‘ଖତରୋଁ କେ ଖିଲାଡ଼ି ୧୨’ର ବିଜେତା ତୁଷାର କାଲିୟା କଲେ ବିବାହ; ଜାଣନ୍ତୁ କିଏ କୋରିଓଗ୍ରାଫରଙ୍କ ପତ୍ନୀ ତ୍ରିବେଣୀ ବର୍ମନ

‘ଖତରୋଁ କେ ଖିଲାଡ଼ି’ ଫେମ୍‌ ଫେମସ୍‌ କୋରିଓଗ୍ରାଫର ତୁଷାର କାଲିୟା ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ତୁଷାର ନିଜର ସୁନ୍ଦରୀ ପ୍ରେମିକା ତ୍ରିବେଣୀ ବର୍ମନଙ୍କୁ ବିବାହ କରିଛନ୍ତି। ନିକଟରେ ସେ ନିଜ ବିବାହର ଫଟୋ ସେୟାର କରି ଏ ନେଇ ଘୋଷଣା କରିଛନ୍ତି।

ତୁଷାର କାଲିୟା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଲଙ୍ଗ୍‌ ଟାଇମ୍‌ ଗାର୍ଲଫ୍ରେଣ୍ଡ ତ୍ରିବେଣୀ ବର୍ମନଙ୍କ ସହ ବିବାହର ପ୍ରଥମ ଫଟୋ ସେୟାର କରିଛନ୍ତି। ଫଟୋରେ ଦମ୍ପତି ପରସ୍ପରର ପ୍ରେମରେ ସମ୍ପୂର୍ଣ୍ଣ ବୁଡ଼ି ରହିଥିବାର ଦେଖାଯାଉଛନ୍ତି। ଉଭୟେ ଉଭୟଙ୍କ ଆଖି ସହ ଆଖି ମିଶାଇଛନ୍ତି। ବିବାହର ଫଟୋ ସେୟାର କରି ତୁଷାର କ୍ୟାପସନ ଲେଖିଛନ୍ତି, ‘ବ୍ଲେସ୍‌ଡ’।

ଲୁକ୍‌ ବିଷୟରେ କଥା ହେବା ତ ତୁଷାର କାଲିୟା ଅଫ୍‌ ହ୍ଵାଇଟ୍‌ ରଙ୍ଗର ଶେରଓ୍ଵାନୀ ପିନ୍ଧିଛନ୍ତି, ଯାହାକୁ ସେ ମ୍ୟାଚିଂ ରଙ୍ଗର ସାଫା ଓ ଦୋଶାଲା ସହିତ ଷ୍ଟାଇଲ୍‌ କରିଛନ୍ତି। ଆକ୍ଟର ନିଜ ଲୁକ୍‌କୁ ପେଷ୍ଟାଲ ଗ୍ରୀନ୍‌ ମାଳାରେ କମ୍ପ୍ଲିଟ୍‌ କରିଛନ୍ତି। ସେପଟେ କନ୍ୟା ତ୍ରିବେଣୀ ଲାଲ୍‌ ରଙ୍ଗର ଯୋଡ଼ା ପିନ୍ଧିଛନ୍ତି। ସେ ଗ୍ରୀନ୍‌ ମୋତିର ଚୋକର, ଝୁମ୍‌କା, ମାଙ୍ଗ୍‌ଟିକା ଏବଂ ନୋଥରେ ନିଜ ବ୍ରାଇଡାଲ୍‌ ଲୁକ୍‌କୁ ପୂରା କରିଛନ୍ତି। ଦୁଇଜଣ ବିବାହରେ ମେଡ୍‌ ଫର୍‌ ଇଚ୍‌ ଅଦର ଲାଗୁଛନ୍ତି।

 

View this post on Instagram

 

A post shared by Tushar Kalia (@thetusharkalia)

ତୁଷାର କାଲିୟାଙ୍କ ବିବାହର ଫଟୋ ସାମ୍ନାକୁ ଆସିବା କ୍ଷଣି ଭାରତୀ ସିଂଙ୍କଠାରୁ ଆରମ୍ଭ କରି ଅର୍ଜୁନ ବିଜଲାନୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତୁଷାରଙ୍କ ପତ୍ନୀ ତ୍ରିବେଣୀ ଫ୍ୟାସନ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଅଛନ୍ତି। ଆସାମରେ ରହୁଥିବା ତ୍ରିବେଣୀ ଇଣ୍ଡିଆନ ବ୍ୟୁଟି ପ୍ୟାଜେଣ୍ଟ, ମିସ୍‌ ଗ୍ଲୋଇଙ୍ଗ୍‌ ସ୍କିନ୍‌ ଏବଂ ମିସ୍‌ ଏକ୍ଲେଟିକ୍‌ ଭଳି ଟାଇଟଲ୍‌ ବିଜୟିନୀ ହୋଇଛନ୍ତି। ସେ FBB କଲର୍ସ ଫେମିନା ମିସ୍‌ ଇଣ୍ଡିଆର ମଧ୍ୟ ଫାଇନାଲିଷ୍ଟ ରହିଥିଲେ। ଏଥିସହ ସେ ଭିଡିଓ କ୍ରିଏଟର ଭାବେ ମଧ୍ୟ ବେଶ୍‌ ଜଣାଶୁଣା ଅଛନ୍ତି।

 

View this post on Instagram

 

A post shared by Triveni Barman (@trivenibarman)

ସେପଟେ ତୁଷାର କାଲିୟାଙ୍କ କଥା ହେବା ତ ସେ ‘ଝଲକ୍‌ ଦିଖଲା ଜା’ର ଅନେକ ସିଜନରେ କୋରିଓଗ୍ରାଫର ରୂପେ ନଜର ଆସିଛନ୍ତି। ଶେଷ ଥର ତାଙ୍କୁ ‘ଖତରୋଁ କେ ଖିଲାଡ଼ି ୧୨’ରେ ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.