ଖତରୋଁକେ ଖିଲାଡ଼ୀ-ସିଜିନ୍ ୯ ସୋ’ ସରିବା ପୂର୍ବରୁ ଲିକ୍ ହେଲା ବିଜେତାଙ୍କ ନାଁ

ମୁମ୍ବାଇ: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିଆଲିଟି ସୋ’ ଖତରୋଁକେ ଖିଲାଡ଼ୀ-ସିଜିନ୍ ୯ ର ବିଜେତାଙ୍କ ନାଁ ଲିକ୍ ହୋଇଯାଇଛି । ଏହି ସୋ’ଟି ବେଶ୍ ଲୋକପ୍ରିୟତା ହାସଲ କରିଥିବାବେଳେ ଏହାର ଟିଆରପି ମଧ୍ୟ ଆଗରେ ରହିଛି । ସୋ’ଟି ଖାସ୍ କରି ବିଭିନ୍ନ ଡେଞ୍ଜରିଅସ୍ ଷ୍ଟଣ୍ଟକୁ ନେଇ ହୋଇଥିବାରୁ ବହୁ ଦର୍ଶକ ଏହି କାର୍ଯ୍ୟକ୍ରମର ବେଜେତା କିଏ ହେବ ତାକୁ ଦେଖିବା ପାଇଁ ବେଶ୍ ଉତ୍ସାହିତ ରହିଥିଲେ । କିନ୍ତୁ ସୋ’ ସରିବା ପୂର୍ବରୁ ହିଁ ଏହାର ବିଜେତାଙ୍କ ନାଁ ଲିକ୍ ହୋଇଯାଇଛି । ଆଉ ସେହି ବିଜେତା ଜଣଙ୍କ ପୁନିତ୍ ପାଠକ ବୋଲି ଜଣାପଡିଛି । ଯାହା ଶୁଣିବାକୁ ମିଳୁଛି ଏହାର ଫାଇନାଲଏ ପିସୋଡ୍ ଆର୍ଜେଣ୍ଟିନାରେ ଶୁଟ୍ ସରିଯାଇଛି । ଏକଥା ବି ଜଣା ପଡ଼ିଛି ଯେ, ଫାଇନାଲରେ ପହଞ୍ଚିଥିବା ପୁନିତ୍, ଆଦିତ୍ୟ ଓ ରିଦ୍ଧିମା ପରସ୍ପରକୁ କଡ଼ା ଟକ୍କର ଦେଉଛନ୍ତି ।