସିର ପ୍ରଥମ ଏପିସୋଡ଼ରୁ ଆଜି ପର୍ଯ୍ୟନ୍ତର ଏକ ଭିଡିଓ ଭାଇରାଲ ହୋଇଛି । ଆଉ ଏହାର କ୍ୟାପ୍ସନରେ ଲେଖାଯାଇଛିକି, ଆପଣଙ୍କ ଓଠରେ ହସ ଓ ଆଖିରେ ଲୁହ ସହ କେବିଶି ତାର ୨୧ ବର୍ଷର ଦୀର୍ଘ ଯାତ୍ରା ଶେଷ କରିପାରିଛି ।
ଭିଡିଓଟିର ଶେଷ ଭାଗରେ ବିଗ ବିଙ୍କ ଆଖିରେ ଲୁହ ଆସିଛି । ସେ ଇମୋସନାଲ ହୋଇଯାଇଥିବା ନଜର ଆସିଛନ୍ତି । ଆଉ ଏହି ସମୟରେ ତାଙ୍କ ସ୍ୱରରେ କିଛିଟା ଗାମ୍ଭିର୍ଯ୍ୟତା ଆସିଥିବା ଦେଖାଦେଇଛି । ଆଉ ଏମିତିରେ ବଚନ ସାର ହାଲୁକା ହସି କହିଛନ୍ତିକି, ଠିକ ଅଛି । ଆମେ ଏବେ ଖେଳ ଆରମ୍ଭ କରିବା । କାରଣ ଏବେ ବି ଖେଳ ସରିନି । ବିଗ ବିଙ୍କ ମୁହଁରୁ ଏତିକି ବାହାରିବା ପରେ ପୁରା ଷ୍ଟେଜ କୋଳାହଳ ଓ ହସରେ ଫାଟି ପଡୁଛି ।
କୌଣସି ଉତ୍ସବ ପରିବାର ବିନା ଯେମିତି ଅଧୁରା ରହିଯାଏ । ଆଉ ଏହି କାରଣରୁ ବିଗ ବି ତାଙ୍କ ଝିଅ ଓ ନାତୁଣୀକୁ ଡାକିଛନ୍ତି । ଆଉ ଏହି ସମୟରେ ନାତୁଣୀ ପଚାରିଥିବା ପ୍ରଶ୍ନର ଖୁବ ମଜାଳିଆ ଅନ୍ଦାଜରେ ଉତ୍ତର ଦେଇଛନ୍ତି । କହିରଖୁଛୁକି କେବିସି ଏହି ଐତିହାସିକ ଏପିସୋଡ଼ ଆସନ୍ତା ଡିସେମ୍ବର ତିନି ତାରିଖରେ ପ୍ରସାରିତ ହେବ । ପ୍ରକୃତରେ କେବିସିର ଯାତ୍ରା ୨୦୦୩ରେ ଆରମ୍ଭ ହୋଇଥିଲା । କେବଳ ମାତ୍ର ଏହାର ତୃତୀୟ ଭାଗକୁ ଛାଡ଼ି ଅନ୍ୟ ସମସ୍ତ ସିଜିନ ଅମିତାଭ ହିଁ ହୋଷ୍ଟ କରିଆସିଛନ୍ତି ।