ସାଇନ୍ସ ବି ମାନିଲା: କେଲି ବ୍ରୁକଙ୍କ ଫିଗର ହେଉଛି ବିଶ୍ବର ସବୁଠାରୁ ପରଫେକ୍ଟ

କେଲି ବ୍ରୁକ୍ ଜଣେ ଇଂଲିଶ୍ ମଡେଲ୍, ଅଭିନେତ୍ରୀ ଏବଂ ସୋସିଆଲାଇଟ୍ । ସେ ୟୁକେରେ ମଡେଲିଂଗ ପାଇଁ  ଏବଂ ଆମେରିକାରେ ଏନବିସି ସିଟକମ୍ ୱାନ୍ ବିଗ୍ ହାପିରେ ନିଜର ଭୂମିକା ପାଇଁ ବେଶ୍ ଜଣାଶୁଣା । ବ୍ରୁକ୍ ସେଲିବ୍ରିଟି ଦୁନିଆରେ ବେଶ୍ ଚର୍ଚ୍ଚିତ । ସେ ବହୁ ସାରା ଟିଭି ସୋରେ ଗେଷ୍ଟ ରୂପେ ଅଭିନୟ କରିଛନ୍ତି ଯଥା-ଷ୍ଟ୍ରିଟଲି କମ୍ ଡ୍ୟାନ୍ସିଂ,ଦ ନାଇଟ୍ ସୋ, ଲସ୍ ୱମ୍ୟାନ୍ ଏବଂ ବ୍ରିଟିସ୍ ଗଟ୍ ଟ୍ୟାଲେଣ୍ଟରେ ସିରିଜ୍-୩ରେ ଜର୍ଜ ଭୂମିକାରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି ।

k.brookଷ୍ଟାଇଲ୍ ଆଇକନ୍ ଭାବେ ବ୍ରୁକ୍ ବେଶ୍ ଜଣାଶୁଣା । ବ୍ରୁକଙ୍କୁ ୨୦୦୫ରେ ଏଫଏଚଏମ୍ ର ସେକ୍ସିଏଷ୍ଟ ୱମେନ୍ ଇନ୍ ଦ ୱାଲ୍ଡର ମୁକୁଟ ପିନ୍ଧା ଯାଇଥିଲା। ୧୯୯୮ ରୁ ୨୦୧୫ ଯାଏ ପ୍ରତ୍ୟକ ଏଫଏଚଏମ୍ ର ୧୦୦ ସେକ୍ସିଏଷ୍ଟ କାଉଣ୍ଟଡାଉନରେ ବ୍ରୁକଙ୍କ ନା ସାମିଲ୍ ରହିଛି । ବ୍ରୁକ୍ ଅଭିନେତ୍ରୀ ଭାବେ ବହୁତ ସାରା ଫିଲ୍ମରେ ନିଜର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛନ୍ତି ।

brook1ବ୍ରୁକ୍ ୧୬ ବର୍ଷ ବୟସରେ ମଡେଲିଙ୍ଗ ଆରମ୍ଭ କରିଥିଲେ । ସେ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ନିଜ ନାରେ ଗୋଟେ ପରେ ଗୋଟେ ବଜୟ ଲେଖିଚାଲିଲେ । ନିଜ ଫିଗରକୁ ନେଇ ସେ ବେଶ୍ ପ୍ରଶଂସା ପାଇବା ପରେ ତାଙ୍କ ଫଷଟା ପେଜ୍ ଥ୍ରୀ ଗର୍ଲ ରୂପେ ଛପା ହେବା ଆରମ୍ଭ ହେଲା। ଗ୍ରାଜିୟା ପତ୍ରୀକା ପାଇଁ ୫ହଜାରରୁ ଅଧିକ ମହିଳାଙ୍କ ଦ୍ବାରା ଏକ ସର୍ବିକ୍ଷଣ କରାଯାଇଥିଲା ଯେଉଁଥିରେ ବ୍ରୁକ୍ ଙ୍କ ଫିଗର ସବୁଠାରୁ ଭଲ ବ୍ରିଟିଶ ମହିଳା ଫିଗର ଭାଗେ ପରିଗଣିତ କରାଯାଇଥିଲା ।

brookସେପ୍ଟେମ୍ବର ୨୦୧୦ରେ ବ୍ରୁକ୍ ଆମେରିକା ମାଗାଜିନ୍ ‘ପ୍ଳେ ବୟ’ ପାଇଁ ଫଟୋ ସୁଟ୍ କରିଥିଲେ । ବ୍ରୁକ୍ ଜଣେ ପଶୁ ପ୍ରେମୀ ଯାହାଫଲରେ ସେ PETA ଅଭିଯାନରେ ସାମିଲ୍ ହୋଇଥିଲେ । ଏହାପରେ ସେ ଏକ ସୁଟିଙ୍ଗ ସମୟରେ ଆମେରିକୀୟ ଅଭିନେତା ବେଲି ଜେନ୍ ଙ୍କ ସହିତ ଦେଖାହେଲେ ଏବଂ ୨୦୦୮ ସହିତ ଉଭୟ ମିଶିକି ରହିଥିଲେ ।

kelly brookବ୍ରୁକ୍ ରଗବି ଖେଳାଳୀ ଥମ୍ସ ଇବାଂସଙ୍କ ସହିତ ରୋମାଣ୍ଟିକ୍ ଅନ୍ଦାଜରେ ମିଶିଥିଲେ । ୧୬ ମାର୍ଚ୍ଚ ୨୦୧୧ରେ ବ୍ରୁକ୍ ଏକ ଟ୍ବିଟରେ ସେ ଗର୍ଭବତୀ ଥିବା ନେଇ ସୂଚନା ଦେଇଥିଲେ । କିନ୍ତୁ କୌଣସି କାରଣରୁ ତାଙ୍କର ଗର୍ଭପାତ ହୋଇଯାଇଥିଲା ଏବଂ ୨୦୧୩ରେ ବ୍ରୁକ୍ ଏବଂ ଇବାଂସଙ୍କ ଭିତରେ ବ୍ରେକଅପ୍ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like