ଦୀପେଶଙ୍କ ପରେ ଚାରିଗଲେ ଆଉଜଣେ ଫିଲ୍ମ ଅଭିନେତା: ମାତ୍ର ୩୭ ବର୍ଷରେ ହେଲା ନିଧନ, ମୃତ୍ୟୁର କାରଣ ଅସ୍ପଷ୍ଟ

କିଛିଦିନ ପୂର୍ବରୁ ‘ଭାଭୀ ଜୀ ଘର ପର ହୈ’ର ଅଭିନେତା ମଲଖାନ ତଥା ଦୀପେଶ ଭାନଙ୍କର ପରଲୋକ ହୋଇଥିଲା । ଏବେ ପୁଣି ଜଣେ ଅଭିନେତା ଫିଲ୍ମ ଜଗତକୁ ଅଲବିଦା ଜଣାଇଛନ୍ତି । କେରଳର ଯୁବ ଅଭିନେତା ସରଥ ଚନ୍ଦ୍ରନଙ୍କ ପରଲୋକ ହୋଇଛି। ତେବେ କେଉଁ କାରଣରୁ ସରଥଙ୍କ ମୃତ୍ୟୁ ଘଟିଛି, ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

୩୭ ବର୍ଷୀୟ ସରଥ ଅନେକ ଫିଲ୍ମରେ ନିଜର ଜଲୱା ଦେଖାଇ ସାରିଛନ୍ତି । ତାଙ୍କର ଅଚାନକ ମୃତ୍ୟୁ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଫ୍ୟାନ୍ସମାନେ ଦୁଃଖରେ ରହିଛନ୍ତି। ସେ ‘ଅଙ୍ଗମାଲୀ ଡାୟରୀଜ, ‘କୂଡେ’, ‘ଔରୁ ମୈକ୍ସିକନ ଅପରାଥା’ ଆଦି ଫିଲ୍ମରେ ଅଭିନୟ କରିଥିଲେ । ସୋସିଆଲ ମିଡ଼ିଆରେ ତାଙ୍କର ଫ୍ୟାନ୍ସ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

କୋଚିର ବାସିନ୍ଦା ସରଥ ଏକ ଆଇଟି ଫାର୍ମରେ କାମ କରୁଥିଲେ । ପରେ ସେ ଡବିଂ କଳାକାର ଭାବେ ଫିଲ୍ମରେ କାମ କରିଥିଲେ । ସେ ଫିଲ୍ମ ‘ଅନୀସ୍ୟା’ରୁ ନିଜର କଳାକାର ଜୀବନ ଆରମ୍ଭ କରିଥିଲେ । ଚଳିତବର୍ଷ ପୂର୍ବରୁ ସୁର ସାମ୍ରାଞ୍ଜୀ ଲତା ମଙ୍ଗେସକର, ସିଦ୍ଧାର୍ଥ ଶୁକ୍ଲା, ଦୀପେଶ ଭାନ, ବାପି ଲାହିରୀ, କେକେ, ସିଦ୍ଧୁ ମୁସେୱାଲାଙ୍କ ପରି ଅନେକ କଳାକାରଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.