କାଷ୍ଟିଙ୍ଗ କାଉଚ୍‌ ନେଇ କୀର୍ତ୍ତି ସୁରେଶ ଦେଲେ ଚମକାଇବା ଭଳି ତଥ୍ୟ, କହିଲେ –ଛାଡି ଦେବି ଫିଲ୍ମ ଇଣ୍ଡଷ୍ଟ୍ରି ଯଦି ମୋ ସହ …

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ କୀର୍ତ୍ତି ସୁରେଶ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିଜରେ କାଷ୍ଟିଂ କାଉଚ୍‌ କୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । କାଷ୍ଟିଂ କାଉଚ ଦୀର୍ଘ ସମୟ ଧରି ଇଣ୍ଡଷ୍ଟ୍ରିରେ ଚାଲିଆସୁଛି । ବହୁ ଅଭିନେତ୍ରୀ ଏହାର ଶିକାର ହୋଇଛନ୍ତି । କେହି କେହି ଏହା ବିରୋଧରେ ସ୍ୱର ଉଠାଇଛନ୍ତି । ଆଉ କେହି ଏହା ଉପରେ ଚୁପ ରହିବାକୁ ଭଲ ମନେ କରିଛନ୍ତି । ହେଲେ କୀର୍ତ୍ତି ସୁରେଶଙ୍କ ବୟାନ ଇଣ୍ଡଷ୍ଟ୍ରିର ସମସ୍ତଙ୍କୁ ଚକିତ କରିଦେଇଛି । ସେ ଏକ ଇଣ୍ଟରଭ୍ୟୁରେ କାଷ୍ଟିଂ କାଉଚକୁ ନେଇ ନିଜର ଅନୁଭବ ପ୍ରକାଶ କରିଛନ୍ତି ।

କାଷ୍ଟିଂ କାଉଚ ନେଇ କୀର୍ତ୍ତିଙ୍କ ମନ୍ତବ୍ୟ

କୀର୍ତ୍ତି ସୁରେଶ ୨୦୧୮ରେ ଫିଲ୍ମ ‘ମହାନଟୀ’ ପାଇଁ ସର୍ବଶ୍ରେଷ୍ଠ ରାଷ୍ଟ୍ରୀୟ ପୁରସ୍କାର ପାଇଛନ୍ତି । ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚକୁ ନେଇ କହିଛନ୍ତି-‘ମୋ ସହିତ କାମ କରିସାରିଥିବା ଅନେକ ଅଭିନେତ୍ରୀ କାଷ୍ଟିଂ କାଉଚକୁ ନେଇ ତାଙ୍କର ଅନୁଭବ ସେୟାର କରିଛନ୍ତି । ହେଲେ ମୁଁ ଏଯାଏ କାଷ୍ଟିଂ କାଉଚ ଅନୁଭବ ନେଇ ଗତି କରିନାହିଁ । ’ ସେ ଆହୁରି କହିଛନ୍ତି- ‘‘ ମୁଁ ଲୋକଙ୍କ ସହ ବହୁତ ଭଦ୍ର ଭାବେ ବ୍ୟବହାର କରେ, ମୋର କଥା ସଫା ସଫା କୁହେ, ଯେଉଁଥିପାଇଁ ମୋ ସହ କେହି କେବେ ଖରାପ ବ୍ୟବହାର କରି ନାହାଁନ୍ତି ।

ଯଦି ଭବିଷ୍ୟତରେ କେହି ଫିଲ୍ମ ନିର୍ମାତା ମୋ ଆଗରେ ଏପରି ପ୍ରସ୍ତାବ ରଖନ୍ତି,ତେବେ ପରିସ୍ଥିତି ଯାହା ବି ହେଉ, ମୁଁ ଏହାକୁ ସଫା ଶବ୍ଦରେ ବିରୋଧ କରିବି । ଖରାପ କାମ ପାଇଁ ରାଜି ହୋଇ କାମ ପାଇବା ଅପେକ୍ଷା ବରଂ ଭଲ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି କୌଣସି କମ୍ପାନୀରେ ଚାକିରି କରିବି । ହେଲେ କେବେ ଏପରି ଅଫରକୁ ଗ୍ରହଣ କରିବି ନାହିଁ ।’’

ଫିଲ୍ମ ଇଣ୍ଡଷ୍ଟ୍ରିରେ କୀର୍ତ୍ତି ପୁରା କଲେଣି ୧୦ ବର୍ଷ 

କୀର୍ତ୍ତିଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାର ୨୦୨୩ କୁ ୧୦ ବର୍ଷ ପୂର୍ଣ୍ଣ ହୋଇଯିବ । କୀର୍ତ୍ତି ଶିଶୁ କଳାକାର ଭାବେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ସେ ତାମିଲ,ତେଲଗୁ ସହ ମାଲାୟାଲମ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.