୧୦୦୦ କୋଟି କ୍ଲବ୍ରେ ସାମିଲ ହେବା ପରେ ବି କମିନି ‘କେଜିଏଫ୍ ୨’ କ୍ରେଜ୍, ୧୮ ତମ ଦିନରେ ମଧ୍ୟ କଲା ମୋଟା ଅଙ୍କର ରୋଜଗାର

ଏବେ ସାରା ଦୁନିଆରେ ଚହଳ ପକାଇଛି ୟଶ୍ଙ୍କ ଫିଲ୍ମ କେଜିଏଫ୍ ଚାପ୍ଟର ୨। ଫିଲ୍ମରେ ଯେମିତି କି ରକି ଭାଇ କହିଥିଲେ ଯେ ଏହି ଦୁନିଆ ହିଁ ମୋ ସୀମା, ରିୟଲରେ ଏବେ ତାଙ୍କ କଥା ସତ ପ୍ରମାଣିତ ହୋଇଛି। ପ୍ରଶାନ୍ତ ନୀଲଙ୍କର ଏହି ଫିଲ୍ମ ୧୮ତମ ଦିନରେ ୧୦୨୩ କୋଟି ଟଙ୍କାର ବେପାର କରିଛି। ଏଥିସହ ଫିଲ୍ମଟି ଓ୍ଵାର୍ଲ୍ଡ ଓ୍ଵାଇଡ୍ ୧୦୦୦ କୋଟି କ୍ଲବ୍ରେ ସାମିଲ ହୋଇଥିବା ଚତୁର୍ଥ ଫିଲ୍ମ ବନିଯାଇଛି। ସେହିପରି ପ୍ରଥମ କନ୍ନଡ଼ ଫିଲ୍ମ ଭାବେ ଏହା ହଜାରେ କୋଟି କ୍ଲବ୍ରେ ସାମିଲ ହୋଇଛି।
View this post on Instagram
ରବିବାର ହିନ୍ଦୀରୁ ଆରମ୍ଭ କରି କନ୍ନଡ଼ ପର୍ଯ୍ୟନ୍ତ କେଜିଏଫ୍ ୨ର ରୋଜଗାର ୨୦-୨୫ ପ୍ରତିଶତ ବୃଦ୍ଧି ପାଇଛି। ୧୮ ତମ ଦିନ ରବିବାର ଏହି ଫିଲ୍ମ ବିଶ୍ୱ ବ୍ୟାପୀ ପାଖାପାଖି ୨୭ କୋଟିର ବେକାର କରିଥିଲା। କେବଳ ହିନ୍ଦୀରେ ହିଁ ଫିଲ୍ମ ଏବେ ୩୬୦.୮୦ କୋଟି ଟଙ୍କା ରୋଜଗାର କରିଛି। ହିନ୍ଦୀ ଭର୍ସନର ଏହି ଫିଲ୍ମ ରବିବାର ୯ କୋଟି ଟଙ୍କା ବେପାର କରିଛି।
କେଜିଏଫ୍ ୨ରେ ୟଶ୍ଙ୍କ ସହ ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ, ଶ୍ରୀନିଧି ସେଟ୍ଟୀ ଓ ପ୍ରକାଶ ରାଜ୍ ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଏହି ଫିଲ୍ମର ରୋଜଗାର ଆଗକୁ ଆହୁରି ବଢ଼ିବ। କାରଣ ମଙ୍ଗଳବାର ଇଦ୍ ଯୋଗୁ ଛୁଟି ଅଛି। ରମ୍ଜାନ୍ ମାସ ସରିବା ପରେ ହଲ୍ରେ ଲୋକଙ୍କର ପ୍ରବଳ ଭିଡ଼ ଜମିବ। ଏଣୁ ଆଗକୁ କେଜିଏଫ୍ ୨ର ରୋଜଗାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଫିଲ୍ମ ହଲ୍ରେ ଏବେ ବି ୟଶ୍ଙ୍କ ରକି ଭାଇ ଅବତାରର ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳୁଛି। ଏହି ଫିଲ୍ମର ହିନ୍ଦୀ ଭର୍ସନ ସବୁଠୁ ଅଧିକ ରୋଜଗାର କରିଛି। ହିନ୍ଦୀରେ ଏବେ ଫିଲ୍ମର ରୋଜଗାର ୩୬୦.୮୦ କୋଟି ଟଙ୍କା ହୋଇଛି। କେବଳ ମୁମ୍ବାଇରେ ହିଁ ଫିଲ୍ମଟି ୧୦୦ କୋଟିରୁ ଅଧିକର ରୋଜଗାର କରିସାରିଲାଣି। ସେହିପରି ବିହାର, ଆସାମ ଓ ଓଡ଼ିଶାରେ ବି ଏହା ସବୁଠୁ ଅଧିକ ରୋଜଗାର କରିଥିବା ଫିଲ୍ମ ବନିଯାଇଛି।
Say what?! 🤩#KFG2 crossed Rs. 1000 crores globally today.
Know more 👇🏻#YashBoss #RockingStarYash #SrinidhiShetty #KGFChapter2https://t.co/xTBtsNfMFO— Pinkvilla (@pinkvilla) April 29, 2022
ବିଶ୍ୱବ୍ୟାପୀ ସବୁଠୁ ଅଧିକ ରୋଜଗାର କରିଥିବା ୫ଟି ଟପ୍ ଭାରତୀୟ ଫିଲ୍ମ:
- ଦଙ୍ଗଲ- ୨୦୭୦.୩ କୋଟି ଟଙ୍କା
- ବାହୁବଳୀ ୨- ୧୭୮୮.୦୬ କୋଟି ଟଙ୍କା
- ଆର୍ଆର୍ଆର୍- ୧୧୦୬ କୋଟି ଟଙ୍କା
- କେଜିଏଫ୍ ୨- ୧୦୨୩ କୋଟି (ଏବେ ବି ଜାରି ଅଛି)
- ବଜରଙ୍ଗୀ ଭାଇଜାନ୍- ୯୨୨.୦୩ କୋଟି ଟଙ୍କା
Also Read: ଖରାଦିନେ ପାଓ୍ଵାର କଟ୍ରେ ଏମିତି ହନ୍ତସନ୍ତ ହେଉଛନ୍ତି ଲୋକ, ଭାଇରାଲ ହେଉଛି ମଜାଦାର ମିମ୍ସ; ନଜର ପକାନ୍ତୁ