ପଦେ କଥା ନ କହି TikTok ରେ ମୋଷ୍ଟ ଫୋଲୋୟେଡ ଆକାଉଣ୍ଟ୍ ଭାବରେ ରେକର୍ଡ଼ ସୃଷ୍ଟି କଲେ ଖାବି ଲେମ୍

ବର୍ତ୍ତମାନ ସୋସିଆଲ୍ ମିଡ଼ିଆ ଆପ୍ ଭାବେ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବକୁ ଅଧିକ ବ୍ୟବହାର କରୁଛନ୍ତି ୟୁଜର। ତେବେ ଟିକଟକ୍ ପରେ ହିଁ ଇନଷ୍ଟାଗ୍ରାମ
ବ୍ୟବହାର ବଢ଼ିଛି ରିଲ୍ ଆସିବା ପରେ। ହେବେ ଏହି ଟିକଟକ୍ ସୋସିଆଲ ଆପ୍ ରେ ଡିଜିଟାଲ କ୍ରିଏଟର ଖାବି ଲେମ ସବୁଠୁ ଅଧିକ ଲୋକପ୍ରିୟ କ୍ରିଏଟର ଭାବେ ମନୋନୀତ ହୋଇଛନ୍ତି। ସେ ପୁଣି ଗୋଟେ ମଧ୍ୟ ଶବ୍ଦ ନ କହି। ତାଙ୍କ ସାଇଲେଣ୍ଟ କମେଡି ଭିଡିଓ ପାଇଁ ତାଙ୍କୁ ପ୍ରାୟ ୧୪୨.୬ ମିଲିୟନ ଲୋକେ ଫଲୋ କରୁଛନ୍ତି। ଅନେକ ଅଭିନେତା ଅଛନ୍ତି ଓ ସୋସିଆଲ୍ କ୍ରିଏଟର୍ ଅଛନ୍ତି କିନ୍ତୁ ଲେମଙ୍କ କମେଡିକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି।

 

 

View this post on Instagram

 

A post shared by Khaby Lame (@khaby00)


ଇଟାଲୀରେ ରହୁଛନ୍ତି ୨୨ ବର୍ଷିୟ ଖାବି ଲେମ । ଗତ ବୁଧବାର ରାତିରେ ହିଁ ତାଙ୍କ ଫୋଲର୍ସ ଅଧିକ ବଢିଥିଲେ। ସେ ପ୍ରାୟତ “ଲାଇଫ୍ ହ୍ୟାକ୍” ଉପରେ ପ୍ରତିକ୍ରିୟା କରି କମେଡି ଭିଡ଼ିଓ ତିଆରି କରନ୍ତି। ଯାହାକୁ ୟୁଜର୍ସ ଅଧିକ ପସନ୍ଦ କରନ୍ତି। ତାଙ୍କର ଅନଲାଇନ୍ ଫ୍ୟାନ ଫୋଲୋଇଙ୍ଗ ଯେତେ ଅଫଲାଇନ୍ ମଧ୍ୟ ତାଙ୍କୁ ଲୋଇ ଖୁବ୍ ପସନ୍ଦ କରନ୍ତି ତାଙ୍କର ଜୀବନ ଶୈଳୀ ପାଇଁ। ସେ ଟିକଟକ୍ ରେ ପ୍ରାଇଜ ମଧ୍ୟ ଜିତିସାରିଛନ୍ତି ଓ ଏହା ସହିତ ବଡ଼ ବଡ଼ ବ୍ରାଣ୍ଡ ମଧ୍ୟ ତାଙ୍କ ସହ ଡିଲ୍ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.