ବିବାହ ବନ୍ଧନରେ ବାନ୍ଧି ହେଲେ କୀର୍ତ୍ତି ସୁରେଶ, ଗୋଆରେ ପଡ଼ିଲା ହାତଗଣ୍ଠି

ବିବାହ ବନ୍ଧନରେ ବାନ୍ଧି ହେଲେ ସାଉଥ୍‌ ସିନେ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କିର୍ତ୍ତୀ ସୁରେଶ । ସେ ନିଜ ଲଙ୍ଗ୍ ଟାଇମ୍ ବଏଫ୍ରେଣ୍ଡ ବିଜନେସମ୍ୟାନ୍ ଆଣ୍ଟୋନି ଥାଟିଲଙ୍କୁ ଗତକାଲି ଅର୍ଥାତ ଡିସେମ୍ବର ୧୨ ରେ ପାରମ୍ପାରିକ ତାମିଲ ରୀତିନୀତିରେ ବିବାହ କରିଛନ୍ତି । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ବିବାହର ସୁନ୍ଦର ଫଟୋ ସବୁ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଗୋଆରେ ଏକ ରିସର୍ଟରେ ପାରମ୍ପରିକ ରୀତିନୀତି ସହ ଉଭୟ ଧୁମଧାମରେ ବିବାହ କରିଛନ୍ତି ।

ଦେଶୀ ଷ୍ଟାଇଲ୍‌ରେ ଆୟୋଜିତ ହୋଇଥିବା ଏହି ବିବାହକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ଚାଲିଛି । ଫଟୋରେ କିର୍ତ୍ତୀ ସୁରେଶ ଏବଂ ଆଣ୍ଟୋନି ଥାଟିଲ୍ ଗୋଟିଏ ନୁହେଁ ଦୁଇ ଦୁଇଟି ସାଉଥ୍ ଇଣ୍ଡିଆନ୍ ଟ୍ରାଡିସନାଲ୍ ଆଉଟଫିଟରେ ନଜର ଆସିଛନ୍ତି । ତେବେ ଉଭୟଙ୍କ ଲୁକ୍‌ ଅତ୍ୟନ୍ତ ଆକର୍ଷଣୀୟ ଥିଲା ଏବଂ ଦୁହେଁ ବହୁତ ସୁନ୍ଦର ଦେଖାଯାଉଛନ୍ତି । କିନ୍ତୁ ଏହି ବିବାହର ମୁଖ୍ୟ ଆକର୍ଷଣ ଥିଲା କୀର୍ତ୍ତିଙ୍କ ବ୍ରାଇଡାଲ ଲୁକ୍‌ । କିର୍ତ୍ତୀ ଏକ ବ୍ରାଇଟ୍ ରେଡ୍ ଏବଂ ଗ୍ରୀନ୍ କଲର୍ ସାରି ପିନ୍ଧିଥିବାର ନଜର ଆସିଛନ୍ତି । ଏହା ସହ ଆଣ୍ଟୋନି ଥାଟିଲ୍ ମଧ୍ୟ କୀର୍ତ୍ତିଙ୍କ ଲୁକ୍‌କୁ ପର୍‌ଫେକ୍ଟ ମ୍ୟାଚ୍‌ କରିଥିବାର ନଜର ଆସିଥିଲେ ।

ସ୍ୱାମୀ ଆଣ୍ଟୋନିଙ୍କ ସହ ବିବାହ ଫଟୋ ସେୟାର କରିବାବେଳେ କିର୍ତ୍ତୀ ସୁରେଶ ଲେଖିଛନ୍ତି, ‘#ForTheLoveOfNyke’ ଏବଂ ଏକ ହାର୍ଟ ଇମୋଜି ମଧ୍ୟ ଛାଡିଥିଲେ । ବରମାଳା ସମୟରେ କିର୍ତ୍ତୀ ଇମୋସନାଲ୍ ହେବାର ନଜର ଆସିଛନ୍ତି । କିର୍ତ୍ତୀ ଏବଂ ଆଣ୍ଟୋନି ପ୍ରାୟ ୧୫ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ । ହାଇସ୍କୁଲ ସମୟରୁ କୀର୍ତ୍ତି ଓ ଆଣ୍ଟୋନି ପରସ୍ପରକୁ ଜାଣିଥିଲେ । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିବା ପରେ ଅନେକ ସେଲିବ୍ରିଟି ଉଭୟଙ୍କୁ ସେମାନଙ୍କ ନୂଆ ଜୀବନ ପାଇଁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅଭିନେତ୍ରୀ ବରୁଣ ଧୱନଙ୍କ ସହ ବଲିଉଡ ଫିଲ୍ମ ‘ବେବି ଜନ୍’ରେ ନଜର ଆସିବେ । ଏହି ଫିଲ୍ମ ଡିସେମ୍ବର ୨୫ ଅର୍ଥାତ କ୍ରିସ୍‌ମାସରେ ବଡ ପରଦାରେ ଆସିବାକୁ ଯାଉଛି । ଅଭିନେତା ବିଜୟ ଥାଲାପାଥି ମଧ୍ୟ କିର୍ତ୍ତୀ ଏବଂ ଆଣ୍ଟୋନିଙ୍କ ବିବାହରେ ଯୋଗ ଦେଇଥିଲେ । ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିଜୟ ଥାଲାପାଥି ଟ୍ରାଡିସନାଲ୍ ଆଉଟଫିଟରେ କ୍ୟାମେରା ପାଇଁ ପୋଜ୍ ଦେଉଥିବାର ନଜର ଆସିଛନ୍ତି ।